ନେପାଳରେ ଭୂକମ୍ପ


ଭୂକମ୍ପରେ ଥରିଲା ନେପାଳ । କାଠମାଣ୍ଡୁରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଛି । ଆଜି (ମଙ୍ଗଳବାର) ଭୋର ୪.୩୭ ମିନିଟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ଏନେଇ ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ଭୂକମ୍ପ ନେପାଳ କାଠମାଣ୍ଡୁର ଦକ୍ଷିଣ-ପୂର୍ବ ୧୫୫ କିଲୋମିଟର ଦୂରରେ ଅନୁଭୂତ ହୋଇଛି । ଏହାର ଗଭୀରତା ।୧୦୦ କିଲୋମିଟର ରହିଛି । ସେହିପରି ଅକ୍ଷାଂଶ ୨୮.୫୭ ରହିଥିବାବେଳେ ଦ୍ରାଘିମା ୮୬.୫୮ ରହିଛି । ତେବେ ଭୂକମ୍ପ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ ଗତ ଅଗଷ୍ଟ ମାସରେ ନେପାଳର ନୁୱାକୋଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଯାହାର ତୀବ୍ରତା ୫.୩ ରେକର୍ଡ ହୋଇଥିଲା ।
ସେହିପରି ଗତ ଜୁଲାଇ ୩୧ରେ କୋଟାଙ୍ଗ ଜିଲ୍ଲାରେ ୬.୦ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ହୋଇଥିଲା । ଗତ ବର୍ଷ ଫେବୃୟାରୀ ମାସରେ ୫.୨ ତୀବ୍ରତାର ଭୂକମ୍ପ ହୋଇଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳର ଲୋବୁଜ୍ୟାରୁ ୧୧୦ କିଲୋମିଟର ଦୂରରେ ସୃଷ୍ଚି ହୋଇଥିଲା ।


Share It

Comments are closed.