ଟିକ୍‌ଟକ୍‌ରେ ବାବା ଜ୍ୟାକ୍ସନ ଭାବେ ଲୋକପ୍ରିୟ ହୋଇଥିବା ଯୁବରାଜ ଜିତିଲେ ଏକ କୋଟି ଟଙ୍କା, ଅମିତାଭ, ହ୍ରିତ୍ୱିକ ମଧ୍ୟ ହୋଇଗଲେ ଫ୍ୟାନ


ଫି୍ଲପକାର୍ଟର ଏଂଟରଟେନମେଂଟ ନମ୍ବର ୱାନ ପ୍ରତିଯୋଗୀତା ଜିତିଥିବା ଟିକ୍‌ଟକ୍ ଷ୍ଟାର ବାବା ଜ୍ୟାକ୍ସସନ ଉର୍ଫ ଯୁବରାଜ ବର୍ତମାନ ସମୟରେ ବେଶ ଚର୍ଚ୍ଚା ସାଉଁଟୁଛନ୍ତି । ଏମିତିରେ ଏଭଳି ନୁହେଁ ଯେ ଏହି ପୁରସ୍କାର ଜିତିବା ପରେ ଯୁବରାଜ ଲୋକପ୍ରିୟ ହୋଇଛନ୍ତି । ସେ ସୋସିଆଲ ମିଡିଆରେ ଆଗରୁ ହିଁ ଜଣେ ଜଣାଶୁଣା ନାମ ଅଟନ୍ତି ଏବଂ ଅମିତାଭ ବଚନ, ହି୍‌୍ରତ୍ୱିକ ରୋଶନ ଓ ଟାଇଗର ସ୍ରଫଙ୍କ ଭଳି ବଡ଼ ବଡ଼ ତାରକା ତାଙ୍କର ଭିଡିଓକୁ ନିଜର ସୋସିଆଲ ମିଡିଆ ଆକାଉଂଟରେ ମଧ୍ୟ ପୋଷ୍ଟ କରିସାରିଛନ୍ତି ।

ଯୁବରାଜଙ୍କ ପିତା ଜଣେ ଶ୍ରମିକ ଅଟନ୍ତି ଏବଂ ଘରେ ଟାଇଲ୍ସ ଲଗାଇବାର କାମ କରନ୍ତି । ଲକଡାଉନ ମଧ୍ୟରେ ଫ୍ଲିପକାର୍ଟ ପକ୍ଷରୁ ଏଂଟନଟେନମେଂଟ ନମ୍ବରୱାନ ପ୍ରତିଯୋଗୀତା ଆରମ୍ଭ କରାଯାଇଥିଲା । ଯେଉଁଥିରେ ପ୍ରତି ସପ୍ତାହରେ ଜଣେ ବିଜେତାଙ୍କୁ ୧୦ ଲକ୍ଷ ଟଙ୍କା ଏବଂ ମେଗା ୱିନରଙ୍କୁ ୧ କୋଟି ଟଙ୍କା ପୁରସ୍କାର ରୂପରେ ମିଳିବାର ଥିଲା ।

ଜଣାଇଦେଉଛୁ ଯେ ଯୋଧପୁର ରାଜସ୍ଥାନର ଯୁବରାଜ ବାବା ଜ୍ୟାକ୍ସସନ ନାମରେ ମଧ୍ୟ ଜଣାଶୁଣା । ଟିକ୍‌ଟକ୍‌ରେ ଯୁବରାଜଙ୍କର ୧୦ ଲକ୍ଷରୁ ମଧ୍ୟ ଅଧିକ ଫଲୋଅର ରହିଛନ୍ତି । ନିଜର ଏକ ସାକ୍ଷାତକାରରେ ଯୁବରାଜ କହିଛନ୍ତି ଯେ, “ମୋତେ କେହି ମଧ୍ୟ ଡ୍ୟାନ୍ସ ଶିଖାଇନାହାନ୍ତି । ଏକ ଫିଲ୍ମ ରିଲିଜ ହୋଇଥିଲା ମୁନା ମାଇକେଲ । ତାହାକୁ ଦେଖି ଡ୍ୟାନ୍ସ କରିବା ଆରମ୍ଭ କରିଥିଲି । ମୁଁ ଟାଇଗର ଶ୍ରଫଙ୍କୁ ଦେଖି ଡ୍ୟାନ୍ସ କରିବା ଆରମ୍ଭ କରିଥିଲି ।” ସେ ପ୍ରଭୁଦେବାଙ୍କୁ ନିଜର ଜଣେ ବଡ଼ ପ୍ରେରଣା ବୋଲି ମଧ୍ୟ କହିଛନ୍ତି । ତାଙ୍କୁ ଏସବୁ ଶିଖିବାକୁ ୫ ମାସ ସମୟ ଲାଗିଥିବା ସେ କହିଛନ୍ତି ।
ଯୁବରାଜ କହିଛନ୍ତି ସେ ପ୍ରଥମରୁ ବାସ୍ ସାଧାରଣ ଭାବେ ଛାତକୁ ଯାଇ ଡ୍ୟାନ୍ସ ଭିଡିଓ କରୁଥିଲେ । କିନ୍ତୁ ଯେତେବେଳେ ସେ ଭଲ କରିବାକୁ ଲାଗିଲେ ସେତେବେଳେ ସେ ଏହାକୁ ଟିକ୍‌ଟକ୍‌ରେ ଅପ୍‌ଲୋଡ଼ କରିବା ଆରମ୍ଭ କରିଦେଲେ । ଯୁବରାଜଙ୍କ ପିତାମାତା ଚାହୁଁଥିଲେ ଯେ ସେ ଇଂଜିନିୟର ହୁଅନ୍ତୁ କିନ୍ତୁ କିଛି ମାସ ପୂର୍ବରୁ ତାଙ୍କୁ ଡ୍ୟାନ୍ସର ଏଭଳି ନିଶା ଲାଗିଲା ଯେ ସେ ନିଜ ଘରର ଛାତରେ ଯାଇ କିମ୍ବା ନିଜ ରୁମରେ ନିଜର ଛାଇକୁ ଦେଖିକରି ମାଇକେଲ ଜ୍ୟାକ୍ସନ ଷ୍ଟାଇଲରେ ଡ୍ୟାନ୍ସ କରିବା ଆରମ୍ଭ କରିଦେଲେ ।


Share It

Comments are closed.