ପ୍ରକାଶ ପାଇଲା ସିବିଏସଇ ଦଶମ ରେଜଲ୍ଟ, ପାସ୍ ହାର ୯୪.୪ %


ସିବିଏସଇ ଦଶମ ଟର୍ମ ୨ ବୋର୍ଡ ରେଜଲ୍ଟ ପ୍ରକାଶିତ ହୋଇଛି । ଏହାପୂର୍ବରୁ ସକାଳେ ଦ୍ୱାଦଶ ରେଜଲ୍ଟ ବାହାରିଥିଲା । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଦଶମ ପରୀକ୍ଷା ଦେଇଛନ୍ତି ସେମାନେ cbseresults.nic.inରେ ନିଜର ଫଳ ଜାଣିପାରିବେ । ପରୀକ୍ଷା ଦେଇଥିବା ପ୍ରାୟ ୨୧ ଲକ୍ଷ ଛାତ୍ରଛାତ୍ରୀଙ୍କ ରେଜଲ୍ଟ ପ୍ରକାଶ ପାଇଛି । ତେବେ ଚଳିତବର୍ଷ ପାସ୍ ହାର ରହିଛି ୯୪.୪ %।

ରେଜଲ୍ଟ ଜାଣିବାକୁ ପ୍ରଥମେ ଛାତ୍ରଛାତ୍ରୀଙ୍କୁ ଓ୍ୱେବସାଇଟ୍ ଲଗଇନ୍ କରିବାକୁ ହେବ । ଏହାପରେ ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ସାଇନ ଅପ୍ କରିବାକୁ ହେବ । ଏହା ପରେ ରେଜଲ୍ଟ ପ୍ରଦର୍ଶିତ ହେବ ।


Share It

Comments are closed.