ଭାରତୀୟ କ୍ରିକେଟ ଦଳ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଅଧୁରା ବୋଲି ମତବ୍ୟକ୍ତ କରିଛନ୍ତି ପୂର୍ବତ୍ତନ ଅଧିନାୟକ ‘ବିଷାନ ସିଂହ ବେଦୀ’ । ସେ କହିଛନ୍ତି ଯେ, “ଧୋନିଙ୍କ ଅନୁପସ୍ଥିତି ଯୋଗୁଁ ଭାରତୀୟ ଦଳ ଅଷ୍ଟ୍ରେଲିଆ ସାମନାରେ ନିଜକୁ ଅସହାୟ ମନେ କରୁଥିଲା । କାରଣ ଭାରତ, ଅଷ୍ଟ୍ରେଲିଆ ସାମନାରେ ୩୫୮ ରନର ଏକ ବୃହତ୍ତ ଲକ୍ଷ୍ୟ ଦେଇଥିବା ସତ୍ତେ୍ୱ ମଧ୍ୟ ଭ୍ରମଣକାରୀ ଦଳ ଏହାକୁ ଖୁବ ସହଜରେ ହାସଲ କରିନେଇଥିଲେ ।”
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, “ଧୋନି ବର୍ତ୍ତମାନ ଆଉ ଯୁବକ ହୋଇ ନାହାନ୍ତି ଯେଉଁଥିପାଇଁ ସେ ପୂର୍ବ ଭଳି ଆଉ ଫୂର୍ତ୍ତି ନଥିବା ମଧ୍ୟ ଜଣାପଡୁଛି କିନ୍ତୁ ଏତଦବାଦ ଦଳକୁ ତାଙ୍କର ବହୁତ ଆବଶ୍ୟକତା ରହିଛି । ଏବଂ ତାଙ୍କ ଉପସ୍ଥିତି ଯୋଗୁଁ ଟିମ ଭଲ ପ୍ରଦର୍ଶନ କରିଥାଏ । କେବଳ ଏତିକି ନୁହେଁ ଅଧିନାୟକ ବିରାଟ ମଧ୍ୟ ଧୋନିଙ୍କ ଅନୁପସ୍ଥିତି ଯୋଗୁଁ ନିଜକୁ ଅସହାୟ ଅନୁଭବ କରିଥାନ୍ତି । ଯାହାକି ଦଳ ପାଇଁ ଶୁଭଙ୍କର ନୁହଁ । ସବୁଠାରୁ ମୁଖ୍ୟ କଥା ଏହା ଯେ, ଧୋନିଙ୍କ ବିଶ୍ରାମ କାହିଁକି ଦିଆଗଲା ସେଥିପାଇଁ ମୁଁ ଆଶ୍ଚର୍ଯ୍ୟ ।”
ପ୍ରକାଶ ଥାଉକି ଧୋନିଙ୍କୁ ଚଳିତ ସିରିଜର ଚତୁର୍ଥ ଏବଂ ପଞ୍ଚମ ଦିନିକିଆରେ ବିଶ୍ରାମ ପ୍ରଦାନ କରାଯାଇଥିଲା । ତେବେ ବର୍ତ୍ତମାନ ସିରିଜ ୨-୨ ଅମିମାଂସିତ ଥିବାବେଳେ ଶେଷ ଦିନିକିଆଟି ଉଭୟ ଦଳ ପାଇଁ ନିର୍ଣ୍ଣାୟକ ମ୍ୟାଚ ହୋଇପାରେ ।
Prev Post
Next Post
Comments are closed.