ସକାଳର ଜଳଖିଆ ବା ବ୍ରେକଫାଷ୍ଟ କାହିଁକି ଗୁରୁତ୍ୱପୂର୍ଣ୍ଣ


ସମସ୍ତେ ବ୍ରେକଫାଷ୍ଟ କରିଥାନ୍ତି କିନ୍ତୁ ବ୍ରେକଫାଷ୍ଟ କରିବା ଶରୀର ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ ଜାଣିଛନ୍ତି କି । କିଛି ଲୋକ କର୍ମକ୍ଷେତ୍ରରେ ବ୍ୟସ୍ତତା ହେତୁ ବ୍ରେକଫାଷ୍ଟ କରିପରାନ୍ତି ନାହିଁ କିମ୍ବା ବ୍ରେକଫାଷ୍ଟ ସ୍କିପ କରିଥାନ୍ତି । ଆପଣ ବି ବ୍ରେକଫାଷ୍ଟ ସ୍କିପ କରୁଥିଲେ ଜାଣି ରଖନ୍ତୁ ଏହା ଦ୍ୱାରା ବହୁ ସମସ୍ୟା ଦେଖାଯାଇଥାଏ । ଡାଏଟ ଏବଂ ବିଭିନ୍ନ ପ୍ରକାରର ଫାଷ୍ଟିଂରେ ବ୍ରେକଫାଷ୍ଟକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଆସନ୍ତୁ ଜାଣିବା ବ୍ରେକଫାଷ୍ଟ କରିବାର କଣ ରହିଛି ସୁଫଳ . . . . . . .
୧. ବ୍ରେକଫାଷ୍ଟ କରିବା ଦ୍ୱାରା ଆପଣ ଓଜନ ନିୟନ୍ତ୍ରଣରେ ରହିଥାଏ ।
୨. ଏହା ଦ୍ୱାରା ଆପଣଙ୍କର ରକ୍ତ ଶର୍କରାରେ ମଧ୍ୟ ନିୟନ୍ତ୍ରଣ ହୋଇଥାଏ ।
୩. ବ୍ରେକଫାଷ୍ଟ କରିବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ ।
୪. ସକାଳର ଜଳଖିଆ ଆପଣଙ୍କ ରକ୍ତ ଚାପରେ ମଧ୍ୟ ନିୟନ୍ତ୍ରଣ କରିଥାଏ ।
୫. ବ୍ରେକଫାଷ୍ଟ କରିବା ଦ୍ୱାରା ଆପଣଙ୍କୁ ସମ୍ପୂର୍ଣ୍ଣ ଦିନ ଆପଣଙ୍କୁ ଏନର୍ଜେଟିକ ରଖିଥାଏ ।
୬. ସକାଳର ଖାଇବା ଘରେ ପ୍ରସ୍ତୁତ ହେବା ସହିତ ଗରମ ଗରମ ହୋଇଥିଲେ ଆପଣଙ୍କର କ୍ରେଭିଂ କମ ହୋଇଥାଏ ଏବଂ ଆପଣ ବାହାରର ଜଙ୍କ ଫୁଡ ଏବଂ ଫାଷ୍ଟ ଫୁଡ ଖାଇବାରୁ ବଞ୍ଚିତ ହୋଇଥାନ୍ତି ।


Share It

Comments are closed.