ପୋଷାକ ବିକିବାର ଦୃଶ୍ୟରେ ନଜର ଆସିଲେ ‘ଭାରତ’ ଫିଲ୍ମର ଏହି ଅଭିନେତ୍ରୀ


ବଲିଉଡର ହାପି ଗାର୍ଲ ତଥା ସଲମାନଙ୍କ ‘ଭାରତ’ ଫିଲ୍ମର ଅଭିନେତ୍ରୀ ‘ନୋରା ଫତେହା’ଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଜୋରସେ ଭାଇରାଲ ହେବାରେ ଲାଗିଛି । ନୋରାଙ୍କ ଏହି ଭିଡିଓ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଛନ୍ତି । ନୋରାଙ୍କ ଏହି ଭିଡିଓ ବ୍ୟାଙ୍କକକ୍ ରୁ ଭାଇରାଲ ହୋଇଛି, ଯେଉଁଥିରେ ତାଙ୍କୁ ପୋଷାକ ବିକିବାର ଦୃଶ୍ୟରେ ଦେଖିବାକୁ ମିଳିଥିଲା ।

ଏହି ଭିଡିଓରେ ନୋରା ଖୁସି ଥିବାର ଜଣା ପଡୁଛନ୍ତି । ଭିଡିଓରେ ଆପଣମାନେ ଦେଖି ପାରୁଥିବେ ଯେ, ତାଙ୍କ ଚାରିପଟେ କେତେ କପଡା ପଡିଥିବାର । ଭିଡିଓରେ ନୋରା ସ୍ଥାନୀୟ ଭାଷା ବ୍ୟବହାର କରି ଗ୍ରାହକଙ୍କ ସହିତ ଡିଲ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ନୋରା ତଳେ ବସିକି ଗ୍ରାହକଙ୍କୁ ପୋଷାକ ପ୍ରଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମଧ୍ୟ ମିଳିଥିଲା । ନୋରା ଏକ ପିଚ କଲର କ୍ରପ ଟପ ଏବଂ ବ୍ଲୁ ସର୍ଟସ ପିନ୍ଧିଥିବାବେଳେ ଏହି ଭିଡିଓରେ ସେ କାହାକୁ ଏକ ସବୁଜ ରଙ୍ଗର ପୋଷାକ ପ୍ରଦର୍ଶନ କରୁଥିବାର ଦେଖିବାକୁ ମିଳିଥିଲା ।


Share It

Comments are closed.