ବଡ ପରଦାକୁ ପୁଣିଥରେ ଫେରୁଛନ୍ତି କରିସ୍ମା


ବଡ ପରଦାରେ କରିସ୍ମାଙ୍କୁ ଦେଖିବାକୁ ସାତ ବର୍ଷ ବିତି ଯାଇଥିବାବେଳେ ତାଙ୍କ ୨୦୧୨ରେ ଶେଷ ଥର ପାଇଁ ‘ଡେନଜରିଏସ ଇସ୍କ’ରେ ଦେଖିବାକୁ ମିଳିଥିଲା । କରିସ୍ମାଙ୍କ ପ୍ରଶଂସକମାନେ ତାଙ୍କୁ ପୁଣିଥରେ ବଡ ପରଦାରେ ଦେଖିବା ପାଇଁ ଅପେକ୍ଷା କରିଥିବାବେଳେ ଏବେ ସମସ୍ତଙ୍କର ସେହି ଇଚ୍ଛା ପୂରଣ ହେବାକୁ ଯାଉଛି ।
ବଡ ପରଦାକୁ ପୁଣିଥରେ ଫେରିବା ପାଇଁ କରିସ୍ମାଙ୍କ ପାଖରେ ଅନେକ ଗୁଡିଏ ଅଫର ଥିବାବେଳେ କିନ୍ତୁ ସେ ଆଲ୍ଟ ବାଲାଜୀ ପ୍ରଡକସନର ମେଣ୍ଟଲହୁଡକୁ ଚୟନ କରିଛନ୍ତି । କରିସ୍ମାଙ୍କର ଏହା ହେଉଛି ଡିଜିଟାଲ ପ୍ଲାଟଫର୍ମର ପ୍ରଥମ ପ୍ରୋଜେକ୍ଟ । ଏହି ପ୍ରୋଜେକ୍ଟକୁ ନେଇ କରିସ୍ମା କହିଛନ୍ତି ଯେ, “ଏହି ସୋ ଟି ସମ୍ପୂର୍ଣ୍ଣ ମାତୃତ୍ୱକୁ ନେଇ ଆଧାରିତ ଅଟେ । ”
ଜଣେ ମା’ ହିସାବରେ ଜୀବନର ସମସ୍ତ ଉଥାନ ପତ୍ତନ ଏବଂ ଭାବପ୍ରବଣକୁ ନେଇ ଏହି ଡିଜିଟାଲ ପ୍ରୋଜେକ୍ଟଟି ଆଧାରିତ ଅଟେ । କରିସ୍ମା ଏହି ଫିଲ୍ମରେ ମରୀ ଶର୍ମାଙ୍କ ଭୂମିକାରେ ନଜର ଆସୁଛନ୍ତି, ଯିଏକି ଏକ ଛୋଟ ସହରର ମା’ ଭୂମିକାରେ ନଜର ଆସିବେ ।


Share It

Comments are closed.