ଭାରତରେ ଖଣି ଟିପର ପାଇଁ ସ୍କାନିଆ ଇଣ୍ଡିଆ ପକ୍ଷରୁ ପିପିଏସ୍ ମୋଟର୍ସ ସହିତ ସହଯୋଗିତା ସ୍ଥାପନ


ହାଇଦ୍ରାବାଦ: ସ୍କାନିଆ କମର୍ସିଆଲ ଭେଇକିଲ୍‌ସ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ପିପିଏସ୍ ମୋଟର୍ସ ସହିତ ସ୍ୱତନ୍ତ୍ର ସହଯୋଗିତା ସ୍ଥାପନ କରାଯାଇଛି ଯେଉଁଥିରେ ଭାରତରେ ସ୍କାନିଆର ମାଇନିଂ ଟିପର ପାଇଁ ପିପିଏସ୍ ମୋଟର୍ସ ଏକମାତ୍ର ପ୍ରତିନିଧି ଭାବେ କାର୍ଯ୍ୟ କରିବ । ପ୍ରଯୁକ୍ତିର ଶକ୍ତି ଓ ନବସୃଜନ ଦ୍ୱାରା ପ୍ରେରିତ ସ୍ଥାୟୀ ପରିବହନ ସମାଧାନ ଉପରେ ସ୍କାନିଆ ଇଣ୍ଡିଆ ସର୍ବଦା ବିଶ୍ୱାସ କରେ । ଏହି ସହଯୋଗିତାରେ ସର୍ବଭାରତୀୟ ସେଲ୍‌ସ ଓ ସର୍ଭିସ୍ ପରିଚାଳନା ସାମିଲ ରହିଛି । କଂପାନି ପକ୍ଷରୁ ନିୟମିତ ଭବେ ଖଣି କ୍ଷତ୍ରରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଚିହ୍ନଟ, ବିଶ୍ଳେଷଣ ଓ ଉନ୍ନତି ଜରିଆରେ ସୁହାଇବା ଭଳି ସମାଧାନ ପ୍ରଦାନ କରାଯାଉଛି ଯାହା ଉତ୍ପାଦକତା ବଢ଼ାଇବା ସହ ଗ୍ରାହକଙ୍କ ଲାଭବୃଦ୍ଧିରେ ସହାୟକ ହେଉଛି ।
ସ୍କାନିଆ କମର୍ସିଆଲ ଭେଇକିଲ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜୋହାନ ପି ସିଲଟର କହିଛନ୍ତି ଯେ, “ପିପିଏସ ମୋଟର୍ସ ସହିତ ନିକଟରେ ସ୍ୱାକ୍ଷର କରାଯାଇଥିବା ଏକ ବୁଝାମଣା ଜରିଆରେ ଭାରତରେ ଆମର ଖଣି ଟିପର ବର୍ଗରେ ଏକ ପ୍ରଭାବଶାଳୀ ସହଯୋଗିତାର ମୁଳଦୁଆ ସ୍ଥାପନ ହୋଇଛି । ଆମର ଅତ୍ୟାଧୁନିକ ପ୍ରଯୁକ୍ତି ବ୍ୟବହାର କରି ଆମେ ନେଟ୍ ଜିରୋ ନିର୍ଗମନ ଲକ୍ଷ୍ୟ ହାସଲ ଲାଗି ଭାରତର ଉଦ୍ୟମ ପ୍ରତି ଉଲ୍ଳେଖନୀ ସହଯୋଗିତା ପ୍ରଦାନ କରିବାକୁ ଆଶାବାଦୀ ରହିଛୁ ।’’
ପିପିଏସ୍ ପକ୍ଷରୁ ସଫଳତାର ସହ ଭାରତରେ ଛଅଟି ଆଂଚଳିକ ଗୋଦାମ ସ୍ଥାପନ କରାଯାଇଛି ଯାହା ଖଣିକ୍ଷେତ୍ରଗୁଡ଼ିକ ପାଖାପାଖି ରହିଛି ଏବଂ ସେଗୁଡ଼ିକର ନାଗପୁରରେ ସ୍କାନିଆର ଥିବା କେନ୍ଦ୍ରୀୟ ଗୋଦାମ ସହ ସମନ୍ୱିତ ହୋଇରହିଛି । ପାର୍ଟସ୍‌ର ନିରବଚ୍ଛିନ୍ନ ଯୋଗାଣ ଶୃଙ୍ଖଳକୁ ଏହା ସୁନିଶ୍ଚିତ କରୁଛି । ଏଥି ସହିତ ସ୍କାନିଆର ତିନିଟି ୱାର୍କସପ୍ ରହିଛି ଯାହା ସ୍କାନିଆର ବିଶ୍ୱ ଖଣି ମାନକକୁ ପୂରଣ କରୁଥିବା ବେଳେ ସେଥିରେ ଦକ୍ଷ ଟେକ୍ନିସିଆନ ରହିଛନ୍ତି ଏବଂ ନଅଟି ଭ୍ରାମ୍ୟମାଣ ସର୍ଭିସ୍ ଭ୍ୟାନ୍ ମଧ୍ୟ ରହିଛି ଯାହା ମରାମତି, ଦୁର୍ଘଟଣା ମରାମତି ଓ ଓଭରହାଉଲିଂ କାର୍ଯ୍ୟରେ ନିୟୋଜିତ ।
ପିପିଏସ୍ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାଜୀବ ସାଂଘଭି କହିଛନ୍ତି ଯେ, “ଭାରତରେ ଖଣି ଟ୍ରକ ବ୍ୟବସାୟ ଲାଗି ସ୍କାନିଆର ସ୍ୱତନ୍ତ୍ର ବିତରକ ଭାବେ ସହଯୋଗିତା ସ୍ଥାପନ କରିଥିବାରୁ ଆମେ ବେଶ ଖୁସି । ସ୍କାନିଆ ଉତ୍ପାଦ ଓ ସେବା ପ୍ରତି ଗ୍ରାହକଙ୍କ ପ୍ରଦର୍ଶନ କରିଥିବା ପ୍ରତିକ୍ରିୟା ଓ ବିଶ୍ୱାସ ବେଶ ଉଲ୍ଲେଖନୀୟ । ଗାଡ଼ିର ଜୀବନଚକ୍ର ଜରିଆରେ ଗ୍ରାହକଙ୍କ ଆବଶ୍ୟକତାକୁ ସୁହାଇବା ଭଳି ଉତ୍ପାଦ ଓ ସେବା ଲାଗି ବ୍ୟବସ୍ଥା ପ୍ରଦାନ କରିବା ପାଇଁ ଆମେ ସର୍ବଦା ପୁରୁଣା ଓ ନୂଆ ଗ୍ରାହକଙ୍କ ସହ ଯୋଗାଯୋଗରେ ରହିଛୁ । ଅଧିକ ସ୍ଥାନରେ ଉପସ୍ଥିତି ବଢ଼ାଇବା ଲାଗି ଆମେ ଅଧିକ ଟଚ୍‌ପଏଂଟ୍ ସୃଷ୍ଟି କରିବାରେ ମଧ୍ୟ ନିବେଶ କରୁଛୁ ।’’


Share It

Comments are closed.