ଆଡିଡାସ ପକ୍ଷରୁ ଆଲଫାଏଜ୍ ୪ଡିର ଶୁଭାରମ୍ଭ


ଆଡିଡାସ ପକ୍ଷରୁ ବିଶ୍ୱସ୍ତରରେ ଆଲଫାଏଜ୍ ୪ଡିର ଶୁଭାରମ୍ଭ କରାଯାଇଛି, ଯାହା ଆଡିଡାସ୍ ଆଲଫା ଏଜ୍ ୪ଡି ଜ୍ଞାନକୌଶଳରେ ନିର୍ମିତ । ଏହି ଜୋତା ଜ୍ୟୋମେଟ୍ରିକ୍ ଲାକ୍ଟିକ୍ ଗଠନଯୁକ୍ତ ଓ ପ୍ରତିଯୋଗିତାମୂଳକ ଦୌଡ଼ ସମୟରେ ଏହା ସ୍ଥିରତା, ସହାୟତା ସହିତ ପିନ୍-ପଏଣ୍ଟ ଏନର୍ଜି ରିଟର୍ଣ୍ଣ ପ୍ରଦାନ କରିଥାଏ ।
ଆଡିଡାସ୍ ୪ଡି ମିଡ଼ସୋଲ୍ ଡିଜିଟାଲ୍ ଲାଇଟ୍ ସିନ୍ଥେସିସକୁ ବ୍ୟବହାର କରି ଲାଇଟ୍ ଓ ଅକ୍ସିଜେନ୍ ସହିତ ଚିତ୍ରିତ । ଡିଜିଟାଲ୍ ଲାଇଟ୍ ସିନ୍ଥେସିସ୍ ହେଉଛି ଏପରି ଏକ ପ୍ରକ୍ରିୟା, ଯାହା ଡିଜିଟାଲ୍ ଲାଇଟ୍ ସୁରକ୍ଷାକୁ ବ୍ୟବହାର କରିଥାଏ । ଏହି ଆଲଫା ଏଜ୍ ୪ଡି ଏଫଡବ୍ଲ୍ୟୁ ୧୮ ଆଡିଡାସ୍ ଆପ୍ adidas.com ମାଧ୍ୟମରେ ବିଶ୍ୱସ୍ତରରେ ଶୁଭାରମ୍ଭ ହେଉଛି । ଆଡିଡାସ୍ ରିଟେଲର୍ ମାନଙ୍କରେ ଏହା ୧୭ ନଭେମ୍ବର ୨୦୧୮ରୁ ୨୭,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏହା ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଗ୍ରାହକମାନେ shop.adidas.co.in କୁ ଭ୍ରମଣ କରିପାରିବେ ।
ଆଡିଡାସର ଫ୍ୟୁଚର୍ ଡିଜାଇନ୍ ନିର୍ଦ୍ଦେଶକ, କ୍ଲାଉସ୍ ରୋଲଶୋଭେନ୍ ପ୍ରକାଶ କରିଛନ୍ତି ଯେ, “ଆଡିଡାସ ହେଉଛି ଆଜି ପର୍ଯ୍ୟନ୍ତ ଆମର ଉଚ୍ଚାଭିଳାସୀ ମିଡ଼ସୋଲ୍ । ଏହା ଏହ କାଳ୍ପନିକ ଫ୍ୟୁଚରକ୍ରାଫ୍ଟ ରୂପେ ଆରମ୍ଭ ହୋଇଥିଲା, ଯାହା ଆମର କେବଳ ଆମର ନିର୍ମାଣ ପ୍ରକ୍ରିୟାକୁ ପୁନଃ-ଚିନ୍ତନ କରାଇନଥିଲା, ବରଂ ଏକ ତଥ୍ୟଭିତ୍ତିକ ଅନୁଭୂତି ମଧ୍ୟ ସୃଷ୍ଟି କରିଥିଲା । ଏହା ଉନ୍ନତମାନର କାର୍ଯ୍ୟକ୍ଷମତା ଓ ଆରାମ ପ୍ରଦାନ କରୁଥିଲା । ”


Share It

Comments are closed.