ଜଙ୍ଗଲରେ ହାତୀର ଫଟୋ ଉଠାଉଥିଲା ବ୍ୟକ୍ତି, ତା’ପରେ ଯାହା ହେଲା ଦେଖନ୍ତୁ


ଅଧିକାଂଶ ସମୟରେ ହାତୀ କ୍ଷେତ୍ରରେ ଏହା ଦେଖିବାକୁ ମିଳେ ଯେ, ହାତୀ ଯେତେ ଶାନ୍ତ ସେତେ ଭୟଙ୍କର । ହାତୀର ଭୟଙ୍କର ଋପର ପରିଣାମ କ’ଣ ହୁଏ ତାହା ଅନେକ ଭିଡିଓରେ ନଜର ଆସିଛି । ବର୍ତ୍ତମାନ ପୁଣି ଏକ ଭିଡିଓ ସାମନାକୁ ଆସିଛି । ଏଥିରେ ଆପଣଙ୍କୁ ହାତୀର ସେହି ଭୟଙ୍କର ଋପ ହିଁ ଦେଖିବାକୁ ମିଳିବ । କିନ୍ତୁ ହାତୀର କ୍ରୋଧ ପଛରେ କାରଣ ମନୁଷ୍ୟ ଅଟେ ।

ଆଏଫଏସ ଅଧିକାରୀ ସୁଶାନ୍ତ ନନ୍ଦ ଏହି ଭିଡିଓ ସେୟାର କରି ଲେଖିଛନ୍ତି ଯେ, ‘ସବୁଦିନ ଆପଣଙ୍କ ପାଇଁ ଶୁଭ ନଥାଏ । ଜଙ୍ଗଲ ସଫାରୀ ସମୟରେ ହାତୀ ଠାରୁ ଦୂରତା ବଜାୟୀ ରଖନ୍ତୁ ।’ ଏହି ଭିଡିଓରେ ଆପଣେ ପ୍ରଥମେ ଏକ ଦେଖିପାରିବେ । ଯେଉଁଥିରେ ଜଣେ ବ୍ୟକ୍ତି ଜିପ ମଧ୍ୟରେ କ୍ୟାମେରା ଧରି ବସିଛନ୍ତି । ସବୁ କିଛି ଠିକ ଚାଲୁଥାଏ । ଏହା ପରେ ହଠାତ ହାତୀ ପଛକୁ ମୋଡେ ଏବଂ ଜିପ ଅଭିମୁଖେ ଦୌଡିବାକୁ ଲାଗେ । ଜିପକୁ ରିଭର୍ସ କରାଯାଏ । କିନ୍ତୁ ହାତୀର ବେଗ ମଧ୍ୟ ଖୁବ ଦ୍ରୁତ ହୋଇଥାଏ । ଦେଖି ଏହା ଲାଗେ ଯେ, ଆଜି ପୂରା କ୍ରୋଧିତ ଅଛି । ଡ୍ରାଇଭର ହର୍ନ ମଧ୍ୟ ମାରେ ଯେପରି ହାତୀ ଅଟକିଯିବ କିନ୍ତୁ ସେ ବହୁତ ଜୋରସେ ଦୌଡେ । ଏହା ପରେ ସେ ମନ୍ଥର ହୋଇଯାଏ ।


Share It

Comments are closed.