କାଶ କିମ୍ବା ଗଳାର ସଂକ୍ରମଣରୁ କିପରି ପାଇବେ ମୁକ୍ତି, ଆପଣାନ୍ତୁ କିଛି ଘରୋଇ ଉତ୍ପାଦ


ବର୍ଷାଦିନେ ଗଳାର ସଂକ୍ରମଣର ସମସ୍ୟା ସହିତ କାଶ ହେବା ସମସ୍ୟା ମଧ୍ୟ ଦେଖାଯାଇଥାଏ । ଆପଣ ଆପଣଙ୍କ ରୋଷେଇ ଘରେ ଉପଲବ୍ଧ ହେଉଥିବା କିଛି ଉତ୍ପାଦକୁ ନେଇ ଏହି ସମସ୍ୟାର ସମାଧାନ କରିପାରିବେ । ଆସନ୍ତୁ ଜାଣିବା କେଉଁ ଖାଦ୍ୟ ଉତ୍ପାଦ ବ୍ୟବହାର କରି ଆପଣ କାଶ ଜନିତ ସମସ୍ୟାରୁ ମୁକ୍ତି ପାଇବେ . . .
୧. ମହୁ – ଦୁଇ ଚାମଚ ମହୁକୁ ଲେମ୍ବୁ କିମ୍ବା ଅଦାର ରସ ସହିତ ମିଶାଇ ଦିନରେ ଦୁଇରୁ ତିନି ଥର ପିଅନ୍ତୁ । ଏହା ଦ୍ୱାରା ଧିରେ ଗଳାର ସଂକ୍ରମଣ ଭଲ ହୋଇଥାଏ ଏବଂ କାଶର ସମସ୍ୟା ଦୂର ହୋଇଥାଏ ।
୨. ଅଦା – ଗୋଟିଏ ଗ୍ଲାସ ପାଣିରେ ତିନି ଚାମଚ ଅଦା ଏବଂ ଗୋଟିଏ ଚାମଚ ଶୁଖିଲା ପୁଦିନା ମିଶାଇ ଫୁଟାନ୍ତୁ । ଭଲଭାବେ ଫୁଟିଗଲା ପରେ ଏଥିରେ ଗୋଟିଏ ଚାମଚ ମହୁ ମିଶାଇ ପ୍ରତିଦିନ ଗୋଟିଏ ଗୋଟିଏ ଚାମଚ ପିଅନ୍ତୁ । ଆପଣ ଅଦାକୁ ମଧ୍ୟ କଳରେ ଜାକି ଶୋଇପାରିବେ କିମ୍ବା ରସକୁ ମହୁ ମିଶାଇ ପିଇପାରିବେ ।
୩. ହଳଦୀ – କାଶ ଏବଂ ଗଳାର ସଂକ୍ରମଣ କ୍ରମାଗତଭାବେ ହେଉଥିଲେ ଆପଣ ପ୍ରତିଦିନ ଦିନକୁ ଦୁଇ ଥର ହଳଦୀ ମିଶା ଖିର ପାଇପାରିବେ । ଏହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ଏବଂ ଗଳାର ସଂକ୍ରମଣ ଭଲ ହୋଇଥାଏ ।
୪. ଗୋଲ ମରିଚ – ଗୋଟିଏ କପ ଗରମ ପାଣିରେ ଗୋଟିଏ ଚାମଚ ଗୋଲ ମରିଚ ପାଉଡରକୁ ମିଶାଇ ଦିଅନ୍ତୁ , ଏଥିରେ ଗୋଟିଏ ଚାମଚ ମହୁ ମିଶାନ୍ତୁ । ଏହାକୁ ଚାହା ପିଇଲା ପରେ ଆପଣ ଦିନକୁ ଦୁଇ ଥର ହାଲକା ଉଷୁମ ଭାବେ ପିଇପାରିବେ । କିମ୍ବା ଆପଣ ଲାଲ ଚାହା ଭଲ ପାଉଥିଲେ ଗୋଲମରିଚ ଓ ଅଦାର ଚାହା ମଧ୍ୟ ପିଇପାରିବେ ।


Share It

Comments are closed.