ରାଜ୍ୟରେ ଆଜି ପୁଣି କରୋନାରେ ଆଖି ବୁଜିଲେ ୯ ଜଣ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି


ରାଜ୍ୟରେ ଆଜି ପୁଣି କରୋନାରେ ଆଉ ୯ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୧୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର, ପୁରୀ ଓ ଖୋର୍ଦ୍ଧା ରେ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ କରୋନାରେ ୬ ଜଣ ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଓ ୪ଜଣ ପୁରୁଷ ଅଛନ୍ତି। ମୃତ ପୁରୁଷମାନଙ୍କ ବୟସ ଯଥାକ୍ରମେ ୪୦, ୫୦, ୬୦ ଓ ୪୬ ବର୍ଷ। ଅପରପକ୍ଷରେ ମହିଳାଙ୍କ ବୟସ ୬୦ ଓ ୭୫ ବର୍ଷ ବୋଲି ଜଣାଯାଇଛି। ଉଭୟେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିଲେ।

ସେହିଭଳି ଯାଜପୁର, ପୁରୀ ଓ ଖୋର୍ଦ୍ଧାରେ ଯେଉଁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କର ମଧ୍ୟରେ ସମସ୍ତେ ପୁରୁଷ ରହିଥିବାବେଳେ ସେମାନଙ୍କର ବୟସ ଯଥାକ୍ରମେ ୫୭, ୪୦ ଓ ୫୫ ବର୍ଷ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି ୧୦ଜଣ କୋଭିଡ୍ ପଜିଟିଭ୍ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି |


Share It

Comments are closed.