ବ୍ରେନ ଷ୍ଟ୍ରୋକ୍ କ’ଣ ଏବଂ ଏହା ଠାରୁ କିପରି ରକ୍ଷା ପାଇବେ


ବ୍ରେନ ଷ୍ଟ୍ରୋକ୍ ସ୍ଥିତିରେ ରୋଗୀକୁ ତୁରନ୍ତ ଆଶୁ ଚିକିତ୍ସା ଆବଶ୍ୟକ । ସୁସ୍ଥ ଜୀବନଶୈଳୀ ଆପଣାଇଲେ ବ୍ରେନ ଷ୍ଟ୍ରୋକ୍ ଭଳି ଭୟଙ୍କର ସମସ୍ୟାରୁ ଦୁରେଇ ରହିପାରିବେ । ମସ୍ତିଷ୍କର କୌଣସି ଭାଗରେ ରକ୍ତ ସଞ୍ଚାଳନରେ ବାଧା ଆସିବା ସ୍ଥିତିକୁ ବ୍ରେନ ଷ୍ଟ୍ରୋକ କୁହାଯାଏ । ଏହି ସମୟରେ ଯଥାଶୀଘ୍ର ରୋଗୀକୁ ମେଡିକାଲରେ ପହଞ୍ଚାଇବା ଉଚିତ । କୌଣସି ରକ୍ତବାହିକାର ବ୍ଲକେଜ ହେବା ଫଳରେ ରକ୍ତ ଜମାଟ ବାନ୍ଧିଲେ ଏପରି ହୋଇଥାଏ ।
ଭିନ୍ନ ପ୍ରକାରର ବ୍ରେନ ଷ୍ଟ୍ରୋକ୍
ଯେତେବେଳେ ମସ୍ତିଷ୍କରେ କୌଣସି ରକ୍ତବାହିକାରେ ରକ୍ତରେ ଥକ୍କାପଣ ଦେଖାଦିଏ ସେତେବେଳେ ରକ୍ତ ଜମିବା ଫଳରେ ବ୍ରେନ ଷ୍ଟ୍ରୋକ୍ ହୋଇଥାଏ । ବ୍ରେନ ଷ୍ଟ୍ରୋକକୁ ସେରେବ୍ରାଲ ଥ୍ରାମ୍ବ୍ରୋସିସ କହିଥାନ୍ତି । ସେରେବ୍ରାଲ ହାମରେଜ ବା ମସ୍ତିଷ୍କରେ ରକ୍ତ ବାହିକା ଫାଟିଯାଇଥାଏ ଓ ଆଖପାଖରେ ରକ୍ତସ୍ରାବ ହୋଇଥାଏ । ଅନ୍ୟ ପକ୍ଷରେ ଲିକ ହୋଇଥିବା ରକ୍ତ ମସ୍ତିଷ୍କ ଉପରେ ଚାପ ପକାଇଥାଏ । ସେରେବ୍ରାଲ ଆମ୍ବ୍ରୋଲିଜମ ମଧ୍ୟ ବ୍ରେନ ଆଟାକରୁ ହୋଇଥାଏ । ଏହି ଅବସ୍ଥାରେ ଶରୀରର ଅନ୍ୟ କୌଣସି ଭାଗରେ ରକ୍ତରେ ଥକ୍କା ପଣ ଓ ରକ୍ତ ବହିବା ସହିତ ମସ୍ତିଷ୍କରେ ପହଞ୍ôଚ ଯାଇଥାଏ । ଏହା ସହ ରୋଗୀର ଅବସ୍ଥା ଗୁରୁତ୍ୱର ହେବା ସହ ବ୍ରେନ ଷ୍ଟ୍ରୋକ୍ ମଧ୍ୟ ହୋଇଥାଏ, ଯାହାଦ୍ୱାରା ରକ୍ତ ସଞ୍ଚାଳନରେ ବାଧା ଉପୁଜିବା ସହ ମସ୍ତିଷ୍କକୁ ଅକ୍ସିଜେନ ଏବଂ ପୋଷଣ ମିଳିବା ବନ୍ଧ ହୋଇଯାଇଥାଏ । ମସ୍ତିଷ୍କର ଯେଉଁ ଭାଗ କ୍ଷତି ହୋଇଥାଏ ଏହା ସମ୍ବନ୍ଧିତ ଶରୀରର ଅନ୍ୟ ଭାଗ ଅକାମୀ ହୋଇଥାଏ । ଯଥା ପକ୍ଷାଘାତ(ପାରାଲିସସ) ହୋଇଯାଇଥାଏ । ସେଥିପାଇଁ ତୁରନ୍ତ ରୋଗୀକୁ ଚିକିତ୍ସାକୀୟ ସହାୟତା ମିଳିବା ଉଚିତ ତାହାହେଲେ କ୍ଷତି କମ ହୋଇଥାଏ ।
ଲକ୍ଷଣ
୧. ଶରୀର ଅଚାନକ ବହୁତ କମଜୋର ଓ ଶରୀରର କୌଣସି ଭାଗ ଅକାମି ପରି ମନେ ହେବା ।
୨. ଜୀବନ ନଥିବା ଭଳି ଅନୁଭବ କରିବା ।
୩. କମ୍ପ ଆସିବା, ଢିଲାପଣ, ହାତ-ପାଦ, ହଲାଇବରେ ନିୟନ୍ତ୍ରଣର ଅଭାବ ଦେଖାଯିବା ।
୪. ଧୂସର ଦେଖାଯିବା, ଏକ ଆଖିରେ ଦେଖିବା ।
୫. ପାଟି ଥରିବା ।
୬. ଅନ୍ୟମାନେ କ’ଣ କହୁଛନ୍ତି ଏହାକୁ ସହଜରେ ବୁଝି ନପାରିବା ।
୭. ଜିଭ ଭିତରକୁ ପଶିଯିବା, ବାନ୍ତି ଆସିବ, ମୁଣ୍ଡ ଘୂରାଇବ।।
୮. ଅଚାନକ ପ୍ରବଳ ମୁଣ୍ଡ ବିନ୍ଧା ହେବା ।
୯. ଯଦି ଷ୍ଟ୍ରୋକ ଗମ୍ଭୀର ହୁଏ, ତେବେ ବ୍ୟକ୍ତି ବେହୋସ ମଧ୍ୟ ହୋଇଯାଇଥାନ୍ତି ।

କିପରି ଜୀବନ ବଞ୍ଚାଇବା
ତୁରନ୍ତ ଚିକିତ୍ସକଙ୍କ ସହାୟତାରେ ଚିକିତ୍ସା କରି ଆବଶ୍ୟକ ଔଷଧ ଦେବା । ଉତ୍ତମ ନର୍ସିଂ କେୟାର ବା ରୋଗୀର ଅବସ୍ଥା ଉପରେ ଧ୍ୟାନ ଦେବା । ରୋଗୀର ଟ୍ରିଟମେଣ୍ଟ ପରେ ମଧ୍ୟ ରୋହିବିଲିଟେଟିଭ ଥୋରାପୀ ଭଳି ଫିଜିୟୋଥେରାପୀ,ସ୍ପୀଚ, ଥେରାପୀ ଆଦି କାରଣରୁ ନର୍ଭ ଡ୍ୟାମେଜ ହୋଇଯାଇଥାଏ । ସଡନ ଷ୍ଟ୍ରୋକରେ ବ୍ୟକ୍ତିଙ୍କ ମୃତ୍ୟୁ ମଧ୍ୟ ହେବାର ସମ୍ଭାବନା ରହିଥାଏ । ଷ୍ଟ୍ରୋକ୍ କାରଣରୁ ନର୍ଭ ଡ୍ୟାମେଜ ସ୍ଥାୟୀ ମଧ୍ୟ ହୋଇଯାଏ । ଏଥିପାଇଁ ସୁସ୍ଥ ରହିବା ସହିତ ସାବଧାନ ରହିବା ଉଚିତ, ସିସ୍ଥ ଜୀବନଶୈଳୀ ଆପଣାଇବା ଓ ଲକ୍ଷଣ ଦେଖିବା କ୍ଷଣି ତୁରନ୍ତ ଚିକିତ୍ସକୀୟ ସହାୟତା ନେବା ଉଚିତ ।
ଏଥିରୁ କିପରି ରକ୍ଷା ପାଇବେ
ଷ୍ଟ୍ରୋକରୁ ରକ୍ଷା ପାଇବା ପାଇଁ ସାମନ୍ୟ ଜୀବନଶୈଳୀରେ ମଧ୍ୟ କିଛି ସାମଗ୍ରୀ ଉପରେ ଧ୍ୟାନ ଦେବା ନିହାତି ଜରୁରୀ –
୧. ସିଗାରେଟ ଓ ନିସା ସେବନ କରନ୍ତୁ ନାହିଁ ।
୨. କମ ଲୁଣ ଖାଇବା, ହଳଦୀ ଟାଏଟ ଓ ବ୍ୟାୟାମ ।
୩. ବ୍ଲଡ ସୁଗାର ଉପରେ ଧ୍ୟାନ ଦେବା ।
୪. କୋଲେଷ୍ଟ୍ରଲକୁ ବଢାଇବାକୁ ନ ଦେବା ।
୫. ବ୍ଲଡପ୍ରେସରକୁ ନିୟନ୍ତ୍ରଣ ରଖିବା ଉଚିତ । ସମୟ ସମୟରେ ରକ୍ତଚାପ ଯାଞ୍ଚ କରିବା ଓ ଡାକ୍ତର ଦ୍ୱାରା କୁହାଯାଇଥିବା ଔଷଧ ସେବନ କରିବା, ନିୟନିତ ରୂପେ ଔଷଧ ସେବନ କରିବା ଉଚିତ ।


Share It

Comments are closed.