ବିଶ୍ୱରେ ପୁଣି ବଢ଼ୁଛି କରୋନା ସଂକ୍ରମଣ


ଚୀନ ସମେତ ବିଶ୍ୱର ଅନେକ ଦେଶରେ ବର୍ତ୍ତମାନ କରୋନା ମାମଲା ବଢ଼ିବାରେ ଲାଗିଛି । ହଠାତ୍‌ ନଭେମ୍ବର ମାସରୁ ବିଶ୍ୱର ଅନେକ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ହେଲେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଭାରତରେ କିନ୍ତୁ କରୋନା ସଂକ୍ରମଣ କ୍ରମାଗତ ହ୍ରାସ ପାଉଛି । ଗତ ସପ୍ତାହରେ ଦେଶରେ କରୋନା ଯୋଗୁଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଗତ ତିନି ଦିନ ଧରି କରୋନା ଜନିତ ମୃତ୍ୟୁସଂଖ୍ୟା ସାମନାକୁ ଆସିନାହିଁ । ଗତ ସପ୍ତାହରେ ୧୧୦୩ଟି ନୂଆ କରୋନା ମାମଲା ଚିହ୍ନଟ ହୋଇଥିବା ସୂଚନା ଦିଆଯାଇଛି । ଗତ ସାତ ଦିନ ମଧ୍ୟରେ କରୋନା ମାମଲାରେ ୧୯% ହ୍ରାସ ଘଟିଥିବା ଦେଖିବାକୁ ମିଳିଛି ।

ରିପୋର୍ଟ ଅପୁଯାୟୀ ଗତ ପାଞ୍ଚ ମାସ ଧରି ଦେଶରେ ଲଗାତର କରୋନା ସଂକ୍ରମଣ ହ୍ରାସ ପାଉଛି । ଅନ୍ୟପଟେ ଏପରି ସମୟରେ ୟୁରୋପ ସମେତ ଅନେକ ଦେଶରେ କରୋନା ତାର କୟା ବିସ୍ତାର କରୁଛି । ନଭେମ୍ବର ୨ରେ ବିଶ୍ୱସ୍ତରୀୟ କରୋନା ମାମଲା ୩.୩ ଲକ୍ଷ ଥିଲା । ହେଲେ ତା ପରଠାରୁ କରୋନା ମାମଲା କ୍ରମାଗତ ବଢ଼ିବାରେ ଲାଗିଛି । ଡିସେମ୍ବର ୧୮ରେ ଏହି ସଂଖ୍ୟା ୫୫ ପ୍ରତିଶତ ବୃଦ୍ଧି ପାଇଛି । ଫଳରେ ବିଶ୍ୱସ୍ତରୀୟ କରୋନା ମାମଲା ୫.୧ ଲକ୍ଷରେ ପହଞ୍ଚିଛି |


Share It

Comments are closed.