ହାତ ଫୁଲିବାର କାରଣ କ’ଣ, ଆସନ୍ତୁ ଜାଣିବା


ସକାଳ ସମୟରେ ହାତ ଫୁଲି ଯାଉଥିଲେ ଏହା ଏକ ରୋଗର ଲକ୍ଷଣ ହୋଇପାରେ । ଏହା ଦ୍ୱାରା ହାତର ଶୀରା ପ୍ରସିରା ଗୁଡିକ ଟାଣି ହୋଇ ଗଲା ଭଳି ଲାଗୁଥିବାବେଳେ ବହୁତ ଯନ୍ତ୍ରଣା ମଧ୍ୟ ଅନୁଭବ ହୋଇଥାଏ । ଏହି ରୋଗର ପ୍ରକୃତ କାରଣ କ’ଣ ଏବଂ ଏହାର ପ୍ରକୃତ ଉପଚାର କିପରି କରାଯାଇପାରିବ ଆସନ୍ତୁ ଜାଣିବ ।
ସକାଳେ ହାତ ଫୁଲିବାର ଏକାଧିକ କାରଣ ଥାଇପାରେ । ଯଦି ଶରୀରରେ ପାଣି କମିଯାଏ, ତେବେ ହାତ ଫୁଲିଯାଏ । ଏହା ସହ ହାତରେ ଅଧିକ କାମ କରିବା ଦ୍ୱାରା ମଧ୍ୟ ହାତ ଫୁଲିଯାଇଥାଏ । ବିଶେଶ କରି ବରିଷ୍ଠ ନାଗରିକଙ୍କ କ୍ଷେତ୍ରରେ ଏହି ସମସ୍ୟା ବେଶ ଦେଖାଦେଇଥାଏ ।

ତେବେ ଆସନ୍ତୁ ଜାଣିବା ଏହାର ଘରୋଇ ଉପଚାର ସଂପର୍କରେ
ଯେହେତୁ ଆମେ ହାତ ଓ ଆଙ୍ଗୁଳିର ଉପଯୋଗ ବେଶୀ କରିଥାଉ ତେଣୁ ଏହା ଉପରେ ସବୁବେଳେ ଅଧିକ ଚାପ ପଡିଥାଏ । ବିଶେଷ କରି ଗର୍ଭବସ୍ଥା ସମୟରେ ହାତ ଫୁଲିଯିବା ଭଳି ସମସ୍ୟା ଅଧିକାଂଶ କ୍ଷେତ୍ରରେ ଦେଖାଦେଇଥାଏ । ଗର୍ଭାବସ୍ଥାରେ ଶରୀର ଫୁଲିଯିବା ଏକ ସାଧାରଣ ପ୍ରକ୍ରିୟା ଅଟେ ।
ଏହି ଅବସ୍ଥାରେ ଶରୀର ଫୁଲିଯିବାର ଦୁଇଟି କାରଣ ରହିଛି । ଗୋଟିଏ ହେଉଛି ଏହି ସମୟରେ ଶରୀରରେ ପାଣିର ମାତ୍ରା ବଢିଯିବା ଓ ଦ୍ୱିତୀୟ କାରଣ ହେଉଛି ରକ୍ତ ଜମାଟ ବାନ୍ଧିବା ।
ବରିଷ୍ଠ ମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଏତେ ଗୁରୁତ୍ୱର ନୁହେଁ । ସକାଳେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ବହୁ ଲୋକଙ୍କର ହାତ ଓ ଆଙ୍ଗୁଳୀ ଫୁଲିଯାଇଥିବାର ଲକ୍ଷ୍ୟ କରିଥାନ୍ତି । ଏହା ଏଡିଓପ୍ୟାଥିକ ଏଡିମାର ଲକ୍ଷଣ ହୋଇପାରେ । ତେଣୁ ଶରୀରରେ ପାଣି ଯମିବାର ସଠିକ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ବହୁ ସମୟରେ ବ୍ୟାୟାମ କରୁଥିବା ସମୟରେ ହାତ ଫୁଲିଯାଉଥିବାର ଦେଖିବାକୁ ମିଳିଥାଏ । ଏହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ବାହାର କରାଯାଇପାରି ନାହିଁ । ସାଧାରଣତଃ ବ୍ୟାୟାମ କରିବା ସମୟରେ ଆପଣଙ୍କ ମାଂସପେଶୀ ସହ ହୃଦୟ ଏବଂ ଶରୀରରେ ରକ୍ତ ପ୍ରବାହ ବଢିଯାଇଥାଏ । ଏହା ଆପଣଙ୍କ ହାତକୁ ଥଣ୍ଡା ରଖିବା ପାଇଁ ରକ୍ତ ପ୍ରବାହ ବନ୍ଦ କରିଦେଇଥାଏ । ଯାହାଫଳରେ ଆପଣଙ୍କ ହାତରେ ରକ୍ତବାହୀ କୋଷଗୁଡିକ ପ୍ରକ୍ରିୟାଶୀଳ ହୋଇ ଉଠିଥାଏ । ଯେଉଁଥିପାଇଁ ହାତ ଫୁଲିଯାଇଥାଏ ।
ଲିଭର ଓ କିଡନୀ ରୋଗ ମଧ୍ୟ ସକାଳେ ହାତ ଫୁଲିବାର କାରଣ ହୋଇଥାଏ । ହୃଦରୋଗ, ରକ୍ତ ବିକାର କିମ୍ବା କୌଣସି ସଂକ୍ରମଣ କାରଣରୁ ଏହି ସମସ୍ୟା ମଧ୍ୟ ଦେଖା ଦେଇଥାଏ । ଯଦି ଓ ସମସ୍ୟା ଗମ୍ଭୀର ହୋଇଥାଏ ତେବେ ଏହି ହାତ ଫୁଲିବା ମଧ୍ୟ ଅନେକ ସମସ୍ୟା ସହ ଯୋଡି ହୋଇଥାଏ । ଏହି ପରିସ୍ଥିତିରେ ହାତ ପାଇଁ କିଛି ସରଳ ବ୍ୟାୟାମ କଲେ ଲାଭ ମିଳିଥାଏ । କିନ୍ତୁ ଯଦି ଏହି ସମସ୍ୟା ବହୁ ଦିନର ତେବେ ଆପଣ ତୁରନ୍ତ ଜଣେ ଭଲ ଡାକ୍ତର ପରାମର୍ଶ ନେବା ଉଚିତ ।


Share It

Comments are closed.