ଏବେ ଫୋନପେରେ ପାଇବେ ବିଭିନ୍ନ ପ୍ରକାରର ଲୋନ


ଭୁବନେଶ୍ବର : ଫୋନପେ ଆପରେ ମ୍ୟୁଚୁଆଲ ଫଣ୍ଡ ଲୋନ, ବାଇକ ଲୋନ, କାର ଲୋନ, ହୋମ ଲୋନ/ ପ୍ରପର୍ଟି ବନ୍ଧକ ଲୋନ, ଗୋଲ୍ଡ ଲୋନ ଏବଂ ଏଜୁକେସନ  ଲୋନ ସମେତ 6ଟି ବର୍ଗରେ ୟୁଜରଙ୍କ ପାଇଁ ଲୋନ ଉପଲବ୍ଧ

ଫୋନପେ ନିଜର ବିଶ୍ୱସ୍ତ ବ୍ୟାଙ୍କ, ଅଣ-ବ୍ୟାଙ୍କିଂ ଫାଇନାନ୍ସିଆଲ କମ୍ପାନୀ (NBFCs) ଏବଂ ଫିନଟେକ ନେଟୱର୍କ ସହଭାଗୀତାରେ 6ଟି ପ୍ରମୁଖ ବର୍ଗରେ ଲୋନ ଅଫର କରୁଛି। ସେଗୁଡ଼ିକ ହେଉଛି – ବାଇକ ଲୋନ, କାର ଲୋନ, ହୋମ ଲୋନ, ଗୋଲ୍ଡ ଲୋନ, ଏଜୁକେସନ ଲୋନ ଏବଂ ମ୍ୟୁଚୁଆଲ ଫଣ୍ଡ ଲୋନ। ଫୋନପେ 535+ ମିଲିୟନରୁ ଅଧିକ ପଞ୍ଜୀକୃତ ୟୁଜରଙ୍କୁ ଏକ ସୁରକ୍ଷିତ ଉପାୟରେ ଲୋନ ପ୍ରଦାନ କରିବା ସହ ଏକ ଶକ୍ତିଶାଳୀ ଏବଂ ନିରବଚ୍ଛିନ୍ନ ୟୁଜର ଅନୁଭୂତି ଦେବାକୁ ଲକ୍ଷ୍ୟ ରଖିଛି।

ଫୋନପେ ଏକାଧିକ ପ୍ରମୁଖ ଋଣଦାତା କମ୍ପାନୀ ଯେପରିକି ଟାଟା କ୍ୟାପିଟାଲ, L&T ଫାଇନାନ୍ସ, ହିରୋ ଫିନକର୍ପ, ମୁଥୁଟ ଫିନକର୍ପ,  DMI ହାଉସିଂ ଫାଇନାନ୍ସ, ହୋମ ଫାର୍ଷ୍ଟ ଫାଇନାନ୍ସ, ରୁପୀ, ଭୋଲ୍ଟ ମନି, ଗ୍ରାଡରାଇଟ ଇତ୍ୟାଦି ସହ ପାର୍ଟନର ହୋଇଛି ଏବଂ ଆଗାମୀ ସପ୍ତାହଗୁଡ଼ିକରେ ଆହୁରି ଅନେକ ଋଣଦାତା ଯୋଗ କରାଯିବ। ଏହି ପ୍ଲାଟଫର୍ମରେ ବର୍ତ୍ତମାନ 15ଟି ସକ୍ରିୟ ପାର୍ଟନର ଅଛନ୍ତି ଏବଂ ଆସନ୍ତା ତ୍ରିମାସ ସୁଦ୍ଧା ଏହା 25କୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି।

ୟୁଜରମାନେ ସେମାନଙ୍କ ଫୋନପେ ଆପରେ ବର୍ତ୍ତମାନର ‘ଲୋନ’ ବିଭାଗ ଅଧୀନରେ ଲୋନ ସୁବିଧା ପାଇପାରିବେ, ସେମାନେ ଆଗ୍ରହୀ ଥିବା ଲୋନର ବର୍ଗ ଚୟନ କରିପାରିବେ ଏବଂ ଋଣଦାତାଙ୍କ ତାଲିକାରୁ ପସନ୍ଦର ଲୋନ କମ୍ପାନୀକୁ ଚୟନ କରିପାରିବେ। ୟୁଜର ଲୋନର ଆବେଦନ ସହଜରେ ନିଜର ପରିଚିତ ଫୋନପେ ଆପରେ ହିଁ ଆରମ୍ଭ କରିପାରିବେ ଏବଂ ଏଥିପାଇଁ ସେମାନଙ୍କୁ ଅନ୍ୟ କୌଣସି ଆପ୍ଲିକେସନକୁ ଯିବାକୁ ପଡ଼ିବ ନାହିଁ ଯାହାଦ୍ୱାରା ୟୁଜରଙ୍କ ପାଇଁ ଏହି ପ୍ରକ୍ରିୟା ସହଜ ହୋଇଯିବ।

ଏହି ଅବସରରେ ଫୋନପେ ଲେଣ୍ଡିଂର ସିଇଓ ହେମନ୍ତ ଗାଲା କହିଛନ୍ତି ଯେ, “ଶୀର୍ଷ ବ୍ୟାଙ୍କ ଏବଂ NBFCs ସହ ସମସ୍ତ ପ୍ରମୁଖ ବର୍ଗରେ ଆମର ଲେଣ୍ଡିଂ ପ୍ଲାଟଫର୍ମର ଶୁଭାରମ୍ଭ ହୋଇଛି ଏହି ବିଷୟରେ ଘୋଷଣା କରି ଆମେ ଅତ୍ଯନ୍ତ ଉତ୍ସାହିତ। ଏହା ଆମକୁ ଋଣଦାତା ଏବଂ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କୁ ସେମାନଙ୍କ ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଗୋଟିଏ ପ୍ଲାଟଫର୍ମରେ ଯୋଡ଼ି ହୋଇ ରହିବାର ସୁଯୋଗ ପ୍ରଦାନ କରେ। ଋଣଦାତାମାନେ ଡିଜିଟାଲ ପଦ୍ଧତିରେ ସୁରକ୍ଷିତ ଭାବେ ଲୋନ ଦେବା ପାଇଁ ବ୍ୟାପକ ପୁଞ୍ଜିନିବେଶ କରୁଛନ୍ତି ଏବଂ ଗ୍ରାହକମାନେ ଡିଜିଟାଲ ପଦ୍ଧତିରେ ଲୋନ ନେଇପାରୁଛନ୍ତି। ଆମେ ବିଶ୍ୱାସ କରୁ ଯେ ଋଣ ପ୍ରଦାନକାରୀ ଇକୋସିଷ୍ଟମ ସହିତ କାର୍ଯ୍ୟ କରୁଥିବା ଗ୍ରାହକମାନଙ୍କ ପାଇଁ ସୁରକ୍ଷିତ ଲୋନ ପ୍ରଡକ୍ଟ ଅନୁଭୂତିରେ ବିପ୍ଳବ ଆଣିବା ପାଇଁ ଏହା ହେଉଛି ଏକ ଭଲ ସମୟ।”


Share It

Comments are closed.