ସାରା ବିଶ୍ୱରେ କରୋନା ଭାଇରସ ଭୟରେ ଲୋକେ ଆତଙ୍କିତ ହୋଇ କେହିବି ଘରୁ ପାଦ କାଢୁ ନଥିବାବେଳେ ଏହାକୁ ନେଇ ଅନେକଙ୍କୁ ବିରକ୍ତିକର ସମ୍ମୁଖୀନ ହେବାକୁ ମଧ୍ୟ ପଡୁଛି । ଏହି ମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡିଓରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳୁଛି, ଯାହାକି ଲୋକଙ୍କୁ ବରକ୍ତିକର ସ୍ୱାଭାବରୁ ଦୂରେଇ ରଖି ମନୋରଞ୍ଜନ ପ୍ରଦାନ କରିବାରେ ସହାୟକ ହେବ । ଏହି ଭିଡିଓରେ ଦୁଇ ଜଣ କରୋନା ପ୍ରଭାବ କରାଣରୁ ଘରୁ ବାହାରିବା ଅସମ୍ଭବ ହୋଇପଡିଥିବାବେଳେ ଘରେ ପରସ୍ପର ନିଜର ଏକୁଟିଆପଣକୁ ଦୂର କରିବା ନିଜ ନିଜର ଝରକା ବାହାରେ କିପରି ଟେନିସ ଖେଳୁଛନ୍ତି, ତାହା ଦେଖିବା ଅତି ରୋମାଞ୍ଚକର ।
ଉଭୟ ଦୀର୍ଘ ସମୟ ଧରି ବଲଟିକୁ ତଳେ ନପକାଇ ଖୁବ ରୋମାଞ୍ଚକର ସହ ନିଜର ଖେଳ ଦେଖାଇ ଚାଲୁଥିବାବେଳେ କିଛି ସମୟ ପରେ ବଲଟି କାନ୍ଥରେ ବାଜି ସିଧା ତଳକୁ ଖସି ପଡିଥିଲା । ଯାହା ଫଳରେ ଖେଳଟି ବନ୍ଦ ହୋଇଯାଇଥିଲା । ଇଟାଲୀର ଏହି ଦୁଇ ଯୁବକଙ୍କ ଭିଡିଓ ୨୫ ସେକେଣ୍ଡର ହୋଇଥିବାବେଳେ ଏହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।
Comments are closed.