ବଲିଉଡରେ ଆସୁଛି ରିମେକ ଏବଂ ସିକ୍ୱେଲର ବନ୍ୟା


ବଲିଉଡରେ ୨୦୨୦ ସୁଦ୍ଧା ପାଖାପାଖି ୨୦ରୁ ଉର୍ଦ୍ଧ ଫିଲ୍ମର ରିମେକ କିମ୍ବା ସିକ୍ୱେଲ ଦେଖିବାକୁ ମିଳିବ । ଏଥିମଧ୍ୟରୁ ଅଧିକାଂଶ ଫିଲ୍ମରେ ବଡ ଷ୍ଟାର ଦେଖିବାକୁ ମିଳୁଥିବାବେଳେ କିଛି ଫିଲ୍ମରେ ନବାଗତଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏହି ସମୟ ମଧ୍ୟରେ ରିଲିଜ ହେବାକୁଥିବା ଏହି ଫିଲ୍ମ ଗୁଡିକରେ ଅଭିନୟ କରୁଥିବା ଷ୍ଟାର ମାନଙ୍କ ମଧ୍ୟରେ ଅକ୍ଷୟ କୁମାର, ଅଜୟ ଦେବଗନ, ସଲମାନ ଖାନ, ଅମୀର ଖାନ, ବରୁଣ ଧବନ, କାର୍ତ୍ତିକ ଆର‌୍ୟନ, ଆୟୁସ୍ମାନ ଖୁରାନା, ଆଲିଆ ଭଟ୍ଟ, କରୀନା କପୁର ଆଦି ନଜର ଆସିବେ । ତେବେ ଆସନ୍ତୁ ଦେଖିବା କିଏ କେଉଁ ଫିଲ୍ମରେ ଅଭିନୟ କରୁଛନ୍ତି ।

ଅକ୍ଷୟ କୁମାର: ୨୦୨୦ ମଧ୍ୟରେ ଅକ୍ଷୟ କୁମାରଙ୍କ ଚାରୋଟି ୨ଟି ରିମେକ ଏବଂ ୨ଟି ସିକ୍ୱେଲ ଫିଲ୍ମ ଆସିବ । ଯାହା ମଧ୍ୟରେ ୨୦୧୯ ଅକ୍ଟୋବର ୨୬ରେ ହାଉସଫୁଲ ୪ ଯେଉଁଥିରେ ତାଙ୍କ ସହ ରିତେସ ଦେଶମୁଖ, ନବାଯୁଦ୍ଦିନ ସିଦ୍ଦିକୀ ଏବଂ ପୁଜା ହେଗଡେ ନଜର ଆସିବେ । ଯେବେକି ୨୦୨୦ର ପ୍ରଥମ ତ୍ରୟମାସିକରେ ତାମିଲ ଫିଲ୍ମ ମୁନି ୨:କଞ୍ଚନାର ରିମେକରେ ଅକ୍ଷକ କୁମାର ଏକ କିନ୍ନର ଭୁମୀକାରେ ନଜର ଆସିବେ । ଏହା ସହ ୨୦୨୦ରେ ରୋହିତ ସେଟ୍ଟୀଙ୍କ ସୂର୍ଯ୍ୟବଂଶୀ ଏବଂ ନିର୍ମାତା ଇନ୍ଦ୍ରକୁମାରଙ୍କ ହେରାଫେରୀ ୩ରେ ନଜର ଆସିବେ ।

ଅଜୟ ଦେବଗନ: ୨୦୨୦ରେ ଅଜୟ ଦେବଗନ ଗୋଲମାଲ ୫ରେ ନଜର ଆସିବେ ଯାହାର ସୁଟିଂ ୨୦୨୦ ପ୍ରଥମାର୍ଦ୍ଧରୁ ଆରମ୍ଭ ହେବାର ଜଣାପଡୁଛି ।

ସଲମାନ ଖାନ: ଚଳିତ ବର୍ଷ ସଲମାନ ଖାନଙ୍କ ରିଲିଜ ହୋଇଥିବା ଚଳଚିତ୍ର ଭାରତ ଏକ କୋରିଆନ ଚଳଚିତ୍ର ଆନ୍ ଅଡ ଟୁ ମାଇ ଫାଦର ରିମେକ ହୋଇଥିବାବେଳେ ଆଗାମୀ ଡିସେମ୍ବର ୨୦ରେ ଦବଙ୍ଗ ୩ରେ ଦର୍ଶକଙ୍କୁ ନଜର ଆସିବେ ।

ଆମୀର ଖାନ: ୨୦୨୦ର ଶେଷବେଳକୁ ରିଲିଜ ହେବ ଆମୀର ଖାନ ଅଭିନୀତ ଚଳଚିତ୍ର ‘ଲାଲ ସିଂ ଚଢା’ ଯାହା ହଲିଉଡ ଫିଲ୍ମ ଫରେଷ୍ଟ ଗମ୍ଫର ରିମେକ ।

ଏହାବାଦ ବରୁଣ ଧବନ ଗୋବିନ୍ଦାଙ୍କ ବହୁ ପ୍ରଶସିଂତ କୁଲି ନଂ-୧ ଚଳଚିତ୍ର ରିମେକରେ ନଜର ଆସୁଥିବାବେଳେ ଆୟୁସ୍ମାନ ଖୁରାନା ଶୁଭମଙ୍ଗଳ ସାବଧାନର ସିକ୍ୱେଲରେ ନଜର ଆସିବେ । ସେହିପରି ଆଲିୟା ଭଟ୍ଟ ନିଜ ପିତା ମହେଶ ଭଟ୍ଟଙ୍କ ସଡକ ଚଳଚିତ୍ରର ସିକ୍ୱେଲ ସଡକ-୨ରେ ନଜର ଆସିବେ ଏବଂ କରୀନା କପୁର ଖାନ ହିନ୍ଦୀ ମିଡିୟମର ସିକ୍ୱେଲ ଇଂରାଜୀ ମିଡିୟରେ ନଜର ଆସିବେ ।


Share It

Comments are closed.