ହ୍ୱାଟସଆପ ଦେଲା ଗ୍ରୁପ ଆଡମିନଙ୍କୁ ସୁପରପାୱାର


ଦୁନିଆର ସବୁଠାରୁ ବଡ ଇନଷ୍ଟାଣ୍ଟ ମେସେଜିଙ୍ଗ ଆପ୍ ହ୍ୱାଟସଆପ ବିଗତ ମାସରେ ଏହାର ଫିଚର ଟେଷ୍ଟିଙ୍ଗ ପ୍ରକ୍ରିଆକୁ ଆରମ୍ଭ କରିଥିବା ବେଳେ ବର୍ତ୍ତମାନ ସାର୍ବଜନୀନ ହୋଇଛି । ବର୍ତ୍ତମାନ ହ୍ୱାଟସଆପକୁ ଅପଡେଟ କରିଦେବା ଫଳରେ ଗ୍ରୁପରେ ଥିବା ଆଡମିନର ବିନା ଅନୁମତିରେ କୌଣସି ବି ସଦସ୍ୟ ମେସେଜ କରିପାରିବେ ନାହିଁ ଅର୍ଥାତ ଗ୍ରୁପର ଆଡମିନ ନିର୍ଣ୍ଣୟ କରିବ କେଉଁ ସଦସ୍ୟ ଗ୍ରୁପରେ ମେସେଜ କରିବେ । ଏହା ସହ ଗ୍ରୁପର ଆଡମିନଙ୍କ ପାଖରେ ସେଟିଙ୍ଗ ପରିବର୍ତ୍ତନ କରିବାର ଅଧିକାର ମଧ୍ୟ ରହିବ । ଏହା ପରେ ଆଡମିନ ହିଁ ନିର୍ଣ୍ଣୟ କରିବ ଗ୍ରୁପର କେଉଁ ସଦସ୍ୟ ବିବରଣୀ କିମ୍ବା ଡେସକ୍ରିପସନ ପରିବର୍ତ୍ତନ କରିପାରିବେ ।

 ଯଦି ଆପଣ ଆଡମିନ ଅଛନ୍ତି ତେବେ ଏପରି ସେଟିଙ୍ଗ କରନ୍ତୁ

ଯଦି ଆପଣ ବି କୋଣସି ହ୍ୱାଟସଆପ ଗ୍ରୁପର ଆଡମିନ ଅଛନ୍ତି ତେବେ ସର୍ବପ୍ରଥମେ ତାହାକୁ ଅପଡେଟ କରନ୍ତୁ । ଏହା ପରେ ଆପଣ ଯେଉଁ ଗ୍ରୁପର ଆଡମିନ ଅଛନ୍ତି ସେହି ଗ୍ରୁପର ନାମ ଉପରେ କ୍ଲିକ କରି ତଳକୁ ଜାଆନ୍ତୁ । ଏବେ ଆପଣଙ୍କୁ ଗ୍ରୁପ ସେଟିଙ୍ଗରେ ଏକ ନୂଆ ବିକଳ୍ପ ନଜର ଆସିବ । ଏହି ବିକଳ୍ପ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଏଡିଟ ଗ୍ରୁପ ଇନ୍ଫୋ, ସେଟିଙ୍ଗ ମେସଜ ଏବଂ ଏଡିଟ ଗ୍ରୁପ ଆଡମିନଓ ଭଳି ବିକଳ୍ପ ଆସିବ । ଆପଣ ଏଡିଟ ଗ୍ରୁପ ଇନ୍ଫୋରେ କ୍ଲିକ କରି କେଉଁ କେଉଁ ମାନେ ଗ୍ରୁପର ବିବରଣୀ କିମ୍ବା ଡେସକ୍ରିପସନ ପରିବର୍ତ୍ତନ କରିପାରିବେ ତାହା ନିର୍ଣ୍ଣୟ କରିପାରିବେ ।
ସେହି ଭଳି ସେଣ୍ଡ ମେସେଜ ଉପରେ କ୍ଲିକ କରି ଆପଣ ନିର୍ଣ୍ଣୟ କରିପାରିବେ ଯେ, ଗ୍ରୁପର କେଉଁ କେଉଁ ସଦସ୍ୟ ମେସେଜ କରିପାରିବେ କିମ୍ବା ନାହିଁ । ଏହି ନୂଆ ଫିଚର ଆସିବା ପରେ ଗ୍ରୁପରେ ଫାଲତୁ ମେସେଜରୁ ମୁକ୍ତି ମିଳିବା ସହ ଫାଲତୁ ବ୍ୟକ୍ତି ଆଉ ମେସେଜ କରିପାରିବେ ନାହିଁ ବୋଲି ହ୍ୱାଟସଆପର କର୍ତ୍ତୃପକ୍ଷ କହିଛନ୍ତି । ଯେବେକି ଏହି ଫିଚର ଆସିବା ପରେ ଗ୍ରୁପରେ ଥିବା ଅନ୍ୟ ସଦସ୍ୟଙ୍କ ସହିତ ଝଗଡା ହେବାର ମଧ୍ୟ ଅନେକ ସମ୍ଭାବନ ରହିଛି । ଉଦହାରଣ ଗ୍ରୁପର ଆଡମିନ ଏହି ଫିଚର ଅପବ୍ୟବହାର ମଧ୍ୟ କରିପାରନ୍ତି ।


Share It

Comments are closed.