କାହିଁକି ହୋଇପାରୁ ନାହିଁ ‘ବିକ୍ରମ ଲ୍ୟାଣ୍ଡର’ ସହ ସଂପର୍କ, ଚନ୍ଦ୍ରାୟନ -୧ର ନିର୍ଦ୍ଦେଶକ ଦେଲେ ଏହି ସୂଚନା


ଗତ ରବିବାର ଦିନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରାୟନ-୨ର ବିକ୍ରମ ଲ୍ୟାଣ୍ଡର ବିକ୍ରମର ପତ୍ତା ମିଳିଥିବା ବର୍ତ୍ତମାନ ପର୍ଯ୍ୟନ୍ତ ଏହା ସହ କୌଣସି ଯୋଗାଯୋଗ ସ୍ଥାପନା କରାଯାଇପାରୁ ନାହିଁ ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା, ଇସ୍ରୋର ପ୍ରମୁଖ କେ. ଶିବମ ସୂଚନା ଦେଇଛନ୍ତି । ଲ୍ୟାଣ୍ଡର ସହ ସଂପର୍କ ସ୍ଥାପନ ନହୋଇପାରିବା ଫଳରେ ଚନ୍ଦ୍ରାୟନ-୧ର ନିର୍ଦ୍ଦେଶକ ଏମ. ଆନାଦୁରାଇ ନିଜ ପ୍ରତିକ୍ରିୟା ଦେଇଛନ୍ତି । ଭାରତର ପ୍ରଥମ ଚନ୍ଦ୍ରାୟନ-୧ର ନିର୍ଦ୍ଦେଶକ ଏମ. ଆନାଦୁରାଇ କହିଛନ୍ତି ଯେ, “ଏହା ହୋଇପାରେ ଚନ୍ଦ୍ରପୃଷ୍ଠରେ ଥିବା କେତେକ ପ୍ରତିବନ୍ଧନ ଯୋଗୁଁ ଆମକୁ ବିକ୍ରମ ସହ ସଂପର୍କ ସ୍ଥାପନ କରିବାରେ ବାଧା ଉପୁଜୁଛି ।”ଏମ. ଆନାଦୁରାଇ, ନ୍ୟୁଜ ଏଜେନ୍ସିଙ୍କୁ ସୂଚନା ଦେଇ କହିଛନ୍ତି ଯେ, ଚନ୍ଦ୍ରପୃଷ୍ଠରେ ବିକ୍ରମ ଲ୍ୟାଣ୍ଡର ପତ୍ତା ମିଳି ସାରିଛି, ବର୍ତ୍ତମାନ ଆମେ ଏହା ସହ ସଂପର୍କ ସ୍ଥାପନା କରିବା ପାଇଁ ଚେଷ୍ଟା ଚଳାଇଛୁ । ଯେଉଁ ସ୍ଥାନରେ ଲ୍ୟାଣ୍ଡର ଓହ୍ଲାଇଛି, ତାହା ସଫ୍ଟ ଲ୍ୟାଣ୍ଡିଙ୍ଗ ପାଇଁ ଉପଯୁକ୍ତ ସ୍ଥାନ ନୁହେଁ । କିଛି ଅସୁବିଧା ରହିଛି, ଯାହାକି ଆମକୁ ସଂପର୍କ ସ୍ଥାପନ କରିବାରେ ବାଧା ଉପୁଜାଇ ପାରେ । ସେ ଆଗକୁ ଆହୁରୀ କହିଛନ୍ତି ଯେ, ପ୍ରଥମେ ଚନ୍ଦ୍ରାୟନର ଆରବିଟରର ଯୋଗାଯୋଗ ସ୍ଥାପନ କରିବା ପାଇଁ ଲ୍ୟାଣ୍ଡର ନିକଟକୁ ସିଗନାଲ ପଠାଇଥିବାବେଳେ ବର୍ତ୍ତମାନ ଏହା ଦେଖିବାକୁ ବାକି ରହିଛି ଯେ, ଲ୍ୟାଣ୍ଡର ସହ ସଂପର୍କ ସ୍ଥାପନ ହୋଇପାରୁଛିକି ନାହିଁ ? । ଅରବିଟର ଏବଂ ଲ୍ୟାଣ୍ଡର ମଧ୍ୟରେ ସର୍ବଦା ଦୁଇ ପାଶ୍ୱର୍ରୁ ଯୋଗସୂତ୍ର ସୃଷ୍ଟି ହୋଇଥାଏ କିନ୍ତୁ ଆମେ ଗୋଟିଏ ପାଶ୍ୱର୍ରୁ ଯୋଗଯୋଗ ସ୍ଥାପନ ପାଇଁ ଚେଷ୍ଟା ଚଳାଇଛୁ ।


Share It

Comments are closed.