ଆପଣଙ୍କ ପସନ୍ଦିତା ନମ୍ବର କଣ କହୁଛି ଆପଣଙ୍କ ବ୍ୟକ୍ତତ୍ୱ ସମ୍ପର୍କରେ


ପସନ୍ଦର ପୋଷାକ ଏବଂ ପସନ୍ଦର ରଙ୍ଗ ପରି ଲକି ନମ୍ବର କିମ୍ବା ପସନ୍ଦିତା ନମ୍ବର ମଧ୍ୟ ବ୍ୟକ୍ତିର ବ୍ୟକ୍ତିତ୍ୱ ସମ୍ପର୍କରେ ଦର୍ଶାଇଥାଏ । ଆସନ୍ତୁ ଜାଣିବା କଣ କହିଥାଏ ଆପଣଙ୍କ ପ୍ରିୟ ନମ୍ବର ।
୧. ନମ୍ବର ୧ – ନମ୍ବର ୧ ପସନ୍ଦ କରୁଥିବା ଲୋକେ ସର୍ବଦା ଶାନ୍ତ ଏବଂ ସରଳ ସ୍ୱଭାଦର ହୋଇଥାନ୍ତି । ଏମାନେ ଖୁବ ସ୍ୱାଭିମାନୀ ଏବଂ ଅନ୍ୟର ଦୁଃଖ ଦୁର୍ଦଶା ଶଯ୍ୟ କରିପାରନ୍ତି ନାହିଁ । ଏମାନେ ଅଧିକରୁ ଅଧିକ ସମୟ ନିଜ ପରିବାର ସହିତ ବିତାଇବାକୁ ସପନ୍ଦ କରିଥାନ୍ତି ।
୨. ନମ୍ବର ୨ – ନମ୍ବର ୨ ପସନ୍ଦ କରୁଥିବା ବ୍ୟକ୍ତି ଖୁବ ଇମୋସନାଲ ହୋଇଥାନ୍ତି । ସେମାନେ ଖୁବ ମୁଫଟ ହୋଇଥିବା ବେଳେ ନକରାତ୍ମକ ପରିସ୍ଥିତିରେ ନିଜର ସନ୍ତୁଳନ ରକ୍ଷା କରନ୍ତୁ ନାହିଁ । ସେମାନେ ନିଜ ପରିବାର, ସାଙ୍ଗସାଥିଙ୍କ ସହିତ ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।
୩. ନମ୍ବର ୩ – ନମ୍ବର ୩ ପସନ୍ଦ କରୁଥିବା ବ୍ୟକ୍ତି ସର୍ବଦା ନିଜ ବନ୍ଧୁ ଏବଂ ପରିବାରରେ ପ୍ରିୟ ବ୍ୟକ୍ତି ହୋଇଥାନ୍ତି । ସେମାନଙ୍କର ଭଲ କମ୍ୟୁନିକେସନ ସ୍କିଲ ରହିଥାଏ । ସେମାନଙ୍କର ନିଜର ଜୀବନ ପ୍ରତି ଏକ ସକରାତ୍ମକ ଭାବନା ରହିଥାଏ ଏବଂ ଦିବାସ୍ୱପ୍ନ ଅପେକ୍ଷା ବାସ୍ତବତାରେ ବିଶ୍ୱାସ ରଖିଥାନ୍ତି । ତାଙ୍କର ଭଲ କମ୍ୟୁନିକେସନ ସ୍କିଲ ଦ୍ୱାରା ସେମାନେ ନିଜର ଭାବନା ଏବଂ ଚିନ୍ତାଧାରାକୁ ଲୋକଙ୍କ ସମ୍ମୁଖରେ ସହଜରେ ବ୍ୟକ୍ତ କରିଥାନ୍ତି ।
୪. ନମ୍ବର ୪ – ଆପଣଙ୍କର ପ୍ରିୟ ନମ୍ବର ୪ ହୋଇଥିଲେ ଆପଣ ଖୁବ କର୍ମଠ, ବିଶ୍ୱାସନୀୟ, ନିର୍ଭରଶୀଳ ସ୍ୱଭାବର ବ୍ୟକ୍ତି ହୋଇଥାନ୍ତି । ସେମାନଙ୍କର ଏହି ପ୍ରକୃତି ପାଇଁ ସେମାନେ ନିଜର ବନ୍ଧୁ, ପରିବାର ବର୍ଗଙ୍କ ମଧ୍ୟରେ ବିଶ୍ୱାସନୀୟ ହୋଇଥାନ୍ତି । ସେମାନେ ଖୁବ ସାହାସୀ ପ୍ରକୃତିର ମଧ୍ୟ ହୋଇଥାନ୍ତି । ସେ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ ବହୁ ପରିଶ୍ରମ ମଧ୍ୟ କରିଥାନ୍ତି ।
୫. ନମ୍ବର ୫ – ଏହି ନମ୍ବରକୁ ପସନ୍ଦ କରୁଥିବା ବ୍ୟକ୍ତି ଖୁବ ଉତ୍ସାହୀ ଏବଂ ଶକ୍ତିଶାଳୀ ହୋଇଥାନ୍ତି । ସେମାନେ ଖୁବ ଶୀଘ୍ର ପ୍ଲାନ ପ୍ରସ୍ତୁତ କରି ତାହା ଉପରେ ଖୁବ ଶୀଘ୍ର କାର୍ଯ୍ୟ ମଧ୍ୟ କରିଥାନ୍ତି । ସେମାନେ ଟାକ୍ସ ଗ୍ରହଣ କରି ତାହାର ସମାଧାନ ପାଇଁ ଖୁବ ତତ୍ପର ହୋଇଥାନ୍ତି ।
୬. ନମ୍ବର ୬ – ନମ୍ବର ୬ ପସନ୍ଦ କରୁଥିବା ବ୍ୟକ୍ତି ଖୁବ ଯତ୍ନଶୀଳ ଏବଂ ସାଧାରଣ ସ୍ୱଭାବର ହୋଇଥାନ୍ତି । ସେମାନେ ନୂତନ ଅନୁଭୂତି କରିବାକୁ ପସନ୍ଦ କରିଥାନ୍ତି ଏବଂ ନୂତନ ସ୍ଥାନକୁ ଏକ୍ସପ୍ଲୋର କରିବାକୁ ଭଲ ପାଇଥାନ୍ତି । ସେମାନଙ୍କ ନିଜର ପରିବାର ଏବଂ କାର୍ଯ୍ୟକୁ ଉଚିତ ସମ୍ମାନ ଦେଇଥାନ୍ତି ।
୭. ନମ୍ବର ୭ – ଏହି ନମ୍ବର ପସନ୍ଦ କରୁଥିବା ବ୍ୟକ୍ତିଙ୍କର ସ୍ୱଭାବ ଖୁବ ନରମ ଏବଂ ଶାନ୍ତ ହୋଇଥାଏ । ଏହି ସ୍ୱଭାବର ବ୍ୟକ୍ତି ନିଜର ସମସ୍ତ ରିଲେସନସିପକୁ ସଠିକ ସମ୍ମାନ ଦେଇଥାନ୍ତି । ସେମାନେ ସର୍ବଦା ନିଜର ବନ୍ଧୁ ଏବଂ ପରିଜନଙ୍କୁ ନିଜର ସହଯୋଗ ଏବଂ ସାହାଯ୍ୟ କରିଥାନ୍ତି । ସେମାନେ ସର୍ବଦା କର୍ମ କ୍ଷେତ୍ରରେ ନିଜକୁ ସଠିକ ଏବଂ ସମସ୍ତ କ୍ଷେତ୍ରରେ ନିଜକୁ ସଠିକଭାବେ ପ୍ରଦର୍ଶନ କରିଥାନ୍ତି ।
୮. ନମ୍ବର ୮ – ନମ୍ବର ୮କୁ ପସନ୍ଦ କରୁଥିବା ବ୍ୟକ୍ତି ସ୍ଥାୟିତ୍ୱକୁ ଖୁବ ପସନ୍ଦ କରିଥାନ୍ତି । ସେମାନଙ୍କ ସ୍ୱଭାବ ଖୁବ ଶକ୍ତିଶାଳୀ ହୋଇଥାଏ । ସେମାନେ ନିଜର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ଖୁବ ପରିଶ୍ରମ ମଧ୍ୟ କରିଥାନ୍ତି । ସେମାନେ ଖୁବ ଶୀଘ୍ର ସଟକଟ ଉପାୟରେ ସଫଳତା ପାଇବାକୁ ପସନ୍ଦ କରିନଥାନ୍ତି । ସେମାନେ ମାନସିକ ସ୍ତରରେ ଖୁବ ଶକ୍ତିଶାଳୀ ହୋଇଥାନ୍ତି ।
୯. ନମ୍ବର ୯ – ନମ୍ବର ୯ ପସନ୍ଦ କରୁଥିବା ବ୍ୟକ୍ତି ଖୁବ ସ୍ୱଭିମାନୀ ଏବଂ ବନ୍ଧୁତ୍ୱପୂର୍ଣ୍ଣ ହୋଇଥାନ୍ତି । ସେମାନେ ଲୋକମାନଙ୍କ ପ୍ରତି ଖୁବ ଯତ୍ନଶୀଳ ଏବଂ ସ୍ନେହୀ ପ୍ରକୃତିର ହୋଇଥାନ୍ତି । ସେମାନେ ଗୋଟିଏ ଗ୍ରୁପ କିମ୍ବା ଅନୁଷ୍ଠାନର ଲିଡ ନେବା ପାଇଁ ସକ୍ଷମ ହୋଇଥାନ୍ତି । ସେମାନେ ସର୍ବଦା ଶାରିରୀକ ଦକ୍ଷତା ପୂର୍ଣ୍ଣ କାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି ।
୧୦. ନମ୍ବର ୧୦ – ନମ୍ବର ୧୦ ପସନ୍ଦ କରୁଥିବା ବ୍ୟକ୍ତିମାନଙ୍କର ସେନଓ ଅଫ ହ୍ୟୁମର ଖୁବ ଭଲ ହୋଇଥାଏ । ସେମାନେ ବୋର ହେଉଥିବା ସମାଜ ଏବଂ ପରିସ୍ଥିତିରେ କିଛି ମାତ୍ରାରେ ହସଖୁସି ମିଶ୍ରଣ କରିଥାନ୍ତି । ସେମାନେ ଅଗଣିତ ସମ୍ଭାବନାରେ ବିଶ୍ୱାସ ରଖିଥାନ୍ତି ।


Share It

Comments are closed.