ଘର ମାଲିକ ହୋଇଯାନ୍ତୁ ସାବଧାନ, ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ଭଡାଟିଆ ହାତେଇପାରନ୍ତ ଆପଣଙ୍କ ସମ୍ପତ୍ତି

Share It

କେତେକ ପରିସ୍ଥିତିରେ, ଭଡ଼ାଟିଆ ଚାହିଁଲେ ଘର ଉପରେ ନିଜର ଅଧିକାର ଜାହିର କରିପାରିବେ । ବାସ୍ତବରେ, ଟ୍ରାନ୍ସଫର ଅଫ୍ ପ୍ରପର୍ଟି ଆକ୍ଟ କହିଛି ଯେ ଭଡ଼ାଟିଆ ଏଡୱାର୍ଡ ପଜାସନ୍ ଅନୁଯାୟୀ ଏହା କରିପାରିବେ । ଭାରତରେ ଏପରି ଅନେକ ମାମଲା ଶୁଣିବାକି ମିଳିଛି, ଯେଉଁଠାରେ ଜଣେ ଭଡ଼ାଟିଆ ଦୀର୍ଘ ଦିନ ଧରି ଏକ ଘରେ ରହୁଥିଲେ ଓ ଶେଷରେ ସେ ଘର ଖାଲି କରିବାକୁ ମନା କରିଦେଇଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେ ଭଡ଼ାଟିଆଙ୍କର ଆଇନଗତ ଭାବରେ ଏପରି କିଛି ଅଧିକାର ଅଛି କି? ଆସନ୍ତୁ ଆଜି ଏହି ପ୍ରଶ୍ନର ଉତ୍ତର କହୁଛୁ ଓ ସୁପ୍ରିମକୋର୍ଟ ଏଭଳି ପ୍ରସଙ୍ଗରେ କେଉଁ ରାୟ ଦେଇଛନ୍ତି ତାହା ମଧ୍ୟ ଆପଣଙ୍କୁ ଜଣାଉଛୁ । ଏହା ବ୍ୟତୀତ, ଆମେ ଆପଣଙ୍କୁ ମଧ୍ୟ କହିବୁ ଲିମିଟେସନ ଆକ୍ଟ ୧୯୬୩ କ’ଣ କହୁଛି ଓ କାହା ପକ୍ଷରେ ଏହା ନିଷ୍ପତ୍ତିକୁ ମଜବୁତ କରେ ।

ଏହା ଉପରେ କ’ଣ ରିହିଛି ଆଇନ୍?
ଏହିପରି ଯଦି ଦେଖାଯାଏ, ତେବେ ଘର ମାଲିକଙ୍କ ସମ୍ପତ୍ତି ଉପରେ କୌଣସି ଭଡ଼ାଟିଆଙ୍କ ଅଧିକାର ରହିବ ନ ଥାଏ । କିନ୍ତୁ କିଛି ପରିସ୍ଥିତିରେ, ଯଦି ଭଡ଼ାଟିଆ ଚାହାଁନ୍ତି, ତେବେ ସେ ଘର ଉପରେ ନିଜର ଅଧିକାର ଜାହିର କହିପାରିବେ । ବାସ୍ତବରେ, ଟ୍ରାନ୍ସଫର ଅଫ୍ ପ୍ରପର୍ଟି ଆକ୍ଟ କହୁଛି ଯେ ଏଡୱାର୍ଡ ପଜେସନ୍ (ପ୍ରତିକୂଳ ଅଧିକାର ଆଇନ) ଅନୁଯାୟୀ ଯଦି ଜଣେ ଭଡ଼ାଟିଆ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ଧରି ଏକ ସମ୍ପତ୍ତିର ଅଧିକାରୀ ହୋଇଥା’ନ୍ତି, ତେବେ ସେ ସେହି ସମ୍ପତ୍ତି ବିକ୍ରି କରିବାର ଅଧିକାର ପାଇଛନ୍ତି । ସରଳ ଭାବରେ କହିବାକୁ ଗଲେ, ଯଦି ଜଣେ ଭଡ଼ାଟିଆ ପାଖରେ ଘରର ଦଖଲ (ପ୍ରତିକୂଳ ଅଧିକାର ଆଇନ) ଅଛି, ତେବେ ସେ ସେହି ସମ୍ପତ୍ତିର ମାଲିକ ଭାବରେ ବିବେଚିତ ହେବେ । ଯଦିଓ, ଯଦି ଜମି ମାଲିକ ଚାହାଁନ୍ତି, ତେବେ ସେ ଏ ସମ୍ପର୍କରେ କୋର୍ଟକୁ ଯାଇପାରନ୍ତି ଓ ତା’ପରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏହା ଉପରେ ନିଷ୍ପତ୍ତି ନିଆଯିବ । ଏହା ଉପରେ କେଉଁ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ?
କିଛି ଦିନ ପୂର୍ବରୁ, ସମାନ ମାମଲାରେ ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ ଯେ ଲିମିଟେସନ ଆକ୍ଟ ୧୯୬୩ (Limitation Act 1963) ଅନୁଯାୟୀ, ବ୍ୟକ୍ତିଗତ ଅସ୍ଥାବର ସମ୍ପତ୍ତି ଉପରେ ଆଇନଗତ ସୀମା ୧୨ ବର୍ଷ ହୋଇଥିବାବେଳେ ସରକାରୀ ଅସ୍ଥାବର ସମ୍ପତ୍ତି କ୍ଷେତ୍ରରେ ଏହି ଅବଧି ୩୦ ଅଟେ । ଏହି ଅବଧି ସେଠାରେ ରହିବା ଦିନଠାରୁ ଆରମ୍ଭ ହୁଏ । ଏହି ନିଷ୍ପତ୍ତି ଅନୁଯାୟୀ, ଆଇନ ସେହି ବ୍ୟକ୍ତିଙ୍କ ସହିତ ଅଛି ଯିଏ ୧୨ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ପାଇଁ ଅସ୍ଥାବର ସମ୍ପତ୍ତି ଦଖଲ କରିଛନ୍ତି ।


Share It

Comments are closed.