ଜାଣନ୍ତି କି ଦକ୍ଷିଣ ଅଷ୍ଟ୍ରେଲିଆର ଏପରି ଏକ ସହର ଯେଉଁଠି ଲୋକମାନେ ରୁହନ୍ତି ମାଟି ତଳ ଅଣ୍ଡରଗ୍ରାଉଣ୍ଡରେ


ଦକ୍ଷିଣ ଅଷ୍ଟ୍ରେଲିଆରେ ଗୋଟିଏ ଗ୍ରାମ ଏପରି ରହିଛି ଯେଉଁଠି ସେଠାକାର ବାସିନ୍ଦା ମାଟି ତଳେ ଘର କରି ରହିଥାନ୍ତି । ଏହି ଗାଁକୁ କୋବର ପେଡି ଏବଂ ଡଗଆଉଟ ମଧ୍ୟ କୁହାଯାଇଥାଏ । କୋବର ପେଡି ଗ୍ରେଟ ଭିକ୍ଟୋରିଆ ମରୁଭୂମିରେ ଅବସ୍ଥିତ । ଏଠାରେ ଦିନର ତାପମତ୍ରାକୁ ନଜରରେ ରଖି ଲୋକେ ମାଟି ଖୋଳି ସେହି ମଧ୍ୟରେ ଘର ପ୍ରସ୍ତୁତ କରି ରହିଥାନ୍ତି । ସେହି ଘରେ ସେମାନେ ଇଲେକଟ୍ରିକ ସୁବିଧା ସହିତ ସେମାନଙ୍କ ନିତ୍ୟ ବ୍ୟବହାର୍ୟ୍ୟ ଉପକରଣ ମଧ୍ୟ ରଖିଥାନ୍ତି ।
ଏହି କୋବର ପେଡି ଫେବୃଆରୀ ୫, ୧୯୧୫ ମସିହାରେ ଗୋଟିଏ ଯୁବକ ଦ୍ୱାରା ପ୍ରାରମ୍ଭ ହୋଇଥିଲା । ଏହାକୁ ୧୯୨୦ ମସିହାରେ ସ୍ଥାନୀୟ ପ୍ରୋଗ୍ରେସ ଏବଂ ମାଇନିଂ ଆସୋସିଏସନ ଏହାକୁ କୋବର ପେଡି ନାମକରଣ କରିଥିଲେ । ଏହା କୁପା ପିଟିର ଅପଭ୍ରଂଶ ଯାହାର ଅର୍ଥ ୱାଟର ଅଫ ହୋଲ କିମ୍ବା ହ୍ୱାଇଟ ମ୍ୟାନ ଇନ ଏ ହୋଲ ଅଟେ । ଏହି ସ୍ଥାନରେ ପ୍ରାୟତଃ ୩ରୁ ୪ମାସ ୫୨ଡିଗ୍ରି ସେଲସିୟସ ରହିଥାଏ ତେଣୁ ଏଠାରେ ସମସ୍ତ ଘର, ସିନେମା ଘର ଏବଂ ଚର୍ଚ୍ଚ ଇତ୍ୟାଦି ମାଟି ତଳେ ଅଣ୍ଡର ଗ୍ରାଉଣ୍ଡରେ ପ୍ରସ୍ତୁତ ହୋଇଛି ।
ପୂର୍ବରୁ କେବଳ ଅଷ୍ଟ୍ରେଲିଆର ଅହସ୍ୟ ଗରମ ଏବଂ ତାପମାତ୍ରାକୁ ସହି ନପାରି ସେଠାକାର ବାସିନ୍ଧା ସେପରି ମାଟି ତଳେ ଘର ପ୍ରସ୍ତୁତ କରି ରହୁଥିଲେ । ସେଠାରେ ଏକ ସାଧାରଣ ଘର ପରି ସମସ୍ତ ପ୍ରକାରର ସୁବିଧା ସୁଯୋଗ ରହିଥାଏ । କିନ୍ତୁ ଦିନ ବିତିବା ସହିତ ସେଠାକାର ରହଣି ସହଣି ଦେଖି ଖୁବ ପର୍ୟ୍ୟଟକ ଆକର୍ଷିତ ହୋଇ ସେଠାକୁ ଯାତ୍ରା କରିଥାନ୍ତି । ସେଠାକାର ମାଟି ତଳର ଥିଏଟର, ଚର୍ଚ୍ଚ ଇତ୍ୟାଦି ଟୁରିଷ୍ଟମାନଙ୍କ ପାଇଁ ଆକର୍ଷଣର ସ୍ଥଲ ପାଲଟିଯାଇଛି । ତେଣୁ ବର୍ତ୍ତମାନ ଏଠାରେ ପର୍ୟ୍ୟଟକମାନଙ୍କ ପାଇଁ ସମସ୍ତ ପ୍ରକାରର ଲକ୍ସୁରୀ ଏବଂ ଟୁରିଷ୍ଟ ହୋଟେଲ ମଧ୍ୟ ରହିଛି । ସେଠାକାର ଲୋକମାନଙ୍କ ମତରେ ଦିନରେ ହେଉଥିବା ଅସହ୍ୟ ଗରମ ଦାଉରୁ ସେହି ମାଟିର ଅଣ୍ଡରଗ୍ରାଉଣ୍ଡ ତାଙ୍କୁ ରକ୍ଷା କରିଥାଏ ଏବଂ ଏସି କିମ୍ବା କୁଲର କିମ୍ବା ଫ୍ୟାନର କୌଣସି ଆବଶ୍ୟକତା ପଡିନଥାଏ । ସେଠାରେ ମଧ୍ୟ ରାତିରେ ସଠିକ ମାତ୍ରାରେ ତାପମାତ୍ରା ପ୍ରବାହିତ ହୋଇଥାଏ । ପ୍ରତି ବର୍ଷ ଏହି ଠାରେ ଏକ ବିଶେଷ ଓପାଲ ଫେଷ୍ଟିଭାଲ ଅନୁଷ୍ଠିତ ହୋଇଥାଏ ।


Share It

Comments are closed.