ଫ୍ଲିପକାର୍ଟ ବର୍ତମାନ ଓଡ଼ିଆ ଏବଂ ବେଙ୍ଗଲିରେ ଉପଲବ୍ଧ


ଭୁବନେଶ୍ୱର: ଭାରତର ଇକମର୍ସ ମାର୍କେଟପ୍ଲେସ, ଫ୍ଲିପକାର୍ଟ ପକ୍ଷରୁ ଆଜି ଏହାର ପ୍ଲାଟଫର୍ମରେ ବେଙ୍ଗଲି ଏବଂ ଓଡ଼ିଆ ଭାଷାକୁ ଶୁଭାରମ୍ଭ କରାଯାଇଛି । ଏହା ଭାରତୀୟ ବିବିଧ ଭାଷା ବ୍ୟବହାରକାରୀଙ୍କ ନିମନ୍ତେ ଅନଲାଇନ ଇକମର୍ସକୁ ସୁବିଧାରେ ବ୍ୟବହାରଯୋଗ୍ୟ ଲକ୍ଷ୍ୟକୁ ପୂରଣ କରିପାରିଛି । ଫ୍ଲିପକାର୍ଟ ଆପରେ ଦେଶରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବା ଦୁଇଟି ଭାଷାକୁ ଯୋଗକରିବା ଦ୍ୱାରା ଦେଶର ଅଧିକାଂଶ ନାଗରିକମାନେ ବର୍ତମାନ ସେମାନଙ୍କର ମାତୃଭାଷାକୁ ଏହି ପ୍ଲାଟଫର୍ମରେ ବ୍ୟବହାର କରିପାରିବେ । କାଟେଗୋରୀ ପେଜରେ ଥିବା ଡ଼ିସପ୍ଲେ ବ୍ୟାନରସ ଏବଂ ଉତ୍ପାଦ ବିବରଣୀ ପର୍ଯ୍ୟନ୍ତ ଫ୍ଲିପକାର୍ଟ ବର୍ତମାନ ଲକ୍ଷ ଲକ୍ଷ ଗ୍ରାହକ ମାନଙ୍କୁ ଏକ ଉନ୍ନତ ବେଙ୍ଗଲି ଏବଂ ଓଡ଼ିଆ ଅନୁଭୂତି ପ୍ରଦାନ କରୁଛି । ଏକ ବାସ୍ତବ ଭାଷା ଅନୁଭୂତି ପ୍ରଦାନ କରିବା ନିମନ୍ତେ ୫.୪ ମିଲିୟନ୍‌ରୁ ଅଧିକ ଶବ୍ଦକୁ ଅନୁବାଦ ଏବଂ ଲିପ୍ୟନ୍ତିକରଣ କରାଯାଇଛି । କେତେକ ଶବ୍ଦକୁ ସରଳ ଅନୁବାଦ କରିବା ପରିବର୍ତେ ଏହାକୁ ଲିପ୍ୟନ୍ତିକରଣ କରାଯାଇଛି, ଯେପରିକି ଇଏମଆଇ, ଡ଼େଲିଭରୀ, ଫିଲଟର, କାର୍ଟ ଏବଂ ଓଟିପି, ଯାହାକି ଉପଭୋକ୍ତାଙ୍କୁ ଇକମର୍ସ ଟର୍ମିନୋଲୋଜି ସହିତ ପରିଚିତ କରାଇପାରିବ ।

ଏହି ପରିପ୍ରେକ୍ଷୀରେ ଫ୍ଲିପକାର୍ଟ ପକ୍ଷରୁ ଏହାର କର୍ପୋରେଟ ଆଫାୟାର୍ସର ମୁଖ୍ୟ, ରଜନୀଶ କୁମାର କହିଛନ୍ତିଯେ, ‘ଏକ ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ହିସାବରେ, ଷ୍ଟେଟ ଅଫ ଦି ଆର୍ଟ ଟେକ୍ନୋଲୋଜିକାଲ ସମାଧାନ ମାଧ୍ୟମରେ ଭାରତରେ ଫ୍ଲିପକାର୍ଟ ଆହୁରି ୨୦୦ ମିଲିୟନ୍ ଗ୍ରାହକଙ୍କୁ ଅନଲାଇନ ଆଣିବାକୁ ପ୍ରତିଶୃତିବଦ୍ଧ । ଏହି ପଦକ୍ଷେପରେ, ଫ୍ଲିପକାର୍ଟ ଏହାର ଭାଷା ଦୁନିଆକୁ ସାତଟି ଭାରତୀୟ ଭାଷାକୁ ସମ୍ପ୍ରସାରିତ କରିଛି, ଯାହାକି ଦେଶର ଜନସଂଖ୍ୟାର ୭୫% ଲୋକଙ୍କ ଦ୍ୱାରା କଥିତ ଏବଂ ଏହା ନୂଆ ନୂଆ ଇଂଟରନେଟ ବ୍ୟବହାର କରୁଥିବା ବ୍ୟବହାରକରୀୀଙ୍କୁ ଏକ ବାଧାମୁକ୍ତ ଇକମର୍ସ ଅନୁଭୂତି ପ୍ରଦାନ କରୁଛି । ବେଙ୍ଗଲି ଏବଂ ଓଡ଼ିଆ ଭାଷାର ଆରମ୍ଭ ସହିତ ଆମ୍ଭେମାନେ ଆମର ପ୍ରୟାସକୁ ଆହୁରି ଦ୍ୱିଗଣିତ କରିଛୁ ।’
ଉକ୍ତ ଲାଇନରେ ବେଙ୍ଗଲି ଏବଂ ଓଡ଼ିଆ ଭାଷାର ଶୁଭାରମ୍ଭ ସହିତ ପରବର୍ତି ୨୦୦ ମିଲିୟନ ଗ୍ରାହକଙ୍କୁ ଇକମର୍ସ ପ୍ଲାଟଫର୍ମରେ ସ୍ଥାନୀୟ ଭାବେ ବିକଶିତ ଭାଷା ସମାଧାନ ପ୍ରଦାନ କରିବା ହେଉଛି ଫ୍ଲିପକାର୍ଟର ମୁଖ୍ୟ ଲକ୍ଷ । ଦୁଇଟି ନୂତନ ଭାଷା ସହିତ, ଫ୍ଲିପକାର୍ଟ ବର୍ତମାନ ୭ଟି ଭାରତୀୟ ଭାଷା ଯେପରିକି, ହିନ୍ଦି, ତାମିଲ, ତେଲଗୁ, କନ୍ନଡ଼ ଏବଂ ମରାଠି ଭାଷାରେ ଉପଲବ୍ଧ ହେଉଛି, ଯାହାକି ୧.୫ ବର୍ଷରୁ ଅଧିକ ସମୟ ମଧ୍ୟରେ ଉନ୍ନତ କରାଯାଇଛି । ଉକ୍ତ ଉଦ୍ୟୋଗର ତଥ୍ୟ ଅନୁଯାୟୀ, ୨୦୨୧ ସୁଦ୍ଧା ଭାରତୀୟ ଭାଷା ଇଂଟରନେଟ ବ୍ୟବହାରକାରୀମାନେ ଭାରତର ଇଂଟରନେଟ ବ୍ୟବହାରକାରୀଙ୍କ ପ୍ରାୟ ୭୫% ଅଂଶ ଗ୍ରହଣ କରିବେବୋଲି ଆଶା କରାଯାଉଛି । ଏହି ଭାଷା ବ୍ୟବହାରକାରୀଙ୍କ ବୃଦ୍ଧି, ପ୍ରାଥମିକ ଭାବରେ ଛୋଟ ସହରରୁ ହୋଇଥିବାବେଳେ ସେମାନଙ୍କୁ ଅଧିକ ବ୍ୟକ୍ତିଗତ ଅନୁଭୂତି ପ୍ରଦାନ କରିବା ପାଇଁ ଇକମର୍ସ ପ୍ଲାଟଫର୍ମରେ ଆଂଚଳିକ ଭାଷା ବ୍ୟବହାରକୁ ପ୍ରୋତ୍ସାହନ ଦେବା ହେଉଛି ଅଧିକ ଗୁରୁତ୍ୱପୁର୍ଣ୍ଣ । ଏହା ସମଗ୍ର ଦେଶରେ ଭାରତୀୟ ଏମଏସଏମଇ ବିକ୍ରେତାମାନଙ୍କ ପାଇଁ ଏକ ବଡ଼ ବଜାର ସୃଷ୍ଟି କରିବା ବ୍ୟତୀତ ସେମାନଙ୍କ ମାତୃଭାଷାରେ ଏକ ଅନଲାଇନ ସପିଂ ଅଭିଜ୍ଞତା ପାଇବାକୁ ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସକ୍ଷମ କରିବ ।


Share It

Comments are closed.