କୋଷ୍ଠ କାଠିନ୍ୟ ଦୂର କରିବାର କିଛି ଘରୋଇ ଉପାୟ


ବହୁ ଲୋକଙ୍କର କୋଷ୍ଠକାଠିନ୍ୟ ସମସ୍ୟା ରହିଥାଏ । ବହୁ ପ୍ରକାର େଓøଷଧ ଏବଂ ଚିକିତ୍ସା ପରେ ମଧ୍ୟ ଏହି ସମସ୍ୟାରୁ ମୁକ୍ତି ମିଳିନଥାଏ । ଆପଣ କିଛି ଘରୋଇ ଉପକରଣ ବ୍ୟବହାର କରି ମଧ୍ୟ ଏହି କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇପାରିବେ । ଆସନ୍ତୁ ଜାଣିବା ଏହି କିଛି ଘରୋଇ ଉପଚାର ସମ୍ପର୍କରେ ।

୧. ବିଟ୍ ଜୁସ –

ବିଟ୍ ଜୁସ ପିଇବା ଦ୍ୱାରା କୋଷ୍ଠ କାଠିନ୍ୟରୁ ମୁକ୍ତି ମିଳିପାରିବ । ଆପଣ ଏହି ବିଟରୁଟକୁ ହଲକା ଫୁଟାଇ ଜୁସ କରି କିମ୍ବା ଖାଲି ଜୁସ କରି ପିଇପାରିବେ । ବିଟରେ ଉପକାରୀ ଫାଇବର ରହିଛି ଯାହା ଇଣ୍ଟେସଟାଇନରେ ଅନାବଶ୍ୟକ ବର୍ଜ୍ୟବସ୍ତୁର ଚଳପ୍ରଚଳକୁ ଭଲ କରିଥାଏ । ଏହି ବିଟ୍ ଜୁସ ପେଟ ପାଇଁ ଭଲ ହେବା ସହିତ ଶରୀର ପାଇଁ ମଧ୍ୟ ଖୁବ ହିତକାରୀ ।

୨. ଅଲିଭ ଅଏଲ –

ଅଲିଭ ତେଲ ଉଭୟ ଶରୀର ଏବଂ ପେଟ ପାଇଁ ଖୁବ ଭଲ । ଏହା ହଜମ କ୍ରିୟା ସଠିକ କରିବା ସହିତ କୋଲନ ମାଧ୍ୟମରେ ବର୍ଜ୍ୟବସ୍ତୁର ନିଷ୍କାସନ ଭଲ କରିଥାଏ । କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ସକାଳୁ ଖାଲି ପେଟରେ ଗୋଟିଏ ଚାମଚ ଅଲିଭ ଅଏଲ ପିଅନ୍ତୁ ଏବଂ ଏହା ସହିତ ଆପଣ ଗୋଟିଏ ଚାମଚ ଲେମ୍ବୁ ରସ ମଧ୍ୟ ମିଶାଇ ପାରିବେ ।

୩. ଲେମ୍ବୁ ରସ – .

ଲେମ୍ବୁରେ ଥିବା ସାଇଟ୍ରିକ ଏସିଡ ହଜମ କ୍ରିୟା ସଠିକ କରିଥାଏ ଏବଂ ଶରୀରର ସମସ୍ତ ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ । ଆପଣ କୋଷ୍ଠ କାଠିନ୍ୟ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଗୋଟିଏ ଗ୍ଲାସ ଗରମ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ମିଶାଇ ସକାଳୁ ଖାଲି ପେଟରେ ପିଅନ୍ତୁ ।

୪. ଦହି –

ଦହିରେ ପ୍ରୋ ବାଇଓଟିକ ପ୍ରୋଟିନ ରହିଛି ଯାହା ହଜମ ଯନ୍ତ୍ରର କାର୍ଯ୍ୟକ୍ରମକୁ ସନ୍ତୁଳିତ କରିଥାଏ । ପ୍ରତିଦିନ ଦହିର ସେବନ ଦ୍ୱାରା ଶରୀରରେ ଏହା ଭଲ ବ୍ୟାକ୍ଟେରିଆର ବୃଦ୍ଧି କରିଥାଏ ଏବଂ କୋଷ୍ଠ କାଠିନ୍ୟରୁ ମଧ୍ୟ ମୁକ୍ତି ପ୍ରଦାନ କରିଥାଏ । ଆପଣ ନିଜର ପ୍ରତିଦିନ ଖାଦ୍ୟ ପେୟରେ ଦହିକୁ ମିଶାଇ ପାରିବେ ।

୫. ଏପ୍ସମ ଲୁଣ –

କୋଷ୍ଠକାଠିନ୍ୟ ପାଇଁ ଏପ୍ସମ ଲୁଣ ଖୁବ ପ୍ରଭାବଶାଳୀ । ଏହା ଶରୀରର ଅନ୍ତଭାଗରୁ ଜଳକୁ ଶୋଷି ମଳକୁ ନରମ କରିଥାଏ ଏବଂ ମଳତ୍ୟାଗରେ କୌଣସି ଅସୁବିଧା ହୁଏ ନାହିଁ । ଏଥିରେ ଥିବା ମ୍ୟାଗ୍ନେସିୟମ ଶରୀରରେ ବର୍ଜ୍ୟବସ୍ତୁକୁ ନିଷ୍କାସନ କରିବାରେ ସାହାଯ୍ୟ କରିଥାଏ । ଆପଣ ଏକ ଚାମଚ ଏପ୍ସମ ଲୁଣକୁ ପାଣି, ସରବତ କିମ୍ବା ଜୁସ ସହିତ ମିଶାଇ ପିଇପାରିବେ । ପିଲାମାନଙ୍କ କ୍ଷେତ୍ରରେ ଆପଣ ଅଧା ଚାମଚ ଏପ୍ସମ ଲୁଣର ବ୍ୟବହାର କରିପାରିବେ ।


Share It

Comments are closed.