ଇରାନକୁ ଟ୍ରମ୍ପଙ୍କ କଡା ଚେତାବନୀ : ସୁଧୁରିଯାଅ ନଚେତ ପରିଣାମ ବହୁତ ଭୟଙ୍କର ହେବ


ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ରାଷ୍ଟ୍ରପତି ହସନ ରୁହାନୀଙ୍କୁ ଟ୍ୱିଟ କରି କଡା ଚେତାବନୀ ଦେଇଛନ୍ତି । ଟ୍ରମ୍ପ ଟ୍ୱିଟ ମାଧ୍ୟମରେ ଧମକ ଦେଇ କହିଛନ୍ତି ଯେ, ଏହା ଠାରୁ ଆହୁରୀ ଅଧିକ ଗମ୍ଭୀର ପରିଣାମ ସୃଷ୍ଟି ହେବ ଏବଂ ତାହା ଏତେ ଭୟଙ୍କର ହେବ ଯେ ଆଗରୁ କେବେ ଏହା ଇତିହାସରେ ଲିପିବଦ୍ଧ ହୋଇନଥିବ ।
ଇରାନ ରାଷ୍ଟ୍ରପତି ହସନ ରୁହାନୀ ଡୋନାଲ୍ଡ ଟ୍ରମ୍ପଙ୍କୁ ତେହରାନ ବିରୋଧୀ ନୀତି ଆପଣାଇବା ପାଇଁ ଚତେବନୀ ଦେଇଥିଲେ । ଏହା ପରେ ଟ୍ରମ୍ପ ସମ୍ପୂର୍ଣ୍ଣ ରୂପେ କ୍ରୋଧିତ ହୋଇ ରୁହାନୀଙ୍କୁ ଟ୍ୱିଟ ମାଧ୍ୟମରେ ଚେତାବନୀ ଦେଇଥିଲେ ।
ଟ୍ରମ୍ପ ଟ୍ୱିଟରେ ଏହା ମଧ୍ୟ ଲେଖିଛନ୍ତି ଯେ, ବର୍ତ୍ତମାନ ଆମେ ସେହିଭଳି ଦେଶ ହୋଇରହି ନାହୁଁ ଯିଏକି ତୁମର ହିଂସା ଏବଂ ମୃତ୍ୟୁ ଭଳି ଧମକକୁ ଶୁଣି ଡରିଯିବା । ଆମେ ପ୍ରତିଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଅଛୁ । ସାବଧାନ ରୁହ । ଟ୍ରମ୍ପ ଏହି ଟ୍ୱିଟରେ ଭାରୀ କଠୋର ଶବ୍ଦର ମଧ୍ୟ ପ୍ରଯୋଗ କରିଛନ୍ତି ।
ପ୍ରକାଶ ଥାଉକି ରୁହାନୀ ଇରାନୀ ଡିପ୍ଲୋମ୍ୟାଟଙ୍କୁ ସମ୍ବୋନ୍ଧିତ କରିବାକୁ ଯାଇ ପାଖା-ପାଖୀ ଆମେରିକାକୁ ଧମକ ଦେଇ କହିଥିଲେ ଯେ, ‘ସିଂହର ଲାଞ୍ଜ ସହ ଖେଳିବା ବହୁତ ଘାତକ ହୋଇପାରେ ’ ଆମେରିକା ଜାଣି ରଖିବା ଉଚିତ ଇରାନ ସହ ଯୁଦ୍ଧର ପରିଣାମ ତାଙ୍କ ପାଇଁ ବହୁତ ଖରାପ ହୋଇପାରେ ।
ଇରାନୀ ଧମକ ଦେଇ ଏହା କହିଥିଲେ ଯେ, ଶ୍ରମାନ ଟ୍ରମ୍ପ, ସିଂହର ଲାଞ୍ଜ ସହ ଜମା ଖେଳ ନାହିଁ ନଚେତ ତୁମକୁ ପଶ୍ଚ୍ୟତାପ କରିବାକୁ ପଡିବ । ଇରାନ ଶାନ୍ତି ଚାହୁଁଛି । ଯଦି ଯୁଦ୍ଧ ହେବ ତେବେ ତା ପାଇଁ ଆମେ ପ୍ରସ୍ତୁତ ଅଛୁ ଏବଂ ଏହା ଆମେରିକା ପାଇଁ ବହୁତ ଘାତକ ଅଟେ ।
ଏହାର ପ୍ରତିଜବାରେ ଟ୍ରମ୍ପ କହିଛନ୍ତି ଯେ, ଇରାନ ପୁଣି ଯଦି ଆମେରିକାକୁ ଧମକ ଦେବା ପାଇଁ ଚେଷ୍ଟା କରେ ତେବେ ଏହାର ପରିଣାମ ବହୁତ ଭୟଙ୍କର ହେବ ଯେ ଆଗରୁ କେବେ ଏହା ଇତିହାସରେ ଲିପିବଦ୍ଧ ହୋଇନଥିବ ।


Share It

Comments are closed.