ବେକାବୁ ହେଲାଣି କରୋନା: ଗତ ୨୪ ଘଂଟାରେ ଦେଶରେ ୧.୩୧ ଲକ୍ଷ ପଜିଟିଭ୍ ଚିହ୍ନଟ, ୮୦୦ରୁ ଅଧିକ ମୃତ


ଦେଶରେ କରୋନାର ହାହାକାର ସ୍ଥିତି । ପ୍ରତିଦିନ ବଢିବାରେ ଲାଗିଛି ପଜିଟିଭ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ଥରେ ରେକର୍ଡ କିଛି ମହାମାରୀ । ଦିନକରେ ୧ ଲକ୍ଷ ୩୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି, ଯାହାକି କରୋନା ମହାମାରୀର ୨ ଲହର ଆରମ୍ଭ ଦିନ ଠାରୁ ଏଯାବତ୍ ସର୍ବାଧିକ ପଜିଟିଭ ।

ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୩୧ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହୋଇଛନ୍ତି । ତେବେ ୮୦୦ରୁ ଅଧିକ ଲୋକଙ୍କ ଜୀବନ ନେଇଛି ମହାମାରୀ । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯.୭୪ ଲକ୍ଷକୁ ବୃଦ୍ଧି ପାଇଛି । ଯଦି ଚଳିତ ସପ୍ତାହର କଥା କହିବା, ତାହଲେ ଦେଶରେ ଏପର୍ଯ୍ୟନ୍ତ ୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଦେଶରେ ଏବେ ଭାଇରସର ସ୍ଥିତି ବହୁତ ଖରାପ ହେବାରେ ଲାଗିଛି । ମହାରାଷ୍ଟ୍ରରେ ଦିନକୁ ୫୦ ହଜାରରୁ ଅଧିକ ସଂକ୍ରମିତ ଲୋକ ଚିହ୍ନଟ ହେଉଛନ୍ତି । ବିଗତ ଦିନରେ ମହାରାଷ୍ଟ୍ରରେ ୫୬ ହଜାର ଲୋକ କରୋନା ଚିହ୍ନଟ ହୋଇଥିଲେ । କେବଳ ମୁମ୍ବାଇରେ ୯ ହଜାର ଲୋକ ପଜିଟିଭ ଜଣାପଡ଼ିଥିଲେ । ଦିଲ୍ଲୀରେ ମଧ୍ୟ ଗୋଟିଏ ଦିନରେ ସାଢ଼େ ୭ ହଜାର ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।


Share It

Comments are closed.