୭ ବର୍ଷ ପରେ ବଲିଉଡକୁ ଫେରିଲେ ମଲ୍ଲିକା


ଅଭିନେତ୍ରୀ ମଲ୍ଲିକା ଶେରାୱତ୍ ଖୁବ୍ ଶୀଘ୍ର କମ୍‌ବ୍ୟାକ୍ କରୁଛନ୍ତି। ମଲ୍ଲିକା ଫିଲ୍ମ RK / RKAY ମାଧ୍ୟମରେ ବଲିଉଡକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ବର୍ତ୍ତମାନ ୭ ବର୍ଷ ପର୍ଯ୍ୟନ୍ତ କୌଣସି ଫିଲ୍ମ କରିନଥିବାରୁ ଲୋକଙ୍କ ଟାର୍ଗେଟରେ ରହିଥିବା ମଲ୍ଲିକା ସମାଲୋଚକମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଛନ୍ତି।

୨୦୧୫ ମସିହାରେ ମଲ୍ଲିକା ଶେରାୱତଙ୍କୁ ବଲିଉଡ ଫିଲ୍ମ ‘ଡାର୍ଟି ପଲିଟିକ୍ସ’ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ରଜତ କପୁରଙ୍କ ଆଗାମୀ ଫିଲ୍ମ RK / RKAY ମାଧ୍ୟମରେ ଫେରୁଛନ୍ତି। ନିକଟରେ ଅଭିନେତ୍ରୀ ତାଙ୍କ ଫିଲ୍ମର ପ୍ରମୋସନ ସମୟରେ ଏକ ମିଡିଆ ସାକ୍ଷାତକାରରେ ଖୋଲାଖୋଲି ଭାବେ କହିଛନ୍ତି। ତାଙ୍କ ଫିଲ୍ମ କ୍ୟାରିୟର ସମାପ୍ତ ବୋଲି ବିବେଚନା କରୁଥିବା ସମାଲୋଚକମାନଙ୍କୁ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି- “ଲୋକମାନେ କ’ଣ ଭାବନ୍ତି, ଏହା ସେମାନଙ୍କର ବ୍ୟକ୍ତିଗତ ନିଷ୍ପତ୍ତି। ମୁଁ ସବୁବେଳେ ନିଜ ଇଚ୍ଛା ଅନୁଯାୟୀ ଜୀବନ ବଞ୍ଚିଛି। ଲୋକମାନେ କ’ଣ କହିବେ କିମ୍ବା ଭାବିବେ ମୋତେ କିଛି ଫରକ ପଡେ ନାହିଁ । ମୁଁ ମୋର ନିଜ ଇଚ୍ଛାର ଗୁରୁ।”

ଫିଲ୍ମ RK- RKAY ଜୁଲାଇ ୨୨ ରେ ମୁକ୍ତିଲାଭ କରିବ। ମଲ୍ଲିକାଙ୍କ ବ୍ୟତୀତ ଏହି ଫିଲ୍ମରେ ରଜତ କପୁର, ରଣଭୀର ଶୋରି, କୁବ୍ରା ସେତ ଏବଂ ମନି ଋଷି ଚଡ୍ଡାଙ୍କ ଭଳି ବଲିଉଡ ଅଭିନେତା ମଧ୍ୟ ଅଭିନୟ କରିଛନ୍ତି। ଏହି ଫିଲ୍ମରେ ମଲ୍ଲିକାଙ୍କ ଚରିତ୍ରର ନାମ ଗୁଲାବୋ ଏବଂ ନେହା ଭାବରେ ଦର୍ଶାଯାଇଛି।


Share It

Comments are closed.