ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଦି ରାଜା ସଲମାନ ବିନ ଅବ୍‌ଦୁଲାଜିଜ


ସାଉଦି ଆରବର ୮୪ ବର୍ଷୀୟ ରାଜା ସଲମାନ୍‌ ବିନ୍‌ ଅବ୍‌ଦୁଲାଜିଜ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ରାଜଧାନୀ ରିୟାଧସ୍ଥିତ କିଙ୍ଗ୍‌ ଫୈଜଲ ସ୍ପେଶାଲିଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୋମବାର ଏ ନେଇ ସାଉଦି ଗଣମାଧ୍ୟରେ ରିପୋର୍ଟ ପ୍ରକାଶ ପାଇଛି। ପତ୍ତାଶୟରେ ପ୍ରଦାହ ଏବଂ କୋଲେସିଷ୍ଟାଇଟିସ୍‌ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସଲମାନ୍‌ ରାଜା ଭାବେ ଦାୟିତ୍ଵ ଗ୍ରହଣ କରିବା ପୂର୍ବରୁ ୨୦୧୨ ଜୁନରୁ ୨ ବର୍ଷ ପର୍ଯ୍ୟନ୍ତ ସାଉଦି କ୍ରାଉନ ପ୍ରିନ୍ସ ରହିଥିଲେ। ଏହା ସହିତ ସେ ରିୟାଧର ଗଭର୍ଣ୍ଣର ଭାବେ ୫୦ ବର୍ଷରୁ ଅଧିକ ସମୟ ସେବା କରିଥିଲେ।


Share It

Comments are closed.