ଗୁଜବ ରୋକିବାପାଇଁ ହ୍ୱାଟସ ଆପ୍ ଆପଣାଇଲା କଠୋର ପଦକ୍ଷେପ


ଦିନକୁ ଦିନ ହ୍ୱାଟସ ଆପରେ ମିଥ୍ୟା ସୂଚନାର ସଂପ୍ରସାରଣ ବଢିବାରେ ଲାଗିଛି । ହ୍ୱାଟସ ଆପରେ ସଂପ୍ରସାରିତ ହେଉଥିବା ମିଥ୍ୟା ସୂଚନା ଏବଂ ଗୁଜବ କିପରି ରୋକାଯାଇପାରିବ ସେଥିପାଇଁ କମ୍ପାନୀ ପକ୍ଷରୁ ଏକ ଅଭିନବ ପ୍ରୟାସ ଆରମ୍ଭ ହୋଇଛି । ଏହାକୁ କିପରି ବ୍ୟବହାରକାରୀଙ୍କ ସୁରକ୍ଷା ନିମନ୍ତେ ହ୍ୱାଟସ ଆପ୍ ଦ୍ୱାରା ବର୍ତ୍ତମାନ ପ୍ରଚଳିତ ଥିବା ଶିକ୍ଷାଭିତ୍ତିକ ଅଭିଯାନର ଏକ ଅଂଶ ଭାବରେ, ମିଥ୍ୟା ସୂଚନା ସଂପ୍ରସାରଣ ଦିଗରେ ସଚେତନତା ସୃଷ୍ଟି କରିବା ପାଇଁ ରେଡିଓ ବିଜ୍ଞାପନ ଅଭିଯାନର ଶୁଭାରମ୍ଭ କରିଛି । ଏହି ରେଡିଓ ଅଭିଯାନ ମାଧ୍ୟମରେ, ହ୍ୱାଟସ ଆପ୍ ଏହାର ବ୍ୟବହାରକାରୀଙ୍କୁ ସେମାନେ ଗ୍ରହଣ କରୁଥିବା ତଥ୍ୟ ସମ୍ପର୍କରେ ଅବଗତ ହେବା ଓ ଏହାକୁ ଫରୱାର୍ଡ କରିବା ପୂର୍ବରୁ ଭଲଭାବରେ ତର୍ଜମା କରିବା ପାଇଁ ପରାମର୍ଶ ପ୍ରଦାନ କରୁଛି । ହ୍ୱାଟସ ଆପ ପକ୍ଷରୁ ନିଆଯାଇଥିବା କଠୋର ପଦକ୍ଷପ ଅନୁଯାୟୀ ଯଦି ଜଣେ ବ୍ୟକ୍ତି ଏକ ମେସେଜ, ଫଟୋ କିମ୍ବା ଭିଡିଓକୁ କୌଣସି ଗ୍ରୁଫ କିମ୍ବା କାହାକୁ ବି ଫରୱାର୍ଡ କରିବାକୁ ଚାହିଁବେ ତେବେ ସେ ଏକାକାଳୀନ ମାତ୍ର ୫ ଜଣ କିମ୍ବା ୫ଟି ଗ୍ରୁପରେ ଏହାକୁ ଫରୱାର୍ଡ କରିପାରିବେ । ଏହା ସହ ପ୍ରତ୍ୟେକ ମେସଜ ଆସିବା ପୂର୍ବରୁ ଏହା ମେସେଜ ଉପରେ ଫରୱାର୍ଡ ଲେଖା ହୋଇ ଆସିବ
ଶିକ୍ଷାଗତ ଅଭିଯାନର ପ୍ରଥମ ପର୍ଯ୍ୟାୟ ରେଡିଓ ବିଜ୍ଞାପନ ମାଧ୍ୟମରେ ଅଗଷ୍ଟ ୨୯ରେ ଆରମ୍ଭ ହୋଇଥିଲା, ଯେଉଁଥିରେ ବିହାର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ଉତ୍ତର ପ୍ରଦେଶ ଭଳି ୭ଟି ରାଜ୍ୟରେ ଅଲ୍ ଇଣ୍ଡିଆ ରେଡିଓର ୪୬ଟି ହିନ୍ଦୀ କଥିତ ରେଡିଓ ସାମିଲ ଥିଲେ । ଏହାର ଦ୍ୱିତୀୟ ପର୍ଯ୍ୟାୟ ସେପ୍ଟେମ୍ବର ୫ରେ ଆସାମ, ତ୍ରିପୁରା, ପଶ୍ଚିମବଙ୍ଗ, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା, ଓଡ଼ିଶା ଓ ତାମିଲନାଡ଼ୁ ଆଦି ରାଜ୍ୟମାନଙ୍କରେ ଅଲ୍ ଇଣ୍ଡିଆ ରେଡିଓର ୮୩ଟି ରେଡିଓ ଷ୍ଟେସନମାନଙ୍କରେ ଆରମ୍ଭ ହୋଇଛି । ଏହି ଅଭିଯାନ ଆଠଟି ଆଞ୍ଚଳିକ ଭାଷା, ଯଥା- ଆସାମୀଜ୍, ବଙ୍ଗଳା, ଗୁଜୁରାଟି, କନ୍ନଡ଼, ମରାଠୀ, ତେଲୁଗୁ, ଓଡ଼ିଆ ଓ ତାମିଲ ଭାଷାରେ ୧୫ ଦିନର ସମୟ ଅବଧି ଧରି ପ୍ରଚଳିତ ହେବ । ଏହି ଅଭିଯାନକୁ ସହଜରେ ବୁଝିହେବା ଭଳି ଡିଜାଇନ୍ କରାଯାଇଛି, ଯାହା ବ୍ୟବହାରକାରୀଙ୍କୁ ମିଥ୍ୟା ତଥ୍ୟଗୁଡ଼ିକୁ ଜାଣିପାରିବା କ୍ଷେତ୍ରରେ ସକ୍ଷମ କରାଇବ ଓ ମିଥ୍ୟା ସୂଚନା ଗୁଡ଼ିକର ଆହ୍ୱାନ ଗୁଡ଼ିକ ବିଷୟରେ ସେମାନଙ୍କୁ ଆହୁରି ସୂକ୍ଷ୍ମାନୁଭବୀ କରାଇବ ଏବଂ ଏଥିସହ ଏଗୁଡ଼ିକୁ ସମାଜକୁ ଜଣାଇବାବାରେ ସାହାଯ୍ୟ କରିବ ।
ହ୍ୱାଟସ ଆପ୍ ଏହି ସମସ୍ୟାଗୁଡ଼ିକର ସମାଧାନ ନିମନ୍ତେ ନାଗରିକ ସମାଜ, ଅଂଶୀଦାର ଓ ସରକାର ସହିତ ଏହି ଉଦ୍ୟମଗୁଡ଼ିକୁ ଜାରି ରଖିଛି । ଏଥି ନିମନ୍ତେ ହିନ୍ଦୀ, ଆସାମୀଜ୍, ବଙ୍ଗଳା, ଗୁଜୁରାଟି, କନ୍ନଡ଼, ମରାଠୀ, ତେଲୁଗୁ, ଓଡ଼ିଆ ଓ ତାମିଲ ଆଦି ଭାଷାମାନଙ୍କରେ ଏହି ଅଭିଯାନ ପାଇଁ କରାଯାଇଥିବା ଅଡିଓ କ୍ଲିପ୍ଗୁଡ଼ିକୁ ଶୁଣି ମନରେ ଏହାକୁ ନେଇ ଥିବା ଅତିରିକ୍ତ ପ୍ରଶ୍ନଗୁଡ଼ିକ ସମ୍ପର୍କରେ ଆମକୁ ଅବଗତ କରାନ୍ତୁ ।


Share It

Comments are closed.