ଭୁବନେଶ୍ୱର: ଭଲ୍ଭୋ କାର୍ ଇଣ୍ଡିଆ ପକ୍ଷରୁ ଏହାର ଏସ୍ୟୁଭି ଏକ୍ସସି୪୦ ପାଇଁ “ହାସେଲ୍ ଫ୍ରି ଅଫର’ ଘୋଷଣା କରାଯାଇଛି । ଏହି ଅଫରରେ ଗ୍ରାହକମାନେ ୩୯.୯୦ ଲକ୍ଷ ଟଙ୍କାର ଏକ୍ସ ସୋ’ରୁମ୍ ଦାମ୍ ଥିବା ଏକ୍ସସି ୪୦କୁ ୩୬.୯୦ ଲକ୍ଷ ଟଙ୍କାରେ କିଣିପାରିବେ । ଏହା ସହିତ ୧ ଲକ୍ଷ ଟଙ୍କା ମୂଲ୍ୟର ଆକ୍ସେସୋରିଜ୍ ମଧ୍ୟ ବିନା ମୂଲ୍ୟରେ ପାଇପାରିବେ ।
କାର୍ କିଣିବାରେ ରହୁଥିବା ଜଟିଳତାକୁ କଂପାନି ଏହି ଅଫର ଜରିଆରେ ଦୂର କରିଛି । ଗ୍ରାହକମାନେ ଭଲ୍ଭୋର ଯେକୌଣସି ନିକଟତମ ଡିଲରସିପ୍ରେ ପହଂଚି ଏହି ଅଫର ପାଇପାରିବେ । ଗ୍ରାହକ ଓ ଡିଲରଙ୍କ ପାଇଁ ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ରହିବ । ଭାରତ ଏହାର ୭୪ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଥିବା ଭଳି ଏକ ସମୟରେ କଂପାନି ଏହି ଅଫର ଘୋଷଣା କରିଛି ।
ଏ ସମ୍ପର୍କରେ ଭଲ୍ଭୋ କାର୍ ଇଣ୍ଡିଆର ପରିଚାଳନା ନିର୍ଦେଶକ ଚାର୍ଲସ୍ ଫ୍ରମ୍ପ୍ କହିଛନ୍ତି ଯେ, “ଆମେ ଏଭଳି ଏକ ବ୍ୟବସ୍ଥା ସୃଷ୍ଟି କରିବାକୁ ଚାହୁଛୁ ଯେଉଁଠାରେ ଗ୍ରାହକମାନେ ମୂଲ୍ୟକୁ ନେଇ ଅଧିକ ଚିନ୍ତା ନକରି ଏକ୍ସସି୪୦ର ପ୍ରଯୁକ୍ତି ଓ ଆରାମ ଲାଗି ରହିଥିବା ସୁବିଧା ସୁଯୋଗ ଉପରେ ଗୁରୁତ୍ୱ ଦେବେ । ହାସେଲ୍ ଫ୍ରି ଅଫର ଗ୍ରାହକମାନଙ୍କୁ ଗାଡ଼ି କିଣିବା ଅନୁଭୂତିକୁ ନିରବଚ୍ଛିନ୍ନ ଓ ଚିନ୍ତାମୁକ୍ତ କରିବ ।’’
ଏକ୍ସସି୪୦ ହେଉଛି ଭଲ୍ଭୋ କାର୍ ଇଣ୍ଡିଆର ପ୍ରବେଶ ସ୍ତରର ଏସ୍ୟୁଭି ଯାହାକୁ ସ୍କାଣ୍ଡିନାଭିଆ ଷ୍ଟାଇଲ ଓ ଆକର୍ଷଣୀୟ ଡିଜାଇନ୍ ଅନୁସାରେ ପ୍ରସ୍ତୁତ କରାଯାଇଛି । ଏହା ହେଉଛି ଏହି ବର୍ଗର ଏକମାତ୍ର କାର୍ ଯେଉଁଥିରେ ରାଡାର୍ ଭିତିକ ପ୍ରତ୍ୟକ୍ଷ ସୁରକ୍ଷା ବ୍ୟବସ୍ଥା ସିଟି ସେଫ୍ଟି ୱିଥ୍ ଷ୍ଟିୟରିଂ ଆସିଷ୍ଟ ଯାହା ଗାଡ଼ିଟି ଘଂଟା ପିଛା ୫୦ କିମି ବେଗରେ ଚାଲୁଥିବା ବେଳେ ଅନ୍ୟ ଗାଡ଼ି, ପଥଚାରୀ, ସାଇକେଲ୍ ଚାଳକ ଏବଂ ପଶୁଙ୍କ ଠାରେ ଧକ୍କା ହେବାରୁ ଅଟକାଇବ ।
Next Post
Comments are closed.