ଅର୍ଜୁନ କପୁରଙ୍କ ସହ ବିବାହ ପ୍ରଶ୍ନକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମଲାଇକା


ଗତ କିଛି ଦିନ ହେବ ମଲାଇକା ଅରୋରା ଏବଂ ଅର୍ଜୁନ କପୁରଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଥିବାବେଳେ ମିଳିଥିବା ସୂଚନା ମୁତାବକ ଉଭୟ ଆଗମୀ ବର୍ଷ ବିବାହ କରି ପାରନ୍ତି ବୋଲି ଶୁଣାଯାଉଥିଲା ।
ଅନୁଷ୍କା ଏବଂ ଦୀପିକାଙ୍କ ପରେ ଆପଣଙ୍କ ବିବାହ କେବେ ହେବ ବୋଲି ସାମ୍ବାଦିକଙ୍କ ଦ୍ୱାରା ମଲାଇକାଙ୍କୁ ପଚରାଯାଇଥିବା ଏହି ପ୍ରଶ୍ନ ସେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଯେ, “ମୁଁ କେବେବି ବ୍ୟକ୍ତିଗତ ପ୍ରଶ୍ନର ଉତ୍ତର ଦିଏ ନାହିଁ, ଏହା ନୁହେଁ ଯେ, ମୋତେ ଏହିଭଳି ପ୍ରଶ୍ନର ଉତ୍ତର ରଖିବାକୁ ଏବଂ କହିବାକୁ ଲଜ୍ଜା ଲାଗେ କିନ୍ତୁ କଥା କେବଳ ଏହା ଯେ, ମୋ ବ୍ୟକ୍ତିଗତ ଜୀବନ ସଂପର୍କରେ ମୁଁ କାହା ସହ କଥା ହେବାକୁ ପସନ୍ଦ କରେ ନାହିଁ । ମୁଁ ଏହି ବିଷୟରେ କାହାକୁ କହିବା ପାଇଁ ପସନ୍ଦ କରେ ନାହିଁ । ମୁଁ ବର୍ତ୍ତମାନ ମୋ ଜୀବନ ଉପଭୋଗ କରୁଛି । ଏହା ବହୁତ ସୁନ୍ଦର ଏବଂ ଅନନ୍ୟା ଅଟେ । ”
ପ୍ରକାଶ ଥାଉକି, ମଲାଇକା ଏବଂ ଅର୍ଜୁନଙ୍କ ବିବାହର କଥା ସେତେବେଳେ ପୁଣି ଥରେ ତେଜି ଥିଲା ଯେତେବେଳେ ଉଭୟ “ଇଣ୍ଡିଆସ ଗଟ ଟ୍ୟାଲେଣ୍ଟ”ରେ ପରସ୍ପରର ହାତ ଧରିକି ସେଠାକୁ ପହଞ୍ଚିଥିଲେ । ତାଙ୍କର ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ମଧ୍ୟ ହୋଇଥିଲା ।
ମଲାଇକାଙ୍କ ଜନ୍ମ ଦିନ ଅବସରରେ ଉଭୟଙ୍କ ବିଦେଶ ଗସ୍ତ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା । ମିଳିଥିବା ସୂଚନା ମୁତାବକ ସେ ଅର୍ଜୁନଙ୍କ ସହ ସିକ୍ରେଟ ଡେଟିଙ୍ଗରେ ଯାଇଥିଲେ ।


Share It

Comments are closed.