ଜାଣନ୍ତୁ ଅଲିଭ ଅଏଲ କେତେ ସ୍ୱାସ୍ଥ୍ୟ ଉପଯୋଗୀ


ଆପଣ ଖାଉଥିବା ସମସ୍ତ ପ୍ରକାରର ତେଲ ମଧ୍ୟରେ ଅଲିଭ ଅଏଲ ଖୁବ ଗୁରୁତ୍ୱପୂର୍ଣ୍ଣ । ଏହାର ସ୍ୱାଦ ସମାନ୍ୟ ଭିନ୍ନ ହୋଇଥିଲେ ମଧ୍ୟ ଏହାର ଉପକରିତା ଅନ୍ୟ ତେଲ ତୁଳନାରେ ଖୁବ ଅଧିକ । ଏହା ଅଲିଭରୁ ପ୍ରସ୍ତୁତ ହୋଇଥାଏ ଏବଂ ଏହାର ମୂଲ୍ୟ ଟିକେ ଅଧିକ ଅଟେ । ଅଲିଭ ଅଏଲ ସାଧାରଣତଃ ସାଲାଡ ପ୍ରସ୍ତୁତି, ପାସ୍ତା ଏବଂ ରୋଷେଇ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ । ଏଥିରେ ଫାଇବର, ଓମେଗା-୩ ଫ୍ୟାଟି ଏସିଡ ଇତ୍ୟାଦି ପ୍ରଚୁର ପରିମାଣରେ ରହିଥିବାରୁ ଏହା ଶରୀର ପାଇଁ ଖୁବ ହିତକାରୀ ଅଟେ । ଆସନ୍ତୁ ଜାଣିବା ଅଲିଭ ଅଏଲ ଖାଇବା ଦ୍ୱାରା କଣ ମିଳିଥାଏ ସୁଫଳ –
୧. ଓମେଗା-୩ ଫ୍ୟାଟିରେ ଭରପୁର ଏହି ତେଲ ଶିଶୁମାନଙ୍କ ବ୍ରେନର ବିକାଶରେ ସାହାଯ୍ୟ କରିଥାଏ । ଏବଂ ଆନଜାଇଟି ଏବଂ ଡିପ୍ରେସନରୁ ମୁକ୍ତି ପ୍ରଦାନ କରିଥାଏ ।
୨. ଏଥିରେ ଆଣ୍ଟି-ଅକ୍ସିଡାଣ୍ଟର ମାତ୍ରା ଖୁବ ଅଧିକ ଥିବାରୁ ଏହା କ୍ୟାନସର ପରି ରୋଗରୁ ସୁରକ୍ଷା ପ୍ରଦାନ କରିଥାଏ ।
୩. ଏହି ତେଲରେ ଖୁବ କମ ପରିମାଣର ଫ୍ୟାଟ ଥିବା ବେଳେ ଏହା ଖାଇବା ଦ୍ୱାରା ଓଜନ ବଢିବା ସମସ୍ୟା ହୋଇନଥାଏ ।
୪. ଅଲିଭ ଅଏଲ ଟାଇପ-୨ ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ଅଟେ ।
୫. ଆର୍ଥାଇର୍ଟିସ ଏବଂ ରୁମ୍ୟାଟିଜିମ ରୋଗୀ ଏହି ତେଲକୁ ଖାଇପାରିବେ, ଏହା ସେମାନଙ୍କ ପାଇଁ ଲାଭଦାୟକ ହୋଇପାରିବ । ଅଷ୍ଟିଓପୋରେସିସ ରୋଗୀମାନଙ୍କ ପାଇଁ ଅଲିଭ ଅଏଲ ରାମବାଣ ପରି କାମ କରିଥାଏ ।
୬. ଏହା ବ୍ରେନରେ କ୍ଲଟ ପରିସ୍କାର କରିଥାଏ ଏବଂ ବ୍ରେନ ଷ୍ଟ୍ରୋକର ସମସ୍ୟାରୁ ସୁରକ୍ଷା ପ୍ରଦାନ କରିଥାଏ । ଏହାର ଇନଫ୍ଲାମେଟାରୀ ଗୁଣ ହୃଦ ଜନିତ ସମସ୍ୟାରୁ ମଧ୍ୟ ସୁରକ୍ଷା ପ୍ରଦାନ କରିଥାଏ ।
୭. ଏହା ଭିଟାମିନ ଇ, କେ ଏବଂ ଆଣ୍ଟି-ଅକ୍ସିଡାଣ୍ଟର ଉତ୍ତମ ସ୍ରୋତ ହୋଇଥିବାରୁ ରକ୍ତ ଚାପ ଏବଂ ଡାଇବେଟିସ ରୋଗୀଙ୍କ ପାଇଁ ଖୁବ ଲାଭଦାୟକ ଅଟେ ।
୮. ଅଲିଭ ଅଏଲ ବ୍ୟାଡ କୋଲେଷ୍ଟ୍ରଲକୁ ଶରୀରରୁ ଭିନ୍ନ କରି ଗୁଡ କୋଲେଷ୍ଟ୍ରୋଲକୁ ବୃଦ୍ଧି କରାଇଥାଏ ।
୯. ଅଲିଭ ଅଏଲରେ ୧୪ ପ୍ରତିଶତ ସାଚ୍ୟୁରେଟେଡ ଫ୍ୟାଟି ଏସିଡ, ଓମେଗା-୩ ଫ୍ୟାଟି ଏସିଡ ଏବଂ ଓମେଗା-୬ଫ୍ୟାଟି ଏସିଡ ରହିଛି ଯାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ଏବଂ ହଜମ କ୍ରିୟାକୁ ସକ୍ରିୟ କରାଏ ଏବଂ ଏସିଡିଟିରୁ ମୁକ୍ତି ପ୍ରଦାନ କରିଥାଏ ।
୧୦. ଏହାର ଆଣ୍ଟି-ବ୍ୟାକ୍ଟେରିଆଲ ଗୁଣ ଶରୀରରେ କୌଣସି କ୍ଷତିକାରକ ବ୍ୟାକ୍ଟେରିଆକୁ ସୃଷ୍ଟି ହେବାକୁ ଦେଇନଥାଏ । ବିଭିନ୍ନ ପ୍ରକାରର ସଂକ୍ରମଣ ଏବଂ ଯନ୍ତ୍ରଣାରୁ ସୁରକ୍ଷା ପ୍ରଦାନ କରିଥାଏ ।


Share It

Comments are closed.