ଖରାଦିନେ ପ୍ରତ୍ୟେକ ଦିନ ସ୍କିନ କେୟାର ରୁଟିନରେ ବ୍ୟବହାର କରନ୍ତୁ ଗୋଲାପ ଜଳ


ଖରାଦିନେ ତ୍ୱଚା ସୂର୍ଯ୍ୟକିରଣ ଦ୍ୱାରା ଅତ୍ୟଧିକ ମାତ୍ରାରେ ପ୍ରଭାବିତ ହୋଇଥାଏ । ତେଣୁ ଆପଣ ନିଜର ନିତିଦିନିଆ ବିୟୁଟି ଉତ୍ପାଦରେ ନିଶ୍ଚିନ୍ତ ଭାବେ ଗୋଲାପ ଜଳର ବ୍ୟବହାର କରନ୍ତୁ । ଏହା ତ୍ୱଚା ପାଇଁ ଖୁବ ଭଲ ହେବା ସହିତ ଏହା ସମସ୍ତ ପ୍ରକାରର ତ୍ୱଚାକୁ ସୁଟ କରିଥାଏ । ଆସନ୍ତୁ ଜାଣିବା କାହିଁକି ଆପଣ ଗୋଲାପ ଜଳର ବ୍ୟବହାର କରିବେ –
୧. ତ୍ୱଚାକୁ ପ୍ରାକୃତିକ ଭାବେ ହାଇଡ୍ରେଟ କରିଥାଏ – ଗୋଲାପ ଜଳ ପ୍ରାକୃତିକ ହାଇଡ୍ରେଟର ଅଟେ । ଏହା ତ୍ୱଚାରେ କୌଣସି ଖରାପ ପ୍ରଭାବ ପଡିନଥାଏ ଏବଂ ତ୍ୱଚା ଦିନ ସାରା ହାଇଡ୍ରେଟ ରହିଥାଏ । ଏହା ମଧ୍ୟ ତ୍ୱଚା ପାଇଁ ଏକ ଭଲ ମଶ୍ଚରାଇଜର ଅଟେ ।
୨. ମେକଅପ ରିଫ୍ରେସନର – ମେକଅପ ଲଗାଇବା ପୂର୍ବରୁ ଆପଣ ଗୋଲାପ ଜଳର ବ୍ୟବହାର କରିବା ଦ୍ୱାରା ତ୍ୱଚାରେ କୌଣସି ପ୍ରଭାବ ପଡିନଥାଏ । ଆପଣ ମଧ୍ୟ ମେକଅପ ରିମୁଭ କରିବା ପାଇଁ ଗୋଲାପ ଜଳର ବ୍ୟବହାର କରିପାରିବେ ।
୩. ତ୍ୱଚାରେ ବୃହତ ଛିନ୍ଦ୍ରକୁ ବନ୍ଦ କରିଥାଏ – ଗୋଲାପ ଜଳ ପ୍ରାକୃିତକ ହାଇଡ୍ରେଟର ହୋଇଥିବାରୁ ତ୍ୱଚାରେ ବଡ ବଡ ଛିନ୍ଦ୍ରକୁ ଏହା ଭଲ କରିବାରେ ସାହାଯ୍ୟ କରିଥାଏ । ପ୍ରତିଦିନ ଏହାର ବ୍ୟବହାରରେ ଏହା ତ୍ୱଚାରୁ ଟକ୍ସିନକୁ ବାହାର କରିଥାଏ ଏବଂ ଉଜ୍ଜ୍ୱଳ ଚମକଦାର ତ୍ୱଚା ପ୍ରଦାନ କରିଥାଏ ।
୪. ବ୍ରଣରୁ ମୁକ୍ତି – ଗୋଲାପ ଜଳ ଏକ ପ୍ରକାର ଟୋନର ଯାହା ତ୍ୱଚାରୁ ଅନାବଶ୍ୟକ ତୈ÷ଳକୁ ବାହାର କରିଥାଏ । ଏହା ମଧ୍ୟ ତ୍ୱଚାରେ ବ୍ୟାକ୍ଟେରିଆଲ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ ଯାହା ବ୍ରଣକୁ ସୃଷ୍ଟି ହେବାକୁ ଦେଇନଥାଏ । ତେଣୁ ଆପଣ ପ୍ରତ୍ୟେକ ଦିନ ନିୟମିତଭାବେ ଗୋଲାପ ଜଳର ବ୍ୟବହାର କରିବା ଉଚିତ ।
୫. ଆଣ୍ଟି-ଏଜିଂ ଗୁଣ – ଗୋଲାପ ଜଳର ଆଣ୍ଟି-ଏଜିଂ ଗୁଣ ରହିଛି ଯାହା ତ୍ୱଚାରୁ ଦାଗ ଏବଂ ରିଙ୍କଲ ଦୂର କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.