୮ ବର୍ଷ ପରେ ନିଜ କ୍ୟାରିୟରର ଏହି ବଡ଼ ପଦକ୍ଷେପ ନେଲେ କୋହଲି


ବର୍ତ୍ତମାନ ଭାରତୀୟ ଦଳ ବାଂଲାଦେଶ ଗସ୍ତରେ ଅଛି । ଏହି ଗସ୍ତରେ ଟିମ୍ ଇଣ୍ଡିଆ (Team India) କୁ ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବାର ଅଛି । ପ୍ରଥମେ ଭାରତୀୟ ଦଳ ଦିନିକିଆ ସିରିଜ (India vs Bangladesh ODI Series) ଖେଳୁଛି । ଏହି ସିରିଜରେ ବାଂଲାଦେଶ ବିପକ୍ଷରେ ୨ଟି ମ୍ୟାଚରେ ଭାରତ ପରାସ୍ତ ହୋଇସାରିଛି । ଏହାସହ ବାଂଲାଦେଶ ଟିମ୍ (Bangladesh Team) ଦିନିକିଆ ସିରିଜ ନିଜ ନାମରେ କରିନେଇଛି । ଭାରତ ଓ ବାଂଲାଦେଶ ଦଳ ମଧ୍ୟରେ ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ (IND vs BAN 2nd ODI) ରେ ଟିମ୍ ଇଣ୍ଡିଆକୁ ୫ ରନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହି ସିରିଜରେ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି (Virat Kohli) ପୁଣି ଥରେ ଫ୍ଲପ୍ ହୋଇଛନ୍ତି । କିନ୍ତୁ ବିରାଟ କୋହଲି ଏହି ମ୍ୟାଚରେ କିଛି ଏପରି କରିଥିଲେ ଯାହା ସେ ୮ ବର୍ଷ ପୂର୍ବେ ତାଙ୍କ ଅନ୍ତର୍ଜାତୀୟ ODI କ୍ୟାରିୟରରେ କରିଥିଲେ, ଏହା ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଟିମ୍ ଇଣ୍ଡିଆର ଅଧିନାୟକ (Indian Captain) ରୋହିତ ଶର୍ମା (Rohit Sharma) ଆହତ ହୋଇଛନ୍ତି । ଏଭଳି ପରିସ୍ଥିତିରେ ଶିଖର ଧାୱନ (Shikhar Dhawan) ଙ୍କ ସହ ବିରାଟ କୋହଲି (Virat Kohli) ଟିମ୍ ଇଣ୍ଡିଆ (Team India) ପାଇଁ ଇନିଂସ ଆରମ୍ଭ କରିଥିଲେ । ବିରାଟ କୋହଲି ଟି-20 କ୍ରିକେଟରେ ଅନେକ ଥର ଓପେନିଂ କରିଥିବାର ନଜର ଆସିଛନ୍ତି । କିନ୍ତୁ ଆପଣଙ୍କୁ କହି ରଖୁଛୁ ଯେ ବିରାଟ କୋହଲି ଏହି ମ୍ୟାଚ୍ ପୂର୍ବରୁ ODI ରେ ଭାରତ ପାଇଁ ୮ ବର୍ଷ ପୂର୍ବେ ଓପନର୍ ଭାବରେ ଖେଳିଛନ୍ତି । ସେ ୮ ବର୍ଷ ପରେ ଏକ ଦିନିକିଆ ଅନ୍ତର୍ଜାତୀୟ ODI ରେ ଇନିଂସ ଆରମ୍ଭ କରିଥିଲେ । ତେବେ ଓପନର୍ ଭାବେ ସେ ODI କ୍ରିକେଟ୍ ରେ ଭଲ ପ୍ରଦର୍ଶନ କରିପାରି ନାହିଁ । ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଓପନର୍ ଭାବରେ ଖେଳୁଥିବା ବେଳେ ବିରାଟ କୋହଲି (Virat Kohli) ୬ଟି ବଲରେ ମାତ୍ର ୫ ରନ୍ ସ୍କୋର କରିପାରିଥିଲେ । ଏହି ଇନିଂସରେ ତାଙ୍କ ବ୍ୟାଟରୁ ମଧ୍ୟ କେବଳ ଗୋଟିଏ ଚୌକା ଦେଖିବାକୁ ମିଳିଥିଲା । ଟିମ୍ ଇଣ୍ଡିଆ ପାଇଁ ଦିନିକିଆରେ ଓପନର ଭାବେ ବିରାଟ କୋହଲି ୭ଟି ମ୍ୟାଚରେ ଏଭେରେଜ୍ ୨୩.୭୧ରେ ମାତ୍ର ୧୬୬ ରନ୍ ସଂଗ୍ରହ କରିଛନ୍ତି । ବିରାଟ କୋହଲି କ୍ୟାରିୟର ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷରେ ଲଗାତର ୫ଟି ମ୍ୟାଚରେ ଓପେନିଂ କରିଥିଲେ । ଏହି ମ୍ୟାଚ୍ ପୂର୍ବରୁ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୧୪ ମସିହାରେ ଓପନର୍ ଭାବରେ ଖେଳିଥିଲେ । ଟିମ୍ ଇଣ୍ଡିଆ (Team India) ର ଅଧିନାୟକ ରୋହିତ ଶର୍ମା (Rohit Sharma) ବାଂଲାଦେଶ ବିପକ୍ଷ ODI ସିରିଜର ଶେଷ ମ୍ୟାଚ୍ ଖେଳିବେ ନାହିଁ । ବାଂଲାଦେଶ ଇନିଂସର ଦ୍ୱିତୀୟ ଓଭରରେ ସ୍ଲିପ୍ କ୍ୟାଚ୍ ନେବାବେଳେ ରୋହିତ ଶର୍ମା ଆଙ୍ଗୁଠିରେ ଆଘାତ ପାଇଥିଲେ । ସେହି ସମୟରେ ରୋହିତ ଶର୍ମାଙ୍କୁ ସ୍କାନ୍ ପାଇଁ ହସ୍ପିଟାଲ ନେବାକୁ ପଡିଥିଲା । ଯଦିଓ ରୋହିତ ଶର୍ମା ଟିମ୍ ଇଣ୍ଡିଆର ଇନିଂସରେ ବ୍ୟାଟିଂ କରିଥିଲେ ଓ ୨୮ ବଲରେ ୫୧ ରନ୍ ସଂଗ୍ରହ କରିଥିଲେ । ରୋହିତ ଶର୍ମାଙ୍କ ଇଂନିସରେ ୩ଟି ଚୌକା ଓ ୫ଟି ଛକା ସାମିଲ ଥିଲା ।


Share It

Comments are closed.