ନିଜ ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କଲା ଯୁବକ


ଗତ କାଲି ରାତିରେ ପଞ୍ଜାବରେ ଏକ ଅଭାବନୀୟ ଘଟଣା ଘଟିଛି ଯେଉଁଥିରେକି ଜଣେ ଯୁବକ ତାଙ୍କ ପରିବାରର ୫ ଜଣଙ୍କୁ ଗୁଳି କରି ହତ୍ୟା କରିଛି । ଉକ୍ତ ଯୁବକ ଜଣକ ଗତ କାଲି ତାଙ୍କ ପରିବାରର ୬ଜଣଙ୍କୁ ଗୁଳି କରିଥିଲା ଯେଉଁଥିରେକି ୫ଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ହୋଇଯାଇଥିଲା । ଏହା ପରେ ଉକ୍ତ ଯୁବକ ଜଣଙ୍କ ନିଜ ଗୁଳି କରି ମଧ୍ୟ ଆତ୍ମହତ୍ୟା ମଧ୍ୟ କରିଥିଲା । ଯୁବକ ଗୁଳି କରିଥିବା ୬ ଜଣଙ୍କ ମଧ୍ୟରୁ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବୃଦ୍ଧା ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ମିଳିଥିବା ସୂଚନା ମୁତାବକ, ପରିବାରର ଲୋକ ଉକ୍ତ ଯୁବକ ସହ ଜୋରଜବରଦସ୍ତ ବିବାହ ଠିକ କରିଦେଇଥିଲେ ଯେଉଁଥିପାଇଁ ସେ ଏହିଭଳି କାଣ୍ଡ ଭିଆଇଥିଲା । କେବଳ ଏତିକି ନୁହେଁ ଉକ୍ତ ଯୁବକ ଜଣ ନିଜ ସୁଇସାଇଡ ନୋଟରେ ଏହି ସଂକ୍ରାନ୍ତେର ଉଲ୍ଲେଖ ମଧ୍ୟ କରିଥିଲେ ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଉକ୍ତ ଯୁବକଙ୍କ ନାମ ସନ୍ଦିପ ସିଂହ ଓର୍ଫ ସନି ଅଟେ । ସେ ନିଜ ମା’, ବାପା, ଭଉଣୀ, ଭାଇ, ଜେଜେ ଏବଂ ଜେଜେମା’ଙ୍କୁ ଗୁଳି କରିଥିଲେ, ଯେଉଁଥିରେକି ଜେଜେ ବର୍ତ୍ତମାନ ପର୍ଯ୍ୟନ୍ତ ଫରିଦାବାଦ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି ।


Share It

Comments are closed.