ସୁପ୍ରିମ କୋର୍ଟରେ ପହଞ୍ଚିଲା ରାଫେଲ ଡିଲ ମାମଲା, ଆଗାମୀ ସପ୍ତାହରେ ହେବ ଶୁଣାଣୀ


ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ କୋର୍ଟ ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ରାଫେଲ ଡିଲ ଉପରେ ଆଗାମୀ ସପ୍ତାହରେ ଶୁଣାଣୀ କରିବାକୁ ନିଷ୍ପତି ନେଇଛନ୍ତି । ରାଫେଲ ଡିଲ ବିରୋଧରେ ଦାୟାର ହୋଇଥିବା ଏକ ମାମଲା ଅନୁଯାୟୀ ସୁପ୍ରିମ କୋର୍ଟ ବୁଧବାର ଦିନ ଏହା ଉପରେ ଶୁଣାଣୀ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆଡଭୋକେଟ ଏମଏଲ ଶର୍ମା ସୁପ୍ରିମ କୋର୍ଟରେ ଫ୍ରାନ୍ସ ସହ ହୋଇଥିବା ଯୁଦ୍ଧ ବିମାନ ଚୁକ୍ତିକୁ ନେଇ ଏକ ମାମଲା ରୁଜୁ କରିଥିଲେ । ଆଡଭୋକେଟ ଶର୍ମା ଏହି ଚୁକ୍ତି ବିରୋଧରେ ସୁପ୍ରିମ କୋର୍ଟରେ ଏକ ମାମଲା ରୁଜୁ କରିବା ସହ ଏହାକୁ ସ୍ଥଗିତ ରଖିବା ପାଇଁ ମଧ୍ୟ ଦାବି କରିଛନ୍ତି । ପ୍ରଧାନ ବିଚାରପତି ଦୀପକ ମିଶ୍ର, ନ୍ୟାୟମୂର୍ତ୍ତି ଏଏମ ଖାନୱିଲକର ଏବଂ ଡି.ଭି ଚନ୍ଦ୍ରଚୁଡଙ୍କ ମଧ୍ୟରେ ଗଠିତ ଏକ ଖଣ୍ଡପିଠରେ ଏହି ମାମଲାକୁ ବହୁତ ଗମ୍ଭୀରତାର ସହକାରେ ନେବା ସହ ଏହା ଉପରେ ଆଗାମୀ ସପ୍ତାହ ବୁଧବାରଦିନ ନିଷ୍ପତି ନିଆଯିବ ବୋଲି କହିଛନ୍ତି ।
ଦୁଇ ଦେଶ ମଧ୍ୟରେ ହୋଇଥିବା ଏହି ଚୁକ୍ତି ଏକ ଭ୍ରଷ୍ଟାଚାର ବୋଲି ମାମଲାରେ ଦର୍ଶାଯାଇଛି । ଏହି ଅର୍ଥରାଶିକୁ ଏମାନଙ୍କ ଠାରୁ ପୁନରୁଦ୍ଧାର କରିବା ନିହାତି ଜରୁରୀ । ଉକ୍ତ ଚୁକ୍ତି ଅନୁଚ୍ଛେଦ ୨୫୩ ଅନୁଯାୟୀ ଏହି ଅର୍ଥ ସଂସଦ ମାଧ୍ୟମରେ ଦିଆଯାଇ ନାହିଁ ।
ପ୍ରକାଶ ଥାଉକି ଫ୍ରାନ୍ସ ସହିତ ହୋଇଥିବା ରାଫେଲ ଚୁକ୍ତିରେ କଂଗ୍ରେସ ଲଗାତର ଶାସକ ବିଜେପି ଉପରେ ବର୍ଷୁଥିବାବେଳେ ବିଜେପି ଏକ ବେସରକାରୀ କମ୍ପାନୀକୁ ଫାଇଦା ଯୋଗାଇଦେବା ଆଶାରେ ଜାଣିଶୁଣି ସରକାରୀ କମ୍ପାନୀ ହିନ୍ଦୁସ୍ଥାନ ଏରୋନେଟିକ ଲିମିଟେଡ)କୁ କ୍ଷତି ପହଞ୍ଚାଇବାକୁ ଚାହୁଁଛି ବୋଲି କଂଗ୍ରେସ ବହୁ ପୂର୍ବରୁ ଅଭିଯୋଗ କରିଆସୁଛି ।
ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏହି ଘଟଣା ଉପରେ ଜେପିସି ତଦନ୍ତ କରାଇବାକୁ ଦାବି କରିବା ସହ ମୋଦି ଏବଂ ବିଶିଷ୍ଟ ଶିଳ୍ପପତି ଅନିଲ ଅମ୍ବାନୀଙ୍କ ମଧ୍ୟରେ କି ସମ୍ପର୍କ ରହିଛି ତାହା ଦେଶବାସୀଙ୍କୁ ସ୍ପଷ୍ଟ କରାଯାଉ ବୋଲି ଆପିଲ କରିଛନ୍ତି ।










Share It

Comments are closed.