କ’ଣ ସତରେ ସାରା ଓ ଶୁବମନଙ୍କ ମଧ୍ୟରେ ହୋଇଯାଇଛି ବ୍ରେକଅଫ, ପଢନ୍ତୁ ପୂରା ଖବର


Shubman Gill With Avneet Kaur Viral Photo: ଭାରତୀୟ କ୍ରିକେଟର ଶୁବମନ୍ ଗିଲ୍ (shubman gill) ଙ୍କୁ ନେଇ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ସାରା ତେନ୍ଦୁଲକରଙ୍କ ସହ ଶୁବମନ ଗିଲଙ୍କର ବ୍ରେକ୍ ଅପ୍ ହୋଇଯାଇଛି। କାହିଁକିନା ଶୁବମନ୍ ଏବେ ଲଣ୍ଠନରେ Shubman Gill With Avneet Kaur Viral Photo: ଭାରତୀୟ କ୍ରିକେଟର ଶୁବମନ୍ ଗିଲ୍ (shubman gill) ଓ ସାରା ତେନ୍ଦୁଲକରଙ୍କ (Sara Tendulkar) ଆଫେୟାର୍ସ ବିଷୟରେ ସମସ୍ତ ଜାଣିଥିବେ ନିଶ୍ଚେୟ। ଉଭୟ ଉଭୟଙ୍କ ସମ୍ପର୍କକୁ ନେଇ ବେଶ୍ ସିରିୟସ ଥିବା ବେଳେ ସର୍ବସମ୍ମୁଖରେ ସମ୍ପର୍କ ବିଷୟରେ କେବେ ଖୁଲମଖୁଲା ସ୍ବୀକାର କରିନାହାଁନ୍ତି । ଏପରିକି ସୋସିଆଲ ମିଡିଆରେ ନୂଆ ନୂଆ ଫଟୋ ଓ ଭିଡି଼ଓ ପ୍ରତ୍ୟକ ଦିନ ଭାଇରାଲ୍ ହୋଇଥାଏ। ତେବେ,ଏହାରି ଭିତରେ ଶୁବମନ ଗିଲଙ୍କୁ ନେଇ ଆଉ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଚର୍ଚ୍ଚା ହେଉଛି ଯେ, ସାରା ତେନ୍ଦୁଲକରଙ୍କ ସହ ଶୁବମନ ଗିଲଙ୍କର ବ୍ରେକ୍ ଅପ୍ ହୋଇଯାଇଛି। କାହିଁକିନା ଶୁବମନ୍ ଏବେ ଲଣ୍ଠନରେ ଅଭିନେତ୍ରୀ ଅଭନୀତ କୈର (avneet kaur) ଙ୍କ ସହ ଛୁଟିକାଟୁଛନ୍ତି। ଏହି ଫଟୋ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ଚର୍ଚ୍ଚା ହେଉଛି କି ଶୁବମନ୍ ସାରା ତେନ୍ଦୁଲକରଙ୍କ ସହ ବ୍ରେକଅପ୍ କରି ଅଭନୀତ କୈରଙ୍କୁ ଡେଟ୍ କରୁଛନ୍ତି (shubman gill with avneet kaur in london)।

ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି ଯେ, ଲଣ୍ତନ ରାସ୍ତାରେ ଶୁବମନ ଗିଲ ଅଭିନେତ୍ରୀ ଅଭନୀତ କୈରଙ୍କ ସହ ନଜର ଆସିଛନ୍ତି । ଏବଂ ସେହି ଫଟୋରେ ଶୁବମନ୍ ସମେତ ତାଙ୍କ ତିନି ଜଣ ସାଙ୍ଗ ଓ ଅଭନୀତ କୈରଙ୍କୁ ଦେଖିବାକୁ ମିଳିଛି । ଶୁବମନ୍ ଏକ ଚକଲେଟ୍ କର୍ଲରର ଲଙ୍ଗ୍ ଜ୍ୟୋକେଟ୍ ପିନ୍ଧିଥିବା ବେଳେ ଏକ ମଫଲର ବେକରେ ପକାଇଛନ୍ତି। ଏହି ଫଟୋରେ ସେ ଖୁବ୍ ସ୍ମାର୍ଟ ଦେଖାଯାଉଛନ୍ତି । ଯଦି ରିପୋର୍ଟକୁ ବିଶ୍ବାସ କରାଯାଏ । ତେବେ, ଅଭନୀତଙ୍କ ସହ ଶୁବମନ୍ ଏକାଠି ନଜର ଆସିବାର ଏକ ଭିନ୍ନ କାରଣ ରହିଛି। ଖୁବଶିଘ୍ର ଏକାଠି ଉଭୟଙ୍କୁ ଏକ ମ୍ୟୁଜିକ୍ ଭିଡି଼ଓରେ ଦେଖିବାକୁ ମିଳିବ। କ୍ରିକେଟର ବର୍ତ୍ତମାନ ଅଭିନୟ ଦୁନିଆରେ ପାଥ ଥାପିବାକୁ ଯାଉଛନ୍ତି। ସେ ଏକ ମ୍ୟୁଜିକ୍ ଭିଡି଼ଓରେ ଡେବ୍ୟୁ କରିବାକୁ ଯାଉଛନ୍ତି।

କିଛିଦିନ ତଳେ ସାରା ଓ ଗିଲ୍ ଙ୍କ (Subhman Gill Sar Tendulkar Marriage) ବିବାହକୁ ନେଇ ବି ଚର୍ଚ୍ଚା ଜୋର ଧରିଥିଲା। ୟୁଏଇ କ୍ରିକେଟର ଚିରାଗ ସୌରୀଙ୍କ ଏକ ସାକ୍ଷାତକାର ଭିଡିଓ ଭାଇରାଲ୍ ହୋଇଥିଲା । ଏହି ଭିଡିଓରେ କ୍ରିକେଟର ସ୍ପଷ୍ଟ ଭାବେ କହିଥିଲେ ଯେ ଶୁବମନ ଗିଲ ଓ ସାରା ତେନ୍ଦୁଲକରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଅଛି । କେବଳ ଏତିକି ନୁହେଁ, ଉଭୟ ବିବାହ କରିବେ ବୋଲି ଚିରାଗ ମଧ୍ୟ କହିଥିଲେ । ଏପରିକି ଉଭୟ ନିଜ ରିଲେସନସିପ୍ ବିଷୟରେ ସ୍ପଷ୍ଟ ଭାବରେ କେବେ କହିନଥିଲେ ମଧ୍ୟ ସାରାଙ୍କ ଇନଷ୍ଟା ପୋଷ୍ଟ ଶୁବମନଙ୍କ ପ୍ରତି ଥିବା ଭଲ ପାଇବାକୁ ସ୍ପଷ୍ଟ ଭାବରେ ଧରା ପକାଇଥାଏ।


Share It

Comments are closed.