କିଛି ଖାଦ୍ୟ ଆପଣ ବିନା କୌଣସି ଚିନ୍ତାରେ ଖାଆନ୍ତୁ ଯାହା ଆପଣଙ୍କ ଓଜନ ବୃଦ୍ଧି କରାଇନଥାଏ


ପ୍ରାୟତଃ ୯୦ପ୍ରତିଶତ ଭାରତୀୟଙ୍କ ରୁଚି ଖାଦ୍ୟ ଖାଇବା କିନ୍ତୁ ବର୍ତ୍ତମାନର ଓଜନ ବୃଦ୍ଧି ସମସ୍ୟାକୁ ନେଇ ଡାଏଟିଂ ଏବଂ ବହୁ ଖାଦ୍ୟପେୟର ବର୍ଜନ ସମସ୍ତଙ୍କୁ ନିଜ ପ୍ରିୟ ଖାଦ୍ୟ ଠାରୁ ଦୂରେଇ ରଖିଥାଏ । ତେଣୁ ଏପରି କିଛି ଖାଦ୍ୟ ପଦାର୍ଥ ଅଛି ଯାହା ଆପଣ ନିଶ୍ଚିନ୍ତରେ ଖାଇପାରିବେ ଯାହା ଆପଣଙ୍କ ଓଜନର କୌଣସି ବୃଦ୍ଧି କରାଇନଥାଏ । ଏହି ଖାଦ୍ୟଗୁଡିକ ଆପଣଙ୍କୁ ସମ୍ପୂର୍ଣ୍ଣ ସାଟିସଫାଏ କରିଥାଏ କିନ୍ତୁ କ୍ୟାଲୋରୀରେ କୌଣସି ପରିବର୍ତ୍ତନ କରିନଥାଏ । ଏହି ଖାଦ୍ୟଗୁଡିକ ଉଚ୍ଚ ମାତ୍ରାରେ ଫାଇବର ଏବଂ ଭିଟାମିନ ଯୁକ୍ତ ଅଟେ । ଏବଂ ଏହା ଖାଇବା ପରେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ଆସନ୍ତୁ ଜାଣିବା ଏହି କିଛି ଖାଦ୍ୟ ପଦାର୍ଥ ସମ୍ପର୍କରେ . . . . .
୧. ସିଝା ଆଳୁ – ଓଜନ ହ୍ରାସ କରିବାକୁ ଚାହୁଁଥିବା ଲୋକମାନେ ନିଜର ଖାଦ୍ୟ ପ୍ରଣାଳୀରେ ଆଳୁ ଆଡ କରନ୍ତି ନାହିଁ । କିନ୍ତୁ ଆଳୁ ଖାଇବା ଦ୍ୱାରା ଆପଣଙ୍କୁ ଉଚ୍ଚମାତ୍ରାରେ ଷ୍ଟାର୍ଚ ଏବଂ କାର୍ବୋହାଇଡ୍ରେଟ ମିଳିଥାଏ । ଏଥିରେ ମଧ୍ୟ ଫାଇବରର ମାତ୍ରା ଅଧିକ ରହିଛି ଯାହା ଖାଇବା ପରେ ବହୁ ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ ।
୨. ଅଣ୍ଡା – ଅଣ୍ଡା ସମ୍ପୂର୍ଣ୍ଣଭାବେ ଭିଟାମିନ ଏବଂ ଫାଇବରର ଏକ ଉତ୍ତମ ସ୍ରୋତ । ଏଥିରେ ୯ଟି ଆବଶ୍ୟକୀୟ ଏମିନୋ ଏସିଡ ରହିଛି । ଏହାକୁ ସାକଳୁ ଖାଇବା ଦ୍ୱାରା ଆପଣଙ୍କର ଓଜନ ହ୍ରାସ ହେବା ସହିତ ବିଏମଆଇ କମ ହୋଇଥାଏ ।
୩. ଓଟ୍ସ – ଓଟସ ସାଧାରଣତଃ ସକାଳ ବ୍ରେକଫାଷ୍ଟରେ ଖାଇଥାନ୍ତି । ଓଟସ ପେଟ ଫୁଲ କରିବା ସହିତ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଓଟସ ଉଚ୍ଚ ଫାଇବର ଏବଂ ପ୍ରୋଟିନ ଯୁକ୍ତ ଅଟେ । ଏଥିରେ ଉଚ୍ଚମାତ୍ରାରେ ବିଟା-ଗ୍ଲୁକୋନ ରହିଛି ଯାହା ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ ।
୪. ଶିମ୍ବ ଜାତୀୟ ଉଦ୍ଭିଦ – ଶିମ୍ବ ଜାତୀୟ ଉଦ୍ଭିଦ ତଥା ବିନ୍ସ, ଝୁଡଙ୍ଗ, ଗ୍ରିନ ମଟର ଭିଟାମିନ ଏବଂ ଫାଇବରର ଉତ୍ତମ ସ୍ରୋତ । ଏହା ଆପଣଙ୍କୁ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଏବଂ ଯେତେଖାଇଲେ ମଧ୍ୟ ଓଜନ ବୃଦ୍ଧି ହୋଇନଥାଏ । ଏହା କୋଲେଷ୍ଟ୍ରଲ ମଧ୍ୟ କମ କରିବାରେ ସାହାଯ୍ୟ କରିଥାଏ ।
୫. ସେଓ – ଏକ ସନ୍ତୁଳିତ ଡାଏଟ ପାଇଁ ଫଳ ଖୁବ ଉପକାରୀ । ଏଥିରେ ପ୍ରାୟତଃ ୮୫ପ୍ରତିଶତ ଜଳ ରହିଛି । ଏଥିରେ ଉଚ୍ଚମାତ୍ରାରେ ଫାଇବର ଥିବା ବେଳେ ଏହା ହଜମ କ୍ରିୟାରେ ସାହାଯ୍ୟ କରିଥାଏ । ଆପଣ ବ୍ରେକଫାଷ୍ଟରେ ଗୋଟିଏ ସେଓ ଖାଇବା ଦ୍ୱାରା ପେଟ ଖୁବ ସମୟ ପର୍ଯ୍ୟନ୍ତ ଫୁଲ ରହିଥାଏ । ଗୋଟିଏ ସେଓରେ ପ୍ରାୟ ୧୫୦ କ୍ୟାଲୋରୀ ରହିଛି ଯାହା ପେଟକୁ ଫୁଲ କରିଥାଏ କିନ୍ତୁ ଓଜନ ବୃଦ୍ଧି କରିନଥାଏ ।
୬. ମାଛ – ମାଛ ଓମେଗା-୩ ଫ୍ୟାଟି ଏସିଡର ଉତ୍ତମ ସ୍ରୋତ ଅଟେ । ଏହା ଖାଇବା ଦ୍ୱାରା ବହୁ ସମୟ ପର୍ଯ୍ୟନ୍ତ ପେଟ ଫୁଲ ରହିଥାଏ ଏବଂ ଭୋକ ଲାଗିନଥାଏ । ମାଛ ଶରୀର ପାଇଁ ବହୁ ଉପକାରୀ ହୋଇଥିବା ବେଳେ ମାଛ ଓଜନ ବୃଦ୍ଧି କରିନଥାଏ ।
୭. ସବୁଜ ପରିବା – ସବୁଜ ପରିବା ଉଚ୍ଚ ଫାଇବର ଏବଂ ଭିଟାମିନ ଯୁକ୍ତ ଏବଂ ନିମ୍ନ କ୍ୟାଲୋରୀ ଯୁକ୍ତ । ଏହା ପେଟ ବହୁ ସମୟ ପର୍ଯ୍ୟନ୍ତ ଫୁଲ ରଖିଥାଏ ଏବଂ ଓଜନ ବୃଦ୍ଧି ହୋଇନଥାଏ । ଏହାକୁ ଆପଣ ରନ୍ଧି କରି ଖାଇପାରିବେ କିମ୍ବା ଷ୍ଟିମ କରି ଖାଇପାରିବେ ।
୮. ପପକର୍ନ – ବହୁ ଲୋକଙ୍କୁ ପପକର୍ନ ପସନ୍ଦ ଥିଲେ ମଧ୍ୟ ଓଜନ ବଢିବା ଡରରେ ପପକର୍ନ ଖାଇନଥାନ୍ତି କିନ୍ତୁ ପପକର୍ନ ଖାଇବା ଦ୍ୱାରା ଓଜନରେ କୌଣସି ଫରକ ପଡିନଥାଏ ଏବଂ ଆପଣଙ୍କ ପେଟ ଖୁବ ଶୀଘ୍ର ଫୁଲ ହୋଇଯାଇଥାଏ । ଏହା ସମ୍ପୂର୍ଣ୍ଣଭାବେ ଫାଇବର ଯୁକ୍ତ ଏବଂ ଫ୍ୟାଟ ବିହୀନ ଅଟେ ।
୯. ଦହି – ସମସ୍ତ ପ୍ରକାରର ସ୍ୱାସ୍ଥ୍ୟକର ଖାଦ୍ୟ ମଧ୍ୟର ଦହି ଖୁବ ଗୁରୁତ୍ୱପୂର୍ଣ୍ଣ । ଦହି କ୍ୟଲସିୟମ ଏବଂ ଫାଇବରରେ ଭରପୁର ଏକ ଉତ୍ତମ ଖାଦ୍ୟ । ଏହା ଆପଣଙ୍କ ଶରୀରରେ ଫ୍ୟାଟର ମାତ୍ରାକୁ କମ କରିଥାଏ ଏବଂ ଓଜନ ହ୍ରାସ କରିଥାଏ । ଏହାର ଫାଇବରଗୁଣ ହଜମକ୍ରିୟାରେ ସାହାଯ୍ୟ କରିଥାଏ ।
୧୦. କାକୁଡି – କାକୁଡିକୁ ସାଧାରଣତଃ ସାଲାଡରେ ବ୍ୟବହାର କରାଯାଇଥାଏ । କାକୁଡିରେ ୯୦ପ୍ରତିଶତ ଜଳୀୟ ଅଂଶ ରହିଥିବାରୁ ଏହା ପେଟକୁ ଖୁବ ଅଧିକ ସମୟ ପର୍ଯ୍ୟନ୍ତ ଫୁଲ ରଖିଥାଏ ଏବଂ ଅନାବଶ୍ୟକ ଫ୍ୟାଟ କମ କରିଥାଏ ।


Share It

Comments are closed.