ଓଡ଼ିଶାରେ ଜିଓ’ର ଜୟଯାତ୍ରା ଜାରି, ମାର୍ଚ୍ଚରେ ଯୋଡ଼ିଲା ୩.୯୭ ଲକ୍ଷ ମୋବାଇଲ ଗ୍ରାହକ : ଟ୍ରାଇ


ଭୁବନେଶ୍ୱର,୨୨/୦୫/୨୦୧୯:ମୋବାଇଲ ସେବା ପ୍ରଦାନ କ୍ଷେତ୍ରରେ ରିଲାଏନ୍ସ ଜିଓ ରାଜ୍ୟରେ ଗ୍ରାହକଙ୍କ ପ୍ରଥମ ପସନ୍ଦ ରହିବା ସହିତ ଅନ୍ୟ ଟେଲିକମ୍ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କୁ ପଛରେ ପକାଇ ମାର୍ଚ୍ଚ ମାସରେ ପୁଣି ଥରେ ସର୍ବାଧିକ ନୂତନ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ(ଟ୍ରାଇ) ପକ୍ଷରୁ ୨୦୧୯ ମାର୍ଚ୍ଚ ମାସ ପାଇଁ ପ୍ରକାଶିତ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଏହି ଗ୍ରାହକ ତଥ୍ୟ ଅନୁସାରେ, ୨୦୧୯ ମାର୍ଚ୍ଚରେ ରିଲାଏନ୍ସ ଜିଓ ସର୍ବାଧିକ ୩.୯୭ ଲକ୍ଷ ନୂତନ ଗ୍ରାହକ ନିଜ ସହ ଯୋଡ଼ିଥିବା ବେଳେ ଏହା ପଛକୁ ବିଏସ୍ଏନ୍ଏଲ୍ ୪୬,୮୬୯ ସଂଖ୍ୟକ ଗ୍ରାହକ ଯୋଡ଼ି ଦ୍ୱିତୀୟରେ ରହିଛି । ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଏହାର ସମ୍ପୂର୍ଣ୍ଣ ୪ଜି ନେଟୱର୍କ ସହ ରାଜ୍ୟର ଆଭ୍ୟନ୍ତରୀଣ ଇଲାକାମାନଙ୍କରେ ୪ଜି ସେବା ସଂପ୍ରସାରଣ ତଥା ଅତ୍ୟନ୍ତ ସୁଲଭ ମୂଲ୍ୟରେ ଉପଲବ୍ଧ ଜିଓଫୋନ୍-‘ଇଣ୍ଡିଆ କା ସ୍ମାର୍ଟଫୋନ୍’ର ଗ୍ରାମାଞ୍ଚଳରେ ବହୁଳ ଲୋକପ୍ରିୟତା ଜିଓକୁ ସର୍ବାଧକ ନୂତନ ଗ୍ରାହକ ସଂଯୋଗ କରିବାରେ ସଫଳତା ଆଣି ଦେଇଛି ।

ଟ୍ରାଇ ରିପୋର୍ଟ ଅନୁସାରେ ୨୦୧୯ ମାର୍ଚ୍ଚ ମାସରେ ସାମଗ୍ରିକ ଭାବେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୮.୨୮ ଲକ୍ଷ ହ୍ରାସ ଘଟି ଏହା ୩.୨୭ କୋଟିରେ ପହଞ୍ଚିଛି । ଏହି ମାର୍ଚ୍ଚ ମାସରେ ଓଡ଼ିଶାରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟାରେ ଦ୍ରୁତ ହ୍ରାସ ଘଟିଥିବା ବେଳେ ଜିଓ ଗ୍ରାହକମାନଙ୍କ ସବୁଠାରୁ ପସନ୍ଦର ସେବା ପ୍ରଦାନକାରୀ ସଂସ୍ଥା ଭାବେ ନିଜର ଗ୍ରାହକ ସଂଖ୍ୟାରେ ବୃଦ୍ଧି କରି ଅନ୍ୟମାନଙ୍କୁ ଚକିତ କରିଛି । ଅନ୍ୟ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ମଧ୍ୟରେ ମାର୍ଚ୍ଚ ମାସରେ ଭାରତୀଏୟାରଟେଲ୍ ସର୍ବାଧିକ ଭାବେ ଓଡ଼ିଶାରେ ୯.୩୬ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ୍ ଏହି ମାସରେ ୨.୯୭ ଲକ୍ଷ ଗ୍ରାହକ ହରାଇଛି । ସେହିପରି ଏହି ସମୟ ମଧ୍ୟରେ ଟାଟା ଟେଲିସର୍ଭିସେସ୍ ଓଡ଼ିଶାରେ ୩୯,୪୨୦ ଗ୍ରାହକ ହରାଇଥିବା ଏହି ରିପୋର୍ଟରେ କୁହାଯାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଏହାର ଦ୍ରୁତ ଗ୍ରାହକ ଅଭିବୃଦ୍ଧି ଜାରି ରଖିବା ସହିତ ଏହି ମାସରେ ୯୪ ଲକ୍ଷରୁ ଊଦ୍ଧ୍ୱର୍ ଗ୍ରାହକ ଯୋଡ଼ି ଏକମାତ୍ର ସେବା ପ୍ରଦାନକାରୀ ସଂସ୍ଥା ଭାବେ ନେଟ୍ ଗ୍ରାହକ ବୃଦ୍ଧି କରିବାର ଗୌରବ ହାସଲ କରିଛି । ଏହି ରିପୋର୍ଟ ଅନୁସାରେ ୨୦୧୯ ଫେବୃଆରୀରେ ରିଲାଏନ୍ସ ଜିଓ’ର ମୋଟ ୨୯.୭୨କୋଟି ଗ୍ରାହକ ରହିଥିଲା ବେଳେ ମାର୍ଚ୍ଚରେ ଏହି ସଂଖ୍ୟା ୩୦.୬୭ କୋଟିକୁ ବୃଦ୍ଧି ପାଇଛି । ହେଲେ ଏହି ସମୟ ମଧ୍ୟରେ ଏୟାରଟେଲ୍୍ର ଗ୍ରାହକ ସଂଖ୍ୟାରେ ୧.୫୧ କୋଟି ହ୍ରାସ ଘଟିବା ସହ ଭୋଡାଫୋନ୍ ଗ୍ରାହକ ସଂଖ୍ୟାରେ ମଧ୍ୟ ୧.୪୫ କୋଟି ହ୍ରାସ ଘଟିଛି ବୋଲି ମଙ୍ଗଳବାର ଦିନ ପ୍ରକାଶ ପାଇଥିବା ଟ୍ରାଇ ରିପୋର୍ଟରେ ଦର୍ଶାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଏହି ମାସରେ ଟାଟାଟେଲି ସର୍ଭିସେସ୍ ୧୧.୫ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସ୍ଏନ୍ଏଲ୍ ୫.୬ ଲକ୍ଷ ଏବଂ ଏମ୍ଟିଏନ୍ଏଲ୍ ୧୨୦୯୬ ଗ୍ରାହକ ହାରାଇଛନ୍ତି । ୨୦୧୯ ଫେବୃଆରୀ ସୁଦ୍ଧା ସାରା ଦେଶରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୧୧୮ କୋଟି ରହିଥିଲା ବେଳେ ମାର୍ଚ୍ଚ ମାସରେ ଏଥିରେ ହ୍ରାସ ଘଟି ଏହି ସଂଖ୍ୟା ୧୧୬ କୋଟିକୁ ଖସି ଆସିଛି ।

ଟ୍ରାଇ ତଥ୍ୟ ଅନୁସାରେ, ସାରା ଦେଶରେ ବ୍ରଡ୍ବ୍ୟାଣ୍ଡ୍ ଗ୍ରାହକ ସଂଖ୍ୟା ଫେବୃଆରୀ ମାସ ତୁଳନାରେ ୨.୩୭ ପ୍ରତିଶତ ଅଭିବୃଦ୍ଧି ସହିତ ମାର୍ଚ୍ଚ ଶେଷ ସୁଦ୍ଧା ୫୬.୩୧ କୋଟିରେ ପହଞ୍ଚିଛି । ତେବେ ରିଲାଏନ୍ସ ଜିଓ ସର୍ବାଧିକ ୩୦.୬୭ କୋଟି ବ୍ରଡ୍ବ୍ୟାଣ୍ଡ ୍ ଗ୍ରାହକ ସୃଷ୍ଟି କରିଥିବା ବେଳେ ଏହା ପଛକୁ ଏୟାରଟେଲ୍ର ୧୧.୪୬ କୋଟି, ଭୋଡାଫୋନ୍ ଆଇଡିଆ ୧୧.୦୨ କୋଟି ଏବଂ ବିଏସଏନଏଲର ୨.୨୧ କୋଟି ବ୍ରଡବ୍ୟାଣ୍ଡ ଗ୍ରାହକ ରହିଥିବା ଏଥିରେ ଦର୍ଶାଯାଇଛି ।


Share It

Comments are closed.