ଜିକିତ୍ସା କର୍ମଚାରୀମାନଙ୍କ ଦ୍ୱାରା ସଡ଼କ ସୁରକ୍ଷା ନିୟମ ପାଳନ ନିମନ୍ତେ ସଚେତନତା ଅଭିଯାନ


ଭୁବନେଶ୍ୱର, ୧୨/୦୨/୨୦୨୧: ସମ୍ପୁର୍ଣ୍ଣ ଦେଶରେ ସଡ଼କ ସୁରକ୍ଷା ମାସ ପାଳନ କରାଯାଉଥିବାବେଳେ, ଓଡ଼ିଶାରେ ୧୦୮ ଏବଂ ୧୦୨ ମାଗଣା ଆମ୍ବୁଲାନ୍ସ ସେବାକୁ ପରିଚାଳନା କରୁଥିବା ସଂସ୍ଥା, ଜିକିତ୍ସା ହେଲଥ କେୟାର ଲିମିଟେଡ଼ ପକ୍ଷରୁ ସ୍ଥାନୀୟ ଏଜି ଛକଠାରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ ଆୟୋଜିତ କରାଯାଇଛି । ଉକ୍ତ ଅଭିଯାନରେ ଜିକିତ୍ସା କର୍ମଚାରୀମାନେ ପଥଚାରୀଙ୍କୁ ସଡ଼କ ସୁରକ୍ଷା ନିମନ୍ତେ ସଚେତନତାର ବାର୍ତା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ କମ୍ପାନୀର ଜଣେ କର୍ମକର୍ତା ଯମରାଜଙ୍କ ବେଶ ଧାରଣକରି ସଡ଼କ ସୁରକ୍ଷା ସତର୍କତା ଅବଲମ୍ବନ ନକଲେ ସମ୍ମୁଖିନ ହେବାକୁଥିବା ବିଭିନ୍ନ ଅସୁବିଧା ସମ୍ପର୍କରେ ସଚେତନ କରିଛନ୍ତି । ଏଥି ସହିତ ଜିକିତ୍ସା କର୍ମଚାରୀମାନଙ୍କ ଦ୍ୱାରା ଏକ ବାଇକ ରାଲି ଏଜି ଛକଠାରୁ ଆରମ୍ଭହୋଇ ଶିଶୁଭବନ ଛକଦେଇ ରାମ ମନ୍ଦିରଠାରେ ସମାପ୍ତ ହୋଇଛି । ଏହି ଅବସରରେ ଟ୍ରାଫିକ ପୋଲିସ ବିଭାଗର ଅତିରିକ୍ତ ଡ଼ିସିପି, ଡ଼ଃ. କେ କେ ପାଣିଗ୍ରାହି ଉପସ୍ଥିତ ରହି କର୍ମଚାରୀ ମାନଙ୍କୁ ଉତ୍ସାହିତ କରିଥିଲେ ।

ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ ଜିକିତ୍ସା ହେଲଥ କେୟାର ଲିମିଟେଡର ଓଡିଶା ମୁଖ୍ୟ, ଶ୍ରୀଯୁକ୍ତ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି ଯେ, “ବିଗତ କିଛି ବର୍ଷର ଆକଳନରୁ ଜଣାଯାଇଛିଯେ, ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କ୍ରମଶଃ ବଢିବାରେ ଲାଗିଛି । ଏହିସବୁ ଦୁର୍ଘଟଣା ପାଇଁ ବେପରୁଆ ଗାଡ଼ି ଚାଳନା ବିଶେଷକରି ମାଦକ ଦ୍ରବ୍ୟ ସେବନକରି ଗାଡ଼ି ଚାଳନା କରିବା ହେଉଛି ପ୍ରମୁଖ କାରଣ । ଏହା ଫଳରେ ଅନେକ ମୁଲ୍ୟବାନ ଜୀବନ ଦୀପ ଅକାଳରେ ଲିଭିଯିବା ସହିତ ବହୁ ମୁଲ୍ୟବାନ ଧନ ସମ୍ପତି ମଧ୍ୟ ନଷ୍ଟ ହେଉଛି । ଏକ ଦାୟିତ୍ୱସମ୍ପର୍ଣ୍ଣ ତଥା ଆପାତତ୍ତକାଳୀନ ସେବା ଯୋଗାଇଆସୁଥିବା ଜିକିତ୍ସା ହେଲଥ୍ କେୟାର ଲିମିଟେଡ଼ ଦୁର୍ଘଟଣାଗ୍ରସ୍ଥ ବ୍ୟକ୍ତିଙ୍କୁ ଯଥାସମ୍ଭବ ପ୍ରାଥମିକ ଚିକିତ୍ସା ସେବା ସହିତ ଯଥାଶୀଘ୍ର ଡ଼ାକ୍ତରଖାନାରେ ପହଂଚାଇବା ପାଇଁ ସର୍ବଦା ପ୍ରତିଶୃତିବଦ୍ଧ ।\’

ସମ୍ପ୍ରତି ଦେଶ ତଥା ଆମ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଏହି ମୃତ୍ୟୁସଂଖ୍ୟା ମଧ୍ୟରେ ଅଧିକାଂଶ ଯୁବଗୋଷ୍ଠୀ ଅନ୍ତର୍ଭୂକ୍ତ । ବେପରୁଆ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଉଲଘଂନ, ଗାଡ଼ି ଚାଳନା ସମୟରେ ମୋବାଇଲରେ କଥାହେବା ତଥା ମାଦକ ଦ୍ରବ୍ୟ ସେବନକରି ଗାଡ଼ି ଚାଳନା ଇତ୍ୟାଦି ଦୁର୍ଘଟଣାର କାରଣ ସାଜିଥାଏ । ଯାହାଫଳରେ ଅନେକ ଧନ ଜୀବନ ନଷ୍ଟ ହେବା ସହିତ କାହିଁ କେତେ ପରିବାରର ରୋଜଗାରର ଉତ୍ସ ମଧ୍ୟ ବନ୍ଦ ହୋଇଯାଇଥାଏ । ତେଣୁ ସଡ଼କ ଦୁର୍ଘଟଣାକୁ ଏଡ଼ାଇବା ତଥା ଲୋକମାନଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ବାଂଟିବା ପାଇଁ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଉଛି ।


Share It

Comments are closed.