ଚଳିତ ନିର୍ବାଚନରେ ବିଜେପିକୁ ବିପୁଳ ବହୁମତ ମିଳିବା ପରେ ଏବଂ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିବା ଖୁସିରେ ମଧ୍ୟପ୍ରଦେଶର ବିଜେପି କର୍ମକର୍ତ୍ତାମାନେ ମାଗଣାରେ ଲୋକମାନଙ୍କର ଜୋତା ପଲିସ କରୁଛନ୍ତି । ଗତ କାଲି ଭୋପାଲର ରେଡିଏସନ ଚୌରାହରେ ବିଜେପି କର୍ପୋରେଟର ସଞ୍ଜୟ କଟରିଆ ନିଜ ସମର୍ଥକଙ୍କ ସହ ରାସ୍ତାରେ ବସି ପଥଚରୀଙ୍କ ଜୋତା ପଲିସ କରଥିବାର ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏହି ଅବସରରେ ବିଜେପି ନେତା କଟରିଆ କହିଛନ୍ତି ଯେ, “ପୁଣି ଥରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ରୂପେ ଶପଥ ଗ୍ରହଣ କରିଥିବା ହେତୁ ମୁଁ ଖୁସିରେ ସମର୍ଥକଙ୍କ ସହ ବସି ପଥଚାରୀଙ୍କ ଜୋତା ପଲିସ କରୁଛି । ” କଟରିଆ ଆହୁରୀ ମଧ୍ୟ କହିଛନ୍ତି ଯେ, ‘ମୋଦି କହିଥିଲେ କୌଣସି କାମ ଛୋଟ କିମ୍ବା ବଡ ହୋଇନଥାଏ । ସ୍ୱଚ୍ଛତା ପାଇଁ ପ୍ରଧାନମନ୍ତ୍ରୀ ଝାଡୁ ମଧ୍ୟ ଧରିଛନ୍ତି ।’ ଦେଶ ଏଭଳି ଜଣେ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ କରିଛି, ଯିଏକି ଭିଆଇପି ପରମ୍ପରାକୁ ଅନ୍ତ କରିବାରର କାର୍ଯ୍ୟ କରୁଛନ୍ତି ।
Comments are closed.