ଦକ୍ଷିଣ ଇରାନରେ ୬.୩ ତୀବ୍ରତାରେ ଭୂକମ୍ପ: ୫ ମୃତ


ଦକ୍ଷିଣ ଇରାନରେ ଶନିବାର ୬.୩ ତୀବ୍ରତାରେ ଭୂକମ୍ପ ଆସିଛି। ଏହି ଭୂକମ୍ପ କାରଣରୁ ୫ ଜଣଙ୍କର ମୃତ୍ୟୁ ହୋଇଯାଇଛି, ସେଭଳି ୪୪ ଜଣ ଆହତ ହୋଇଥିବାର ଖବର ମିଳିଛି। ଇରାନର ସରକାରୀ ଟେଲିଭିଜନ୍ ଚ୍ୟାନେଲ କହିଛି ଯେ, ଭୂକମ୍ପର କେନ୍ଦ୍ର ରାଜଧାନୀ ତେହରାନଠାରୁ ପ୍ରାୟ ୧୦୦୦ କିଲୋମିଟ ଦୂର ଦକ୍ଷିଣରେ ଥିବା ସାହେୟ ଖୋଶ୍‌ ଗାଁ ଥିଲା। ଭୂକମ୍ପ ପରେ ଗାଁରେ ଉଦ୍ଧରକାରୀ ଦଳକୁ ମୁତୟନ କରାଯାଇଛି। ହୋରମୋରଜଗାନା ପ୍ରଦେଶର ଏହି ଗାଁରେ ପ୍ରାୟ ୩୦୦ ଲୋଗ ରୁହନ୍ତି। ଏହି ଅଞ୍ଚଳରେ ଭୋର ସମୟରେ ଭୂକମ୍ପ ପରେ ଝଟକା ଅନୁଭୂତ ହୋଇଥିଲା, ଯାହାଫଳରେ ବହୁ ବିଲ୍ଡିଂ କ୍ଷତିଗ୍ରସ୍ତ ହୋଇଯାଇଛି। ଚ୍ୟାନେଲର ସୂଚନା ଅନୁସାରେ, ଭୂକମ୍ପର ଝଟକା ବହୁ ପଡୋଶୀ ଦେଶରେ ମଧ୍ୟ ଅନୁଭବ କରାଯାଇଛି।

ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଏହି ଅଞ୍ଚଳରେ ନିକଟରେ ସପ୍ତାହରେ ଭୂକମ୍ପର ବହୁ ମାମୁଲି ଝଟକା ଦେଖିବାକୁ ମିଳିଛି। ଏହା ପୂର୍ବରୁ ନଭେମ୍ବରରେ ଏହି ଅଞ୍ଚଳରେ ୬.୪ ଓ ୬.୩ ତୀବ୍ରତାରେ ଭୂକମ୍ପ ଆସିଥିଲା। ଏହି କାରଣରୁ ସେତେବେଳେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖନୀୟ ଯେ, ଭୂକମ୍ପ କାରଣରୁ ଇରାନ ଖୁବ୍ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ସବୁବେଳେ ଭୂକମ୍ପ କାରଣରୁ ଇରାନ ଖୁବ୍ ସମ୍ବେଦନଶୀଳ ଅଞ୍ଚଳ। ଏଠାରେ ସବୁବେଳେ ଭୂକମ୍ପ ଆସିଥାଏ। ଐତିହାସିକ ସହର ବାମ୍‌ରେ ୨୦୦୩ ରେ ୬.୬ ତୀବ୍ରତାରେ ଭୂକମ୍ପ ଆସିଥିଲା, ଯେଉଁଥିରେ ୨୬,୦୦୦ ଲୋକଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ୨୦୧୭ ରେ ପଶ୍ଚିମ ଇରାନରେ ଆସିଥିବା ୭ ତୀବ୍ରତାରେ ଭୂକମ୍ପରେ ୬୦୦ରୁ ଅଧିକ ଲୋକଙ୍କର ଜୀବନ ଚାଲି ଯାଇଥିଲା, ସେଭଳି ୯୦୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ।


Share It

Comments are closed.