ବୁମରାଙ୍କ ପ୍ରଦର୍ଶନକୁ ନେଇ ଭବିଷ୍ୟବାଣୀ କଲେ କୁମ୍ବଲେ


ଭାରତୀୟ ଦଳର ଦ୍ରୁତତ୍ତମ ବୋଲର ଜଶପ୍ରୀତ ବୁମରା ନିକଟ କିଛି ଦିନ ତଳେ ଖଳାଯାଇଥିବା ଭାରତ ଏବଂ ୱେଷ୍ଟଇଣ୍ଡିଜ ଟେଷ୍ଟ ସିରିଜରେ ନିଜର ସର୍ବୋତ୍ତମ ପ୍ରଦର୍ଶନ ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଥିବାବେଳେ ଅନ୍ୟପଟେ ତାଙ୍କର ପ୍ରଦର୍ଶନକୁ ନେଇ ସବୁଆଡେ ପ୍ରଶଂସାରୁ ସୁଅ ମଧ୍ୟ ଛୁଟିବାରେ ଲାଗିଲାଣି । ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ବୁମରାଙ୍କର ଆଉଟସ୍ୟୁଙ୍ଗର ଏବଂ ଇନସ୍ୟୁଙ୍ଗର ବଲ ବିପକ୍ଷ ଦଳର ବ୍ୟାଟ୍ସମ୍ୟାନଙ୍କ ପାଇଁ ଅସୁବିଧାରେ ପକାଇଥିଲା । ଅନେକ କିମ୍ବଦନ୍ତୀ କ୍ରିକେଟରଙ୍କ ପରେ ବର୍ତ୍ତମାନ ବୁମରାଙ୍କୁ ନେଇ ଭାରତୀୟ କ୍ରିକେଟ ଦଳର ପୂର୍ବତ୍ତନ ଅଧିନାୟକ ଅନିଲ କୁମ୍ବଲେ ଭବିଷ୍ୟବାଣୀ କରିଛନ୍ତି । ସେହି କହିଛନ୍ତି ଯେ, “ବୁମରାଙ୍କ ଠାରେ କନଷ୍ଟିଟେନ୍ସି ରହିଛି କାରଣ ୱିକେଟ କିପରି ହାସଲ କରାଯିବ ତାହା ତାଙ୍କୁ ଖୁବ ଭଲ ସେ ଜଣା । ଏହା ସେହି ସମୟରେ ଘଟେ ଯେତେବେଳେ ଆପଣଙ୍କ ପାଖରେ ୱିକେଟ ହାସଲ କରିବାରର କ୍ଷମତା ରହିଥାଏ ଏବଂ ଆପଣ ଭଲ ବାଉନ୍ସର ମାରି ପାରନ୍ତି । ମୋତେ ଲାଗୁଛି ଯେ, ବୁମରା ଏହା ଖେଳିବାର ପ୍ରଥମ ଛାତ୍ର ଅଟନ୍ତି ।”କୁମ୍ବଲେ ଆହୁରୀ ମଧ୍ୟ କହିଛନ୍ତି ଯେ, “ବୁମରା ଅଲଗା-ଅଲଗା ଖେଳାଳୀଙ୍କୁ ଭିନ୍ନ-ଭିନ୍ନ ଉପାୟରେ ବୋଲିଂ କରିଥାନ୍ତି । ସେ ପରିସ୍ଥିତିକୁ ଦୃଷ୍ଟିରେ ରଖି ବୋଲଙ୍ଗ କରିଥାନ୍ତି । ବେଷ୍ଟ ୱେଷ୍ଟଇଣ୍ଡିଜ ଗସ୍ତରେ ବୁମରା ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଦେଖାଇ ସାରିଛନ୍ତି । ସେ ଆଗମୀ ଦିନର ସମସ୍ତ ଭାରତୀ ବୋଲରଂଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ବୋଲର ରୂପେ ସାବ୍ୟସ୍ତ ହୋଇପାରନ୍ତି । ବୁମାରଙ୍କ ବୟସ ବର୍ତ୍ତମାନ ୨୫ ବର୍ଷ ଅଟେ । ତାଙ୍କୁ ଆହୁରୀ ଲମ୍ବା ଯାତ୍ରା କରିବାର ଅଛି କିନ୍ତୁ ବୁମରା ବର୍ତ୍ତମାନ ଯେଉଁ ଭଳି ଭାବରେ ଫର୍ମରେ ଅଛନ୍ତି ସେଥିରୁ ସ୍ପଷ୍ଟ ଜଣାଯାଉଛି ଯେ, ସେ ଆଗମୀ ଦିନରେ ଶ୍ରେଷ୍ଠ ଭାରତୀୟ ବୋଲର ରୂପେ ସାବ୍ୟସ୍ତ ହୋଇପାରନ୍ତି ।”


Share It

Comments are closed.