କରୀନାଙ୍କ ଭାଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ସୈଫଙ୍କ ଝିଅ


କେଦାରନାଥ ଫିଲ୍ମ ଦ୍ୱାରା ବଲିଉଡରେ ପାଦଥାପିଥିବା ‘ସାରା ଅଲି ଖାନ’ ନିଜର ବ୍ୟକ୍ତିଗତ ଇଚ୍ଛାକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ସାରା ତାଙ୍କର ଆଗାମୀ ଫିଲ୍ମ କେଦାରନାଥର ପ୍ରମୋସନ ପାଇଁ “କଫି ଉଇଥ କରଣ” ‘ସୋ’ରେ ଅତିଥି ଋପେ ଯୋଗ ଦେଇଥିଲେ । ସେଠାରେ ତାଙ୍କୁ ବଲିଉଡ ଫିଲ୍ମ ନିର୍ମାତା ଏବଂ ନିର୍ଦ୍ଦେଶକ କରଣ ଜୋହର ଏ ଭଳି ଏକ ପ୍ରଶ୍ନ ପଚାରିଥିଲେ, ଯାହାର ଉତ୍ତର ଶୁଣିଲେ ଆପଣ ତାଜୁବ ହୋଇଯିବେ । ସାରା ନିଜ କ୍ୟାରିୟରରେ ଦେଇଥିବା ପ୍ରଥମ ସାକ୍ଷାତକାରେ ମନ ଖୋଲି କଥା ହୋଇଥିଲେ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ଗଣମାଧ୍ୟମ ପର୍ଯ୍ୟନ୍ତ ଚର୍ଚ୍ଚା ଜୋର ହେବାର ଲାଗିଛି ।
ପ୍ରକାଶ ଥାଉକି, ଏହି ‘ସୋ’ ମାଧ୍ୟମରେ “ଆପଣ କାହାକୁ ବିବାହ କରିବାକୁ ଚାହୁଁଛନ୍ତି ଏବଂ କାହା ସହ ଡେଟ କରିବାକୁ ପସନ୍ଦ କରିବେ ବୋଲି” କରଣ, ସାରାଙ୍କୁ ପ୍ରଶ୍ନ କରିଥିଲେ କିନ୍ତୁ ସାରା ଏହି ପ୍ରଶ୍ନର ଯେଉଁ ଉତ୍ତର ଦେଲେ ତାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।

ଆସନ୍ତୁ ତେବେ ଜାଣିବା, ସାରା ଏହାର ଉତ୍ତରରେ କ’ଣ କହିଥିଲେ । ସାରାଙ୍କର ଇଚ୍ଛା ଏହା ଯେ, ସେ ତାଙ୍କ ସାନ ଭାଇଙ୍କ ମାମୁଁଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହାର ଅର୍ଥ ଏହା ଯେ, ସେ ରଣବୀର କପୁରଙ୍କୁ ବିବାହ କରିବାକୁ ଚାହିଁଛନ୍ତି ଏବଂ ଅଭିନେତା କାର୍ତ୍ତିକ ଆୟେନଙ୍କ ସହ ଡେଟ କରିବାକୁ ଚାହୁଁଛନ୍ତି ।
କାର୍ତ୍ତିକ ଆୟେନଙ୍କ ସହ ଡେଟିଙ୍ଗ କରିବା ସଂପର୍କରେ ତ ଆମେ କହି ପାରିବୁ ନାହିଁ କିନ୍ତୁ ସାରାଙ୍କର ଏହି ଉତ୍ତର ଶୁଣିଲା ପରେ ହୁଏତ ଆଲିଆଙ୍କୁ ରାଗ ଲାଗିପାରେ କାରଣ ରଣବୀର ଏବଂ ଆଲିଆ ବର୍ତ୍ତମାନ ରିଲେସନସିପରେ ଅଛନ୍ତି ।
ପ୍ରକାଶ ଥାଉକି ‘ସାରା ଅଲି ଖାନ’ ହେଉଛନ୍ତି ସୈଫ ଅଲି ଖାନଙ୍କ ବଡ ଝିଅ । ସେ କେଦାରନାଥ ଫିଲ୍ମ ଜରିଆରେ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି । ଯେଉଁଥିରେ ତାଙ୍କୁ ଫିଲ୍ମରେ ମୁଖ୍ୟ ନାୟିକା ରୂପେ ଦେଖିବାକୁ ମିଳିବ ଏବଂ ତାଙ୍କ ସହ ଲିଡ ରୋଲରେ ନଜର ଆସିବେ ସୁସାନ୍ତ ସିଂହ ରାଜପୁତ ।


Share It

Comments are closed.