ଦୁନିଆର ଆଶ୍ଚର୍ଯ୍ୟଜନକ ଶ୍ମଶାନ ଯେଉଁଠି ନାଚନ୍ତି ବାର ଡ଼୍ୟାନ୍ସର


ଭାରତ ଏପରି ଏକ ସ୍ଥାନ ଯେଉଁଠି ଭିନ୍ନ ଭିନ୍ନ ମାନ୍ୟତା ତଥା ପରମ୍ପରା ପ୍ରଚଳିତ । ଏହା ଏପରି ଏକ ଧାର୍ମିକ ସ୍ଥାନ ଯେଉଁଠାରେ ଭଗବାନଙ୍କ ପ୍ରତି ବିଶ୍ୱାସ ଏତେ ଗଭିରଯେ ବଡ଼ ବଡ଼ ନାସ୍ତିକ ମଧ୍ୟ ହାର ମାନିଯାନ୍ତି । କାଶୀର ମଣିକର୍ଣ୍ଣିକା ଶ୍ମଶାନ ବିଷୟରେ ସେପରି କିଛି ସ୍ୱତନ୍ତ୍ର ମାନ୍ୟତା ରହିଆସିଛି, ଯେଉଁଠି ଚିତା ଉପରେ ରଖାଯାଇଥିବା ମୃତ ବ୍ୟକ୍ତିଙ୍କର ସିଧାସଳଖ ମୋକ୍ଷ ପ୍ରାପ୍ତି ହୋଇଥାଏ । ଦୁନିଆର ଏହା ହେଉଛି ଏକମାତ୍ର ଶ୍ମଶାନ ଯେଉଁଠାରେ ଜୁଇ କେବେ ଲିଭିନଥାଏ ଯେପରିକି ଏଠାକୁ ଶବ ଆସିବା ଏବଂ ଜୁଇ ଜଳିବା କେବେବି ବନ୍ଦ ହୋଇନଥାଏ । ଏଠାରେ ପ୍ରତ୍ୟେହ ୨୦୦-୩୦୦ ଶବ ଦାହ କରାଯାଇଥାଏ । ଏପରିବି ମାନ୍ୟତା ରହିଛି ଯଦି ଏଠାରେ କୌଣସି ଦିନ ଜୁଇ ନଜଳେ ସେଦିନ ବନାରସରେ ପ୍ରଳୟ ଆସିଯିବ । ଏହାର ଆଉ ଏକ ବିଶେଷତା ହେଉଛି ଜୁଇ ଜଳିବା ପରେ ସେହି ଚିତା ଭଷ୍ମରେ ସେଠାରେ ହୋଲି ଖେଳାଯାଇଥାଏ । ଆଉ ଏକ ମାନ୍ୟତା ଅନୁଯାୟି ଚୈତ୍ର ନବରାତ୍ରୀ ଅଷ୍ଟମୀ ଦିନ ମଣିକର୍ଣ୍ଣିକା ଘାଟରେ ଜଳୁଥିବା ଜୁଇ ମଧ୍ୟରେ ମୋକ୍ଷ ଆଶାରେ ଯୌନ କର୍ମୀମାନେ ସାରା ରାତି ନାଚି ଥାଆନ୍ତି । ନାଚୁଥିବା ଏହି ମହିଳାମାନେ ସାଧାରଣତଃ ସହରର ବଦନାମ ଗଳିର ନଗର ବନ୍ଧୁ ହୋଇଥାନ୍ତି । ଏଠାକୁ ନାଚିବା ପାଇଁ ସେମାନଙ୍କୁ ଜବରଦସ୍ତି କିମ୍ବା ସେମାନଙ୍କୁ ଅର୍ଥ ଲୋଭରେ ମଧ୍ୟ ଏଠାକୁ ଅଣାଯାଇନଥାଏ । ବରଂ ପରବର୍ତ୍ତି ଜନ୍ମରେ ସେମାନଙ୍କୁ ଏହା ନଗର ବନ୍ଧୁ ଜନ୍ମରୁ ମୁକ୍ତି ପ୍ରଦାନ କରିଥାଏବୋଲି ନିଶ୍ଚିତ କରିଥାଏ । ଏହି ଚୈତ୍ର ନବରାତ୍ରୀ ଅଷ୍ଟମି ଦିନ ଶ୍ମଶାନ ପାଖରେଥିବା ଶିବ ମନ୍ଦିରରେ ସହରର ସମସ୍ଥ ନଗର ବନ୍ଧୁମାନେ ଏକତ୍ରହୋଇ ଭଗବାନ ଶିବଙ୍କ ସମ୍ମୁଖରେ ରାତି ସାରା ନାଚିବା ସହିତ ନିଜକୁ ଧନ୍ୟ ମନେକରିଥାନ୍ତି ।


Share It

Comments are closed.