ଶୀତଦିନେ କାହିଁକି ହୋଇଥାଏ ଭିଟାମିନ୍ ଡି’ର ଅଭାବ


ଏକ ସୁସ୍ଥ ଶରୀରର ଓ ମସ୍ତିଷ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଓ ମିନେରାଲ ଅତ୍ୟନ୍ତ ଜରୁରୀ ହୋଇଥାଏ । ସାଧାରଣତଃ ଶୀତ ଦିନରେ ଶରୀରରେ ଭିଟାମିନ୍ ଡି’ର ଅଭାବ ଦେଖା ଦେଇଥାଏ । କାରଣ ସଆମକୁ ସୂର୍ଯ୍ୟ କିରଣରୁ ସର୍ବାଧିକ ଭିଟାମିନ୍ ଡି’ ମିଳିଥାଏ କିନ୍ତୁ ଶୀତ ଦିନରେ ସୂର୍ଯ୍ୟ କିରଣ ଅନ୍ୟ ଦିନ ତୁଳନାରେ କମ୍ ପଡିଥାଏ । ଭିଟାମିନ୍ ଡି’ ଆମ ଶରୀର ପାଇଁ ଖୁବ୍ ଜରୁରୀ ହୋଇଥିବା ବେଳେ ଫଳ ଓ ପନିପରିବାର ସେବନ ଦ୍ୱାରା ମଧ୍ୟ ଏହାର ଅଭାବକୁ ଦୂର କରାଯାଇପାରିବ । ଭିଟାମିନ୍ ଡି’ ଯୋଗୁ ଶରୀରରକୁ ଶକ୍ତି ମିଳିଥାଏ ଓ ଏହା ସଠିକ୍ ଭାବେ କାମ କରିଥାଏ । ସୂର୍ଯ୍ୟ କିରଣକୁ ଭିଟାମିନ୍ ଡି’ର ସବୁଠାରୁ ବଡ ଉତ୍ସ କୁହାଯାଇଥାଏ । ସୂର୍ଯ୍ୟକିରଣ ବ୍ୟତୀତ ଏଭଳି କିଛି ଖାଦ୍ୟ ରହିଛି ଯାହା ଶରୀରରେ ଭିଟାମିନ୍ ଡି ତିଆରି କରିଥାନ୍ତି ।
ଭିଟାମିନ୍ ଡି’ ଅଭାବର କିଛି ଲକ୍ଷଣ ହେଉଛି ଶୀଘ୍ର ଥକ୍କା ଲାଗିବା, ଗଣ୍ଠିରେ ଯନ୍ତ୍ରଣା ହେବା, ପାଦ ଫୁଲିବା ତଥା ଯନ୍ତ୍ରଣା ହେବା, ଅଧିକ ସମୟ ପର୍ଯ୍ୟନ୍ତ ଠିଆ ହେବାରେ କଷ୍ଟ ଅନୁଭବ କରିବା, ମାଂସପେଶୀ ଦୁର୍ବଳ ହେବା ଇତ୍ୟାଦି । ଭିଟାମିନ୍ ଡି’ର ଅନ୍ୟ ଏକ ଭଲ ଉତ୍ସ ହେଉଛି କ୍ଷୀର । ଗୋଟିଏ ଦିନରେ ଆମେ ଯେତେ ଭିଟାମିନ୍ର ଆବଶ୍ୟକ କରିଥାଉ ତାହାର ୨୦% କ୍ଷୀର ପୂରା କରିଥାଏ । କିନ୍ତୁ ଅନ୍ଫର୍ଟିଫାଏଡ୍ ଦୁଗ୍ଧ ଉତ୍ପାଦଗୁଡିକରେ ସାଧାରଣତଃ କମ୍ ମାତ୍ରାରେ ଭିଟାମିନ୍ ଡି’ ମିଳିଥାଏ । ସେହିପରି ମାଛରେ ଅଧିକ ମାତ୍ରାରେ ଭିଟାମିନ୍ ଡି’ ରହିଛି । ତେଣୁ ଭିଟାମିନ୍ ଡି’ର ଅଭାବକୁ ଦୂର କରିବା ଲାଗି ମାଛକୁ ଦୈନନ୍ଦିନ ଆହାରରେ ସାମିଲ କରାଯିବା ଉଚିତ । ଚିକେନ୍, ଛତୁ, ଅଣ୍ଡା ଓ କଂଚା ସୋରିଷ ଓ ରାଶିରେ ମଧ୍ୟ ଭିଟାମିନ୍ ଡି’ ରହିଛି । ସିଝା ଅଣ୍ଡା ସହିତ କଳା ଓ ଗ୍ରୀନ୍ ବିନ୍ସର ସେବନ ମଧ୍ୟ ଭିଟାମିନ୍ ଡି’ର ଅଭାବ ଦୂର କରିଥାଏ । ପନୀର, ରିକୋଟା ଚିଜ୍ରେ ମଧ୍ୟ ଭିଟାମିନ୍ ଡି’ ମହଜୁଦ୍ ରହିଛି ।


Share It

Comments are closed.