ରାଡୋ ପକ୍ଷରୁ ଭୁବନେଶ୍ୱରରେ ନୂତନ ୨୦୧୮ ସମ୍ଭାରର ଶୁଭାରମ୍ଭ


ଅଭିନେତ୍ରୀ, ମଡେଲ୍ ତଥା ରାଡୋର ଆମ୍ବାସଡର ଲିସା ରାୟ ଆଜି ଭୁବନେଶ୍ୱର ଏକ୍ସପ୍ଲାନେଡ଼ ୱାନ୍ ମଲସ୍ଥିତ କମଲ୍ ୱାଚ୍ ଷ୍ଟୋରରେ ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଛନ୍ତି । କାରଣ, ସେ ନୂତନ ବିବାହ ସମ୍ଭାରର ଆରମ୍ଭ କରୁଥିବା ସ୍ୱିସ୍ ୱାଚ୍ ବ୍ରାଣ୍ଡ ରାଡୋକୁ ଅଗ୍ରଗାମୀ କରିଛନ୍ତି ।
ରାଡୋର ନୂତନ ଆକର୍ଷଣୀୟ ବୈଶିଷ୍ଟ୍ୟ ପ୍ରମୂଖ ହାଇପର କ୍ରୋମ, ଡାଇମାଷ୍ଟର, ବାସ୍ତବ ଥିନ୍ଲାଇନ୍ ଓ ଟ୍ରାଡିସନ୍ ଫ୍ୟାମିଲିଜ୍, ଏହି ସମ୍ଭାରରେ ଉତ୍କୃଷ୍ଟ ଦ୍ରବ୍ୟ ଓ ୱାଚ୍ ଇଣ୍ଡଷ୍ଟ୍ରିରେ ପ୍ରମୂଖ ଡିଜାଇନ୍ ପ୍ଲେୟାର ଭାବରେ ବ୍ରାଣ୍ଡର ଷ୍ଟାଟସକୁ ପ୍ରଦର୍ଶନ କରିଥାଏ । ରାଡୋ ହାଇପର୍ କ୍ରୋମ୍ ଡାଇମଣ୍ଡସ ଉଚ୍ଚ-ଜ୍ଞାନକୌଶଳଯୁକ୍ତ ଜିନିଷ ସହିତ ସୁନ୍ଦର, ଚମତ୍କାର ଓ ଉଜ୍ଜ୍ୱଳମୟ ଉତ୍ତମ ଲୁକ୍ ପ୍ରଦାନ କରିଥାଏ । ଏହି ଅତ୍ୟାଧୁନିକ ରାଡୋ ହାଇପର୍ କ୍ରୋମ୍ ଡାଇମଣ୍ଡ୍ସ ସୋସି।।ଲ୍ କ୍ୟାଲେଣ୍ଡରର ଅନେକ ଚାହିଦାଗୁଡ଼ିକୁ ପୂରଣ କରିଥାଏ ଓ ପୂରା ଦିନ ଷ୍ଟାଇଲକୁ ବଜାୟ ରଖିଥାଏ । ୬୪ ପଲିସ୍ ହୋଇଥିବା ଡାଇମଣ୍ଡ ଉଜ୍ଜ୍ୱଳତାକୁ ଦୃଢ଼ କରିଥାଏ । ଏହାର ଉନ୍ନତ ଜ୍ଞାନକୌଶଳଯୁକ୍ତ ସେରାମିକ୍ ମନୋବୋଲିକ୍ କେସ୍ ଘଣ୍ଟାକୁ ହାଲୁକା ଓ ଦୀର୍ଘସ୍ଥାୟୀ ପ୍ରଦାନ କରିଥାଏ ଓ ଗ୍ରାହକଙ୍କ ଚର୍ମର ତାପମାତ୍ରାକୁ ଶୀଘ୍ର ଗ୍ରହଣ କରିଥାଏ । ଉନ୍ନତ ଜ୍ଞାନକୌଶଳଯୁକ୍ତ ସେରାମିକ୍ ବ୍ରେସ୍ଲେଟ୍ ପ୍ୟାକେଜକୁ ସମ୍ପୂର୍ଣ୍ଣ କରିଥାଏ ଓ ଆରାମକୁ ନିଶ୍ଚିତ କରିଥାଏ । ହାଇପର କ୍ରୋମ୍ ସ୍କେଲିଟନ୍ ସହିତ ଦୃଷ୍ଟି କେନ୍ଦ୍ରିତ କରି, ଆପଣ ଦୁଇ ଥର ଦେଖିବାକୁ ଆବଶ୍ୟକ କରିବେ, କାରଣ ଏଥିରେ ଅନେକ କିଛି ଦେଖିବାକୁ ରହିଛି ଏବଂ ଏହି ସମସ୍ତ ଏତେ ସହଜ ନୁହେଁ । ଏହି ସ୍କେକିଟୋନାଇଜଡ ବା “ଓପନ୍ ୱାର୍କଡ” ଗତିଶୀଳତା ଏହାର ଭିତରେ ଥିବା ଡିଜାଇନ୍ ଉପାଦାନଗୁଡ଼ିକୁ ଆହୁରି ଲୋକଲୋଚନକୁ ଆଣିପାରିଛି । ଏକ ପଲିସ୍ଯୁକ୍ତ ବ୍ଲାକ୍ ବେଜେଲ୍ ଦ୍ୱାରା ଆବୃତ ହୋଇଥିବା ମ୍ୟାଟ୍ ବ୍ଲାକ୍ ହାଇ-ଟେକ୍ ସେରାମିକ୍ ଓ ଅଫସେଟ୍ ସହିତ ଏଥିରେ ଗ୍ରାହକମାନେ ସ୍ୱଚ୍ଛତା ପାଇପାରିବେ ଓ ଏହା ଉଚ୍ଚମାନର ପଠନୀୟତା ପ୍ରଦାନ କରିଥାଏ ।
ଲିସା ରାୟ ତାଙ୍କର ପୂର୍ବ ଭାରତର ଭ୍ରମଣକୁ ସମାପ୍ତ କରି ଏହି କାର୍ଯ୍ୟକ୍ରମରେ ଗ୍ରାହକମାନଙ୍କଠାରେ ଆନନ୍ଦ ପ୍ରାକାଶ କରିଛନ୍ତି । ଏହି ଭ୍ରମଣ ସେ କଲିକତାଠାରେ ଆରମ୍ଭ କରିଥିଲେ । ଉକ୍ତ ଶୁଭାରମ୍ଭ ଅବସରରେ ଅଭିନେତ୍ରୀ ଲିସା ରାୟ ପ୍ରକାଶ କରିଛନ୍ତି, “ମୁଁ ଏହି ଆକର୍ଷଣୀୟ ନୂତନ ଋତୁ ୨୦୧୮ ସମ୍ଭାରର ଶୁଭାରମ୍ଭ କରି ଖୁବ୍ ଉତ୍ସାହିତ, ଯାହା ଅତି ନିକଟରେ କଲିକତାଠାରେ ଆରମ୍ଭ ହୋଇଥିଲା । ଉଚ୍ଚ-ଜ୍ଞାନକୌଶଳଯୁକ୍ତ ଜିନିଷ ସହିତ ସୁନ୍ଦର, ଚମତ୍କାର ଓ ଉଜ୍ଜ୍ୱଳମୟ ଉତ୍ତମ ଲୁକ୍ ପ୍ରଦାନ କରୁଥିବା ରାଡୋ ଘଣ୍ଟା ସୋସିଆଲ୍ କ୍ୟାଲେଣ୍ଡର, ବିବାହ ଓ ପାର୍ବଣର ଚାହିଦାକୁ ପୂରଣ କରୁଛି ଓ ପୂରା ଦିନ ଷ୍ଟାଇଲିସ୍କୁ ବଜାୟ ରଖୁଛି ।”


Share It

Comments are closed.