ରାଜ୍ୟରେ ୩୨୫୨ ନୂଆ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ


ରାଜ୍ୟରେ ହୁ ହୁ ହୋଇ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୩୨୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୭୯୨୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୮୭ଜଣ କ୍ୱାରେଣ୍ଟାଇନ‌ରେ ରହିଥିବା ବେଳେ ୧୨୬୫ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୧ଜଣ, ବାଲେଶ୍ୱର ଜିଲ୍ଲାରୁ ୭୮ଜଣ, ବରଗଡ଼ ଜିଲ୍ଲାରୁ ୧୪୬ଜଣ, ଭଦ୍ରକ ଜିଲ୍ଲାରୁ ୭୬ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୪ଜଣ, ବୌଦ୍ଧ ଜିଲ୍ଲାରୁ ୩୮ଜଣ, କଟକ ଜିଲ୍ଲାରୁ ୩୨୩ଜଣ, ଦେଓଗଡ଼ ଜିଲ୍ଲାରୁ ୭ଜଣ, ଢେଙ୍କାନାଳ ଜିଲ୍ଲାରୁ ୯୪ଜଣ, ଗଜପତି ଜିଲ୍ଲାରୁ ୨୦ଜଣ, ଗଞ୍ଜାମ ଜିଲ୍ଲାରୁ ୧୬୯ଜଣ, ଜଗତସିଂହପୁର ଜିଲ୍ଲାରୁ ୩୬ଜଣ, ଯାଜପୁର ଜିଲ୍ଲାରୁ ୮୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୫୫ଜଣ, କଳାହାଣ୍ଡି ଜିଲ୍ଲାରୁ ୨ଜଣ, କନ୍ଧମାଳ ଜିଲ୍ଲାରୁ ୨୬ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୭୭ଜଣ, କେନ୍ଦୁଝର ଜିଲ୍ଲାରୁ ୫୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୭୬୨ଜଣ, କୋରାପୁଟ ଜିଲ୍ଲାରୁ ୨୫ଜଣ, ମାଲକାନଗିରି ଜିଲ୍ଲାରୁ ୨୧ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୨୩ଜଣ, ନବରଙ୍ଗପୁର ଜିଲ୍ଲାରୁ ୪୧ଜଣ,ନୟାଗଡ ଜିଲ୍ଲାରୁ ୧୨୦ଜଣ,ନୂଆପଡ଼ା ଜିଲ୍ଲାରୁ ୨୫ଜଣ, ପୁରୀ ଜିଲ୍ଲାରୁ ୧୩୫ଜଣ, ରାୟଗଡ଼ା ଜିଲ୍ଲାରୁ ୪୫୦ଜଣ, ସମ୍ବଲପୁର ଜିଲ୍ଲାରୁ ୬୩, ସୋନପୁର ଜିଲ୍ଲାରୁ ୩୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୯୪ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୯୭୯୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୫୭୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୬୭୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୧୬୭୦୯୧୦ଟି ସାମ୍ପୁଲ ଟେଷ୍ଟ୍ ହୋଇଛି ।


Share It

Comments are closed.