ହଲିଉଡରେ ନିଜ ଅଭିନୟ ବଳରେ ମନ ଜିଣିଥିଲେ ଏହି ବଲିଉଡ ତାରକା


ବଲିଉଡରେ ଏପରି ଅନେକ ଷ୍ଟାର ଅଛନ୍ତି, ଯାହାଙ୍କର ଫିଲ୍ମକୁ ଦେଖିବା ପାଇଁ ତାଙ୍କର ପ୍ରଶଂସକମାନେ ଉତ୍ସାହିତ ହୋଇପଡିଥାନ୍ତି । ବଲିଉଡର ଏହି ଷ୍ଟାରମାନେ ଫିଲ୍ମ ଜରୀଆରେ ନିଜ ଅଭିନୟର ଯାଦୁ ଦେଖାଇ ବହୁତ ଲୋକପ୍ରିୟ ହେବା ସହ ପ୍ରସଂଶକମାନଙ୍କୁ ଆକର୍ଷିତ କରିବାରେ ମଧ୍ୟ ସଫଳ ହୋଇଥାନ୍ତି । କେବଳ ସେତିକି ନୁହେଁ ଏହି ବଲିଉଡ ଷ୍ଟାରମାନେ ନିଜ ଉଚ୍ଚ କୋଟିର ଅଭିନୟ ବଳରେ ହଲିଉଡ ଫିଲ୍ମ ମାନଙ୍କରେ ମଧ୍ୟ ନିଜ ନିଜର ଛାପ ମଧ୍ୟ ଛାଡି ସାରିଛନ୍ତି । ତେବେ ଆସନ୍ତୁ ନଜର ପକାଇବା ବଲିଉଡର ଏହି ବିଶିଷ୍ଟ କଳାକାରମାନଙ୍କ ଉପରେ ଯେଉଁମାନେ ନିଜ ଅଭିନୟର ଯାଦୁ ବଳରେ ହଲିଉଡ ଫିଲ୍ମରେ କୀର୍ତ୍ତି ହାସଲ କରିଛନ୍ତି ।

ଅଭିନେତ୍ରୀ – ଐଶର୍ଯ୍ୟା ରାୟ
ଫିଲ୍ମ – ପିଙ୍କ ପାନ୍ଥର ୨(୨୦୦୯)
ଏହା ହେଉଛି ଆମେରିକାନ ଆକ୍ସନ କମେଡି ଫିଲ୍ମ, ଯାହାର ନିର୍ଦ୍ଦେଶନା ଦେଇଥିଲେ ହାର୍ଲାଡ ଜ୍ୱଆର୍ଟ

ଅଭିନେତା – ଅମରେଶ ପୁରୀ
ଫିଲ୍ମ – ସିଟି ଅଫ ଜଏ(୧୯୯୨), ମାଇ ସନ ଦା ଫାନାଟିକ(୧୯୯୭), ଇଷ୍ଟ ଇଜ ଇଷ୍ଟ (୧୯୯୯), ଉଲ୍ଫ (୧୯୯୪)

ଅଭିନେତ୍ରୀ – ଫ୍ରିଦା ପିଣ୍ଟୋ
ଫିଲ୍ମ- ସ୍ଲମଡଗ ମିଲେନିୟର(୨୦୦୯), ୟୁ ଉଲି ମିଟ ଏ ଟଲ ଡାର୍କ ଷ୍ଟ୍ରେଞ୍ଜର (୨୦୧୦)
ସ୍ଲମଡଗ ମିଲିନିୟର ହେଉଛି ଏକ ବ୍ରିଟିସ ଡ୍ରାମା ଫିଲ୍ମ ଯାହାର ନିର୍ଦ୍ଦେଶକ ହେଉଛନ୍ତି ଡ୍ୟାନି ବୋଏଲି ଏବଂ ଏହାର ପ୍ରୟୋଜକ ହେଉଛନ୍ତି କ୍ରିଷ୍ଟିଆନ କୋଲସନ ।

ଅଭିନେତ୍ରୀ – ମଲ୍ଲ୍ିକା ସେରାୱତ
ଫିଲ୍ମ – ହିସ (୨୦୧୦)
ହିସ ହେଉଛି ୨୦୧୦ର ଆଡଭେନ୍ଚରସ ହରର ଫିଲ୍ମ, ଯାହାରି ନିର୍ଦ୍ଦେଶକ ହେଉଛନ୍ତି ଜେନିଫର ଚାମ୍ବର ଲାଞ୍ଚ

ଅଭିନେତ୍ରୀ – ଦୀପିକା ପାଦୁକୋନ
ଫିଲ୍ମ – ଟ୍ରିପଲ ଏକ୍ସ, ରିଟର୍ଣ୍ଣ ଅଫ ଜେଣ୍ଡର କେଜ (୨୦୧୭)
ଏହି ଫିଲ୍ମଟି ୨୦୧୭ର ଆମେରିକାନ ଆକ୍ସନ ଫିଲ୍ମ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଡି.ଜେ କାରୁସୋ ଏବଂ ଏହାର ଲେଖକ ହେଉଛନ୍ତି ଏଫ.ସ୍କଟ ଫ୍ରାଜିଏର । ଏହି ଫିଲ୍ମରେ ଦୀପିକାଙ୍କ ସମେତ ଭିନ ଡିସେଲ, କ୍ରିୟ ୟୁ, ରୁବି ରୋସି, ନିନା ଡୋବରେଭ, ଟୋନି କୋଲେଟି, ଆରିୟାଡାନା ଗୁଟରେଜ, ହରମିଓନ କୋରଫିଲ୍ଡ ଏବଂ ସାମୁଏଲ ଏଲ ଜ୍ୟାକସହ ମଧ୍ୟ ଅଛନ୍ତି ।

ଅଭିନେତ୍ରୀ – ପ୍ରିୟଙ୍କା ଚୋପ୍ରା
ଫିଲ୍ମ – ବେୱାନଚ (୨୦୧୭)
ଏହି ଫିଲ୍ମଟି ହେଉଛି ଆମେରିକାନ ଆକ୍ସନ ଡ୍ରାମା ସିରିଜ ଫିଲ୍ମ । ଏହି ଫିଲ୍ମ ଲସ ଆଞ୍ଜେଲ କାଉଣ୍ଟି ଲାଇଫଗାର୍ଡଙ୍କ ଉପରେ ପର୍ଯ୍ୟବେଶିଷ ଅଟେ ।

ଅଭିନେତା – ଅମିତାଭ ବଚ୍ଚନ
ଫିଲ୍ମ- ଦ ଗ୍ରେଟ ଗେଟ୍ସବି (୨୦୧୩)
ଏହି ଫିଲ୍ମଟି ହେଉଛି ୨୦୧୩ ରୋମାନ୍ସ ଡ୍ରାମା ଫିଲ୍ମ । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ବାଜ ଲୁହରାମ୍ୟାନ ।

ଅଭିନେତା – ନୱାଜଉଦ୍ଦିନ ଶାହା
ଫିଲ୍ମ – ଦ ମନସୁନ ୱେଡିଙ୍ଗ(୨୦୦୧), ଦ ଲିଗ ଅଫ ଏକ୍ସଟ୍ରାଅର୍ଡିନାରି ଜେଣ୍ଟେନମ୍ୟାନ (୨୦୦୩), ଦ ଗ୍ରେଟ ନିୟୁ ୱାନଡରଫୁଲ (୨୦୦୫)

ଅଭିନେତା – ଅନିଲ କପୁର
ଫିଲ୍ମ – ମିସନ ଇମ୍ପସିବୁଲ
ଏହା ହେଉଛି ଆମେରିକାନ ଆକ୍ସନ ସ୍ପାଏ ଫିଲ୍ମ, ଯାହାର ନିର୍ଦ୍ଦେଶନା ଦେଇଛନ୍ତି ବ୍ରାଡ ବାର୍ଡ ଏବଂ ଏହାର ଲେଖକ ହେଉଛନ୍ତି ଜୋସ ଆପେଲବାୟୁମ ଏବଂ ଆଣ୍ଡ୍ରି ନେମିକ ।

ଅଭିନେତା – ଇର୍ଫାନ ଖାନ
ଫିଲ୍ମ- ସ୍ପାଇଡର ମ୍ୟାନ
ଏହା ହେଉଛି ଏକ ଆମେରିକାନ ସୁପରହିରୋ ଫିଲ୍ମ, ଯାହାରି କି ନିର୍ଦ୍ଦେଶନା ଦେଇଛନ୍ତି ସାମ ରାଇମି

ଅଭିନେତା – ଅନୁପମ ଖେର
ଫିଲ୍ମ- ସିଲଭର ଲାଇନିଙ୍ଗ
ଏହା ହେଉଛି ଏକ ଆମେରିକାନ ରୋମାଣ୍ଟିକ କମେଡି ଡ୍ରାମା ଫିଲ୍ମ, ଯାହାର ନିର୍ଦ୍ଦେଶକ ହେଉଛନ୍ତି ଡେଭିଡ ଓ ରସେଲ

ଅଭିନେତ୍ରୀ – ତବ୍ୱୁ
ଫିଲ୍ମ- ଦ ନେମସେକ (୨୦୦୭)
ଏହି ଫିଲ୍ମଟି ହେଉଛି ଝୁମ୍ପା ଲାହାରିଙ୍କ ପ୍ରଥମ ଉପନ୍ୟାସ , ଯାହକି ନିୟ୍ୟୁର୍କରେ ପ୍ରକାଶିତ ହୋଇଥିଲା ।


Share It

Comments are closed.